ମା’ ରାମଚଣ୍ଡୀଙ୍କ ବିଷ୍ଣୁମାୟା ବେଶ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଛତ୍ରପୁର,୧୮।୧୦(ଦିଲ୍ଲୀପ ସାମଲ): କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ଏକାଦଶୀ ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ,ମା ରାମଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଛି l ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ ଓ ନବମୀରେ ମା’ ନାରାୟଣୀ ଦଶମୀରେ ଈଶାନୀ ବେଶ ଓ ଏକାଦଶୀରେ ମା’ ବିଷ୍ଣୁମାୟା ବେଶରେ ଦର୍ଶନ ଦେଇଥିଲେ l ଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଶ୍ରୀ ଦିବାକର ଦାସ ମୁଖ୍ୟ କର୍ତ୍ତା ଓ ଗଞ୍ଜାମର ଅଶୋକ ଆଚାର୍ଯ୍ୟ ଉପକର୍ତ୍ତା ଭାବେ ପୂଜାରେ ଯୋଗଦେଇଥିଲେ l

ଏହି ପୂଜା ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱାବଧାନରେ ଏବଂ ବ୍ରହ୍ମପୁରର ଦେଧ୍ୟାୟୀ ପଣ୍ଡିତ ଚନ୍ଦ୍ରଭାନୁ କର ଓ ପଣ୍ଡିତ ରାହୁଲ ଦାଶ ଉପସ୍ଥିତିରେ ବେଦପାଠ କରାଯାଇ ପୂଜା ସମ୍ପନ୍ନ କରାଯାଇଥିଲା l ସନ୍ଧ୍ୟା ସମୟରେ ସବୁବେଳେ ମାଁ ଙ୍କ ମହା ଆରତୀ ଅନୁଷ୍ଠିତ ହୋଇଥାଏ l ତାପରେ ସଂକଳ୍ପ ହୋଇଥିବା ମହିଳାଙ୍କ ଦ୍ୱାରା ଦୁର୍ଗା ସହସ୍ର ନାମରେ କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହୋଇଥାଏ l ଏଥିରେ ଶତାଧିକ ମହିଳା ଭାଗନିଅନ୍ତି l ମହାଷ୍ଟମୀ ଯାଏଁ ପ୍ରତ୍ୟେକ ଦିନ ଏହିପରି କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହେବାପାଇଁ ସ୍ଥିର କରଯାଇଛି। ଠିକ ସେହିପରି ପୂଜା ସୋପାନ ଅନୁସାରେ ଶ୍ରୀ ଚଣ୍ଡୀପାଠ,ଚଣ୍ଡୀ ହବନ ଇତ୍ୟାଦି କରା ଯାଇଥିଲା। ଏକାଦଶୀ ଅବସରରେ ମା’ଙ୍କୁ ଦର୍ଶନ କରିବା ଲାଗି ଛତ୍ରପୁର ଅଞ୍ଚଳର ସମାଜସେବୀ ପ୍ରଶାନ୍ତ କର, ଶ୍ରୀ ଭାଗିରଥି ବେହେରା, ଛତ୍ରପୁର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି (ADM)ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ l

ଏହି ଅବସରରେ କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକ,ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, ଉପସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ସହ ସଂଯୋଜକ ତୁଷାର ଶତପଥୀ, ଜୋର୍ତିବିତ୍‌ ଦୀପକ ଦାସ, ତ୍ରିନାଥ ନାୟକ,ଗୋବର୍ଦ୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ (କୋଷାଧକ୍ଷ), ଦଣ୍ଡ ମହାରଣା ଏବଂ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri