ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇ ସୁବଳୟା ପୋଲିସ ଉକ୍ତ ରାସ୍ତାରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଦୁରଦୁରା ନର୍ସରୀ ନିକଟରେ ଏକ ପିକ୍‌ଅପକୁ ସନ୍ଦେହରେ ଅଟକାଇ ତନଖି ବେଳେ ଗାଡିରେ ଏକ ଗୁପ୍ତ କ୍ୟାବିନ କରି ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ।

ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିଥିବା ବେଳେ ଗାଡି ଡ୍ରାଇଭର ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଙ୍ଗାବିରା ଗ୍ରାମର ପ୍ରଶାନ୍ତ ପଲାଇ (୨୫)ଙ୍କୁ ଗିରଫ କରିଥିଲା। ଗଞ୍ଜେଇ ନେଉଥିବା (ନଂ.ଓଡି ୦୨ ସିଟି ୨୩୯୭)ପିକ୍‌ଅପକୁ ଜବତ କରାଯାଥଛି। ସୁବଳୟା ଥାନାରେ ଏକ ମାମଲା(ନଂ.୫୫/୨୬) ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଏସ୍‌ପି ନାରାୟଣ ନାଏକ ଓ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପହଞ୍ଚି ଏକଜିକ୍ୟୁଟିଭି ମାଜିଷ୍ଟ୍ରେଟଭାବେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଜବତ ୧୮୭ ପ୍ୟାକେଟ ଗଞ୍ଜେଇକୁ ଓଜନ ପରେ ୧୮୭ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼ ଭିତରେ ଜାରି ହେଲା LPG ସିଲିଣ୍ଡରର ନୂଆଦର; ଜାଣନ୍ତୁ ନୂଆରେଟ୍‌

ନୂଆଦିଲ୍ଲୀ,୧୪।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ…

Iran-US War: ଟ୍ରମ୍ପଙ୍କୁ ପୁଣି ନାଲି ଆଖି ଦେଖାଇଲା ଇରାନ, ଜାଣନ୍ତୁ ଭାରତକୁ ନେଇ କ’ଣ କଲା

ତେହରାନ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପରେ, ସେ କହିଛନ୍ତି ଯେ ଯୁଦ୍ଧବିରତି ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ଏବଂ…

‘ଗୋଟିଏ ଦିନ ଖେଳ ଛାଡିଦେବି’, ବିରାଟ କୋହଲିଙ୍କ ଭାବପ୍ରବଣ ବୟାନକୁ ନେଇ ହଇଚଇ

ଯେତେବେଳେ ବିରାଟ କୋହଲି ମନ୍ତବ୍ୟ ଦେଇଥିଲେ ଯେ “ଗୋଟିଏ ଦିନ ଏସବୁ ଶେଷ ହେବ,” ତାଙ୍କର ଅର୍ଥ ଥିଲା ଯେ ଭବିଷ୍ୟତରେ ଏପରି ଏକ ସମୟ ଆସିବ…

୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ…

ସରକାରଙ୍କ କଠୋର ନିଷ୍ପତ୍ତି, ଫିଟନେସ୍ ପ୍ରମାଣପତ୍ର ବିନା ଦିଆଯାଇପାରିବନି ପଶୁ ବଳି

କୋଲକାତା,୧୪ା୫: ଇଦ୍-ଉଲ-ଜୁହା ପୂର୍ବରୁ, ପଶ୍ଚିମବଙ୍ଗର ଭାଜପା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶୁବଳି ଉପରେ ନିଷେଧ ଲଗାଇବା ପାଇଁ ଏକ…

କେତେ ଧନୀ ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ, ରାହୁଲ ଗାନ୍ଧୀ ତାଙ୍କୁ କାହିଁକି ପସନ୍ଦ କରନ୍ତି? ଜାଣନ୍ତୁ…

ଥିରୁଭାନନ୍ତପୁରମ,୧୪।୫: କେରଳମ୍‌ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତିସନ। କଂଗ୍ରେସ ଦଳ ଗୁରୁବାର (୧୪ ମଇ) ତାଙ୍କ ନାମ ଘୋଷଣା କରିଛି। ୧୦ ବର୍ଷ ପରେ କେରଳରେ…

ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ଆସିପାରେ ଏହି ବଡ଼ ନିଷ୍ପତ୍ତି, ସଙ୍କେତ ଦେଇ କହିଲେ…

ଭୁବନେଶ୍ୱର,୧୪ା୫: ଗୁରୁବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ…

କେରଳମ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ: ଏହି ବ୍ୟକ୍ତିଙ୍କ ମୁଣ୍ଡରେ ସୁନାକଳସ

ନୂଆଦିଲ୍ଲୀ,୧୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri