ଜାରକା ବଜାରରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା: ରାସ୍ତାପାର୍ଶ୍ୱ ପାଲଟିଛି ଲୋକଙ୍କ ଶୌଚାଳୟ

ଧର୍ମଶାଳା,୨୦।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ଜାରକା ବଜାରରେ ଦିନକୁ ଦିନ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ରାସ୍ତାପାଶର୍‌ବରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡୁଥିବାରୁ ଏହା ପଚିସଢ଼ି ଦୃଗନ୍ଧ ପରିବେଶ ସୃଷ୍ଟି କରୁଛି। ଜିଲାର ପ୍ରମୁଖ ବଜାର ମଧ୍ୟରେ ଜାରକା ଅଞ୍ଚଳ ବେଶ ପରିଚିତ। ସରକାରୀ କାର୍ଯ୍ୟଳୟଠାରୁ ଆରମ୍ଭ କରି ବ୍ୟାଙ୍କ, ସ୍କୁଲ ଓ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଏଠାରେ ଗଢି ଉଠିଛି। ଦୈନଦିନ ହଜାର ହଜାର ଲୋକଙ୍କ ଗମନାଗମନ ଦେଖିବାକୁ ମିଳିଥାଏ। କିନ୍ତୁ କିଛି ବ୍ୟବସାୟଙ୍କ ଦୈରାତ୍ମ ମନୋଭାବ ଏବଂ ପ୍ରଶାସନିକ ସ୍ତରରେ କଟକଣା ଅଭାବରୁ ଜାରକା ଅଞ୍ଚଳରେ ଅପରିଷ୍କାର ପରିବେଶ ବଢ଼ିବାରେ ଲାଗିଛି।
୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ସର୍ଭିସ ରୋଡରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇଛି। ସେହିପରି ପୁରୁଣା ଓ ନୂଆ ଗଳି ପୋଲ ନିକଟରେ ଥିବା ରାସ୍ତାର ପାର୍ଶ୍ୱରେ ଥିବା ପିଣ୍ଡିରେ କିଛି ଫଳ ବ୍ୟବସାୟୀ ବେପାର ଶେଷ ପରେ କଦଳୀ କାନ୍ଦି, ପଚି ନଷ୍ଟ ହୋଇ ଯାଇଥିବା ଫଳ ଓ ଅଦରକାରୀ ଜିନିଷ ପକାଉଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ତାହା ପଚି ନଷ୍ଟ ହୋଇ ଦୁର୍ଗନ୍ଧ ସୃଷ୍ଟି କରୁଛି। ଏହା ସହ ସ୍ଥାନୀୟ ବ୍ୟବସାୟୀଙ୍କ ଅଦରକାରୀ ଜିନିଷ ପତ୍ର ପକାଉ ଥିବାରୁ ରାସ୍ତାପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡ଼ି ରହିଛି। କିଛି ବ୍ୟକ୍ତି ମାନେ ମଧ୍ୟ ପାର୍ଶ୍ୱରେ ଛିଡ଼ା ହେଇ ପରିଶ୍ରା କରୁଛନ୍ତି, ଯାହା ଗୋଡି ରାସ୍ତା ଉପରକୁ ମଧ୍ୟ ଆସିଯାଉଛି। ତେଣୁ ଦୈନଦିନ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏହି ରାସ୍ତା ଉପରେ ଯାତାୟତ କରୁଥିବା ବ୍ୟକ୍ତି ବିଶେଷମାନେ ଏଭଳି ପରେବଶକୁ ନାପସନ୍ଦ କରିଛନ୍ତି। ଏହା ଉପରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବା ସହ ଅସାଧୁ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri