୩୦ବର୍ଷ ପରେ ଘରକୁ ଫେରିଲେ ମହିଳା

ବାରିପଦା ଅଫିସ,୪ା୯ – ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ପାରିଆକୁଲି ଗ୍ରାମର ଜନୈକା ମହିଳା ନିଖୋଜ ହେବାର ଦୀର୍ଘ ୩୦ବର୍ଷ ପରେ ଘରକୁ ଫେରିଛନ୍ତି ା ମହିଳା ଜଣକ ହେଲେ ଗଣେଶ୍ୱର ବେହେରାଙ୍କ ପନତ୍ୀ ସୁମିତ୍ରା (୬୫) ା ମାନସିକ ବିକୃତିର ଶିକାର ହୋଇ ସେ ଘର ଛାଡି କେଉଁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ। ଦୀର୍ଘ ବର୍ଷ ପରେ ସେ ଘରକୁ ସୁସ୍ଥ ହୋଇ ଫେରି ଆସିଥିବାରୁ ପରିବାର ଲୋକଙ୍କ ଖୁସିର ସୀମା ନାହିଁ। ଗ୍ରାମବାସୀ ସୁମିତ୍ରାଙ୍କ ସମେତ ତାଙ୍କୁ ଘରେ ଛାଡିବାକୁ ଆସିଥିବା ଓଡ଼ିଶା ଶାଖା ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟର ୨ ଜଣଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ କରିଛନ୍ତି।
ପରିବାର ଲୋକେ କହିଛନ୍ତି, ବିବାହ ପୂର୍ବରୁ ଓ ପରେ ସେ ସୁସ୍ଥ ଥିଲେ ଓ ଦୁଇଟି ସନ୍ତାନର ଜନନୀ ହୋଇଥିଲେ। ୧୯୭୪ରେ ମାନସିକ ରୋଗରେ ପୀଡିତ ହେଇଥିଲେ। ବହୁ ସମୟରେ ସେ ଘରୁ ବାହାରକୁ ଯାଇ ଏଣେତେଣେ ବୁଲାବୁଲି କରି ଘରକୁ ଫେରୁଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କ ସ୍ବାମୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ନେଇ ଚିକିତ୍ସା କରାଇଥିଲେ ା ମାତ୍ର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ସେ ଏକ ଠାକୁରଙ୍କ ଫଟୋକୁ ଧରି ଦୁଇ ଶିଶୁପୁତ୍ର ଓ ସ୍ବାମୀଙ୍କୁ ଛାଡି କୁଆଡେ ପଳାଇଯାଇଥିଲେ। ସେତେବେଳେ ସ୍ଥାନୀୟ ଥାନାରେ ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ ା ଘଟଣାକ୍ରମେ ୨୦୦୫ରେ ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟର ଜଣେ ସଦସ୍ୟ ମୁମ୍ବାଇର କରିଯାତ ରେଳ ଷ୍ଟେସନରୁ ସୁମିତ୍ରାଙ୍କୁ ଉଦ୍ଧାର କରିଥିଲେ ା ତାଙ୍କର ମାନସିକ ବିକୃତି ଥିବା ଜାଣି ସେ ତାଙ୍କୁ ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହସପିଟାଲକୁ ନେଇ ଭର୍ତ୍ତି କରିଥିଲେ ା ଚିକିତ୍ସିତ ହେବାର କିଛି ବର୍ଷ ପରେ ତାଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା। କିଛି ଦିନ ତଳେ ଓଡ଼ିଶା ଶାଖା ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ଲକ୍ଷ୍ମୀପ୍ରିୟା ବିଶୋଇ ଅନ୍ୟ ଜଣେ ମାନସିକ ବିକୃତ ରୋଗୀଙ୍କୁ ସେହି ଡାକ୍ତରଖାନାକୁ ଛାଡ଼ିବାକୁ ଯାଇଥିବା ବେଳେ ସେଠାରେ ସୁମିତ୍ରା ଓଡ଼ିଆ କହୁଥିବା ଦେଖି ତାଙ୍କ ସହିତ କଥା ହୋଇଥିଲେ। ସେ ଓଡ଼ିିଶାର ଲୋକ ବୋଲି ଜାଣିବା ପରେ ଉଦ୍ଧାରକାରୀ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ା ସୁମିତ୍ରା ସାଧାରଣ ଅବସ୍ଥାକୁ ଫେରି ଆସିଥିବା ଡାକ୍ତର କହିବାରୁ ଲକ୍ଷ୍ମୀୟିୟା ତାଙ୍କୁ ଚେନ୍ନାଇରୁ ମୁମ୍ବାଇ ଆଣିଥିଲେ। ଟ୍ରଷ୍ଟର ସଦସ୍ୟା ଲକ୍ଷ୍ମୀପ୍ରିୟା ବିଶୋଇ ଓ ସରିତା ଦେଶମୁଖ ତାଙ୍କୁ ନେଇ ଗତ ୨୯ ତାରିଖରେ ମୁମ୍ବାଇରୁ ବାହାରିଥିଲେ। ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ସୁମିତ୍ରା ନିଜ ଗ୍ରାମ ପାରିଆକୁଲିଠାରେ ଥିବା ପରିବାର ନିକଟରେ ପହଞ୍ଚିିଥିଲେ। ପରିବାର ଲୋକେ ସୁମିତ୍ରାଙ୍କୁ ଦେଖି ଚିହ୍ନି ପାରିଥିଲେ। ସେ ମଧ୍ୟ ନିଜ ସ୍ବାମୀ ଓ ସମ୍ପର୍କୀୟଙ୍କୁ ଚିହ୍ନି ଥିଲେ। କିନ୍ତୁ ନିଜର ଶିଶୁପୁତ୍ର ଦ୍ୱୟ ବଡ଼ ହୋଇ ଯାଇଥିତ୍ବାରୁ ସେମାନଙ୍କୁ ଚିହ୍ନି ପାରି ନ ଥିଲେ। ପରେ ମା’ ଓ ତାଙ୍କ ଦୁଇ ପୁଅଙ୍କ ମିଳନ ସବୁରି ଆଖିରେ ଲୁହ ଭରି ଦେଇଥିଲା। ଏହି ଅବସରରେ ଗ୍ରାମବାସୀ ଶ୍ରଦ୍ଧା ଚାରିଟେବୁଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇ ଏହାର ଦୁଇ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri