ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୪-୯ (ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ସାମିଲ ହୋଇଛନ୍ତି। ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରୁ ବାଦ୍‌ ପଡ଼ିବା ପରେ ଆସାମ ସମେତ ଦେଶବ୍ୟାପୀ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଥିଲା ଆସାମକୁ ବେଆଇନ ଭାବେ ଅନୁପ୍ରବେଶ କରିଥିବା ବାଂଲାଦେଶୀ ମୁସଲମାନଙ୍କୁ ତଡ଼ିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। କିନ୍ତୁ ୧୯୬୦ ପୂର୍ବରୁ ପୂର୍ବ ପାକିସ୍ତାନରୁ ଆସିଥିବା ହିନ୍ଦୁମାନେ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଯାଇଛନ୍ତି। ଏନ୍‌ଆର୍‌ସି ଏବେ ଆସାମରେ ବିଭେଦର ରେଖା ଟାଣିଥିବା ବେଳେ ଓଡ଼ିଶା ସମେତ ଅନ୍ୟାନ୍ୟ କେତେକ ରାଜ୍ୟରେ ସମାନ ବ୍ୟବସ୍ଥା ଲାଗୁ କରାଗଲେ ଅନୁପ୍ରବେଶକାରୀମାନଙ୍କୁ ଠାବ କରାଯାଇପାରିବ ବୋଲି କଥା ଉଠିଲାଣି। ଏଭଳି ସ୍ଥଳେ କେଉଁମାନେ ନାଗରିକତ୍ୱ ପାଇବା ପାଇଁ ହକ୍‌ଦାର ଓ ଏଥିଲାଗି ରହିଥିବା ସର୍ତ୍ତ ପୂରଣ କିଭଳି ହୋଇପାରିବ ତାହା ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।

ଆସାମରେ ଏନ୍‌ଆର୍‌ସି ଚିଠା ତାଲିକାରୁ ପ୍ରଥମେ ଯେଉଁମାନେ ବାଦ୍‌ ପଡିଥିଲେ, ସେମାନଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟ ବର୍ଷକ ତଳେ (୫ ସେପ୍ଟେମ୍ବର ୨୦୧୮) ୧୦ଟି ଦଲିଲର ପ୍ରମାଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ଅନ୍ୟ ପକ୍ଷମାନଙ୍କ ମତାମତ ଲୋଡ଼ିଥିଲେ। ଏନେଇ ଅଦାଲତ ଆସାମ ପବ୍ଲିକ୍‌ ଓ୍ବାର୍କସ, ଆସାମ ସମ୍ମିଳିତ ମହାସଂଘ, ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଦୋଲାଣ୍ଡ (ପ୍ରୋଗ୍ରେସିଭ୍‌), ଇଣ୍ଡିଜେନିଅସ୍‌ ଟ୍ରାଇବାଲ ପିପୁଲ୍ସ ଫେଡେରେଶନ, ଅଲ୍‌ ଆସାମ ଭୋଜପୁରୀ ପରିଷଦ, ବଙ୍ଗାଳୀ ଶରଣାର୍ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି, ଅଲ୍‌ ଆସାମ ମାଇନରିଟି ଷ୍ଟୁଡେଣ୍ଟସ୍‌ ୟୁନିୟନ ଏବଂ ଜାମିଆତ ଉଲେମା-ଇ-ହିନ୍ଦ୍‌ ସଂଗଠନକୁ ମଧ୍ୟ ଜବାବ ମାଗିଥିଲେ। ତେବେ ନାଗରିକତ୍ୱ ହାସଲ ସକାଶେ ୧୦ଟି ପରିଚୟ ଦସ୍ତାବିଜ୍‌ ପ୍ରାମାଣିକ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ରୋହିଣ୍ଟନ ଫଲି ନରିମାନ କହିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ଆସାମରେ ଏନ୍‌ଆରସି ଚିଠା ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୨ କୋଟି ୮୯ ଲକ୍ଷ ୮୩ ହଜାର ୬୭୭ ଜଣ ସାମିଲ ହୋଇଥିଲେ। ୩ କୋଟି ୨୯ ଲକ୍ଷ ୯୧ ହଜାର ୩୮୪ ଜଣ ଆବେଦନ କରିଥିବାବେଳେ ୪୦ ଲକ୍ଷ ୭ ହଜାର ୭୦୭ ଜଣ ତାଲିକାରୁ ବାଦ୍‌ ପଡିଥିଲେ। ସେମାନଙ୍କ ମଧ୍ୟରୁ ପ୍ରକୃତ ଯୋଗ୍ୟଙ୍କୁ ଏନ୍‌ଆର୍‌ସିରେ ସାମିଲ କରିବା ପାଇଁ ଏହାର ଆସାମ ଆବାହକ ପ୍ରତୀକ ହାଜେଲା ଦେଇଥିବା ପରିଚୟ ଦସ୍ତାବିଜ୍‌ ପ୍ରସ୍ତାବ ମଧ୍ୟରୁ ଜଷ୍ଟିସ ରଞ୍ଜନ ଗୋଗୋଇ ଓ ନରିମାନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୦ଟିକୁ ଚୟନ କରିଥିଲା। ସେଗୁଡ଼ିକ ହେଲା-ଜମି ପଟ୍ଟା, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଏଲ୍‌ଆଇସି ପଲିସି, ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ପାଇଥିବା ଲାଇସେନ୍ସ ଅଥବା ପ୍ରମାଣପତ୍ର, ସରକାରୀ କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନୀରେ ନିଯୁକ୍ତି ସମ୍ପର୍କିତ ଦସ୍ତାବିଜ୍‌, ବ୍ୟାଙ୍କ କିମ୍ବା ପୋଷ୍ଟଅଫିସ୍‌ ଆକାଉଣ୍ଟ, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇସ୍ୟୁ ହୋଇଥିବା ଜନ୍ମ ପ୍ରମାଣପତ୍ର, ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟ ଦେଇଥିବା ଶିକ୍ଷାଗତ ପ୍ରମାଣପତ୍ର, ବିଚାର ବିଭାଗୀୟ ରେକର୍ଡ ଏବଂ ରାଜସ୍ବ ଅଦାଲତର ରେକର୍ଡ। ଏହିସବୁ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ରହିଥିବା ଆବଶ୍ୟକ ବୋଲି ଏନ୍‌ଆର୍‌ସିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri