ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ସୁମନ୍ତ ରଣା(୩୯)। ହତ୍ୟାକାଣ୍ଡ ପରେ ୨ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁସାରେ ପିତାମହୁଲ ଗ୍ରାମର ସୁମନ୍ତଙ୍କ ସହିତ ପ୍ରାଣବନ୍ଧୁ ସାହୁ (୩୯) ଓ ପିଙ୍କୁ ଜେନା(୩୫)ଙ୍କ କୌଣସି କାରଣକୁ ନେଇ ପୂର୍ବଶତ୍ରୁତା ଥିଲା। ବୁଧବାର ରାତ୍ରିରେ ସୁମନ୍ତ ଗାଁ ଦାଣ୍ଡରେ କେତେକ ଯୁବକଙ୍କ ସହିତ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ପ୍ରାଣବନ୍ଧୁ ଓ ପିଙ୍କୁ ସେଠାରେ ପହଞ୍ଚି ସୁମନ୍ତଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ।

ଖବରପାଇ ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକଙ୍କ ବଡ଼ ଭାଇଙ୍କ ଅଭିଯୋଗ ଆଧାରରେ ସୁବଳୟା ଥାନାରେ ଏକ ମାମଲା(ନଂ.୫୪/୨୬) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରକାଶ କହିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିିଛି। ମୃତକଙ୍କ ସ୍ତ୍ରୀ ଓ ୨ପିଲା ଅଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri