ଏହି ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା! ଏବେ ATMରୁ ବାହାରିବ ଅଧା କ୍ୟାଶ୍‌, ରାତାରାତି ୫୦% କମାଇଲା ଲିମିଟ୍‌

ନୂଆଦିଲ୍ଲୀ,୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏହାର ପ୍ରିମିୟମ୍‌ ଡେବିଟ୍‌ କାର୍ଡଗୁଡ଼ିକ ପାଇଁ ଦୈନିକ ATM ନଗଦ ଉଠାଣ ସୀମା (Daily Cash Limit) ରେ ବଡ଼ ଧରଣର କାଟ କରିଛି। ଏହି ନୂଆ ନିୟମ ୧ ଏପ୍ରିଲ ୨୦୨୬ରୁ ଲାଗୁ ହେବ।

ବ୍ୟାଙ୍କ କିଛି କାର୍ଡର ନଗଦ ଉଠାଣ କ୍ଷମତାକୁ ସିଧାସଳଖ ୫୦ ପ୍ରତିଶତ କମାଇ ଦେଇଛି:

ପ୍ରଥମ କାଟାଗୋରୀ: RuPay ପ୍ଲାଟିନମ, PNB ପଲାଶ, ମାଷ୍ଟରକାର୍ଡ ପ୍ଲାଟିନମ ଏବଂ ଭିସା ଗୋଲ୍ଡ ଭଳି କାର୍ଡର ଲିମିଟ ୧ ଲକ୍ଷରୁ କମାଇ ୫୦ ହଜାର ଟଙ୍କା କରାଯାଇଛି।

ଦ୍ୱିତୀୟ କାଟାଗୋରୀ: RuPay ସିଲେକ୍ଟ ଏବଂ ଭିସା ସିଗ୍ନେଚର୍‌ ଭଳି କାର୍ଡର ଲିମିଟ ୧.୫ ଲକ୍ଷରୁ କମାଇ ୭୫ ହଜାର ଟଙ୍କା କରାଯାଇଛି।

ସାଧାରଣ କାର୍ଡ: ସାଧାରଣ ଡେବିଟ କାର୍ଡର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଡେବିଟ୍ କାର୍ଡ ପ୍ରକାର ପୂର୍ବ ଲିମିଟ୍ (ଦୈନିକ) ନୂଆ ଲିମିଟ୍ (ଦୈନିକ)
RuPay ପ୍ଲାଟିନମ୍, ଭିସା ଗୋଲ୍ଡ, ମାଷ୍ଟରକାର୍ଡ ପ୍ଲାଟିନମ୍ ୧ ଲକ୍ଷ ଟଙ୍କା ୫୦,୦୦୦ ଟଙ୍କା
RuPay ସିଲେକ୍ଟ, ଭିସା ସିଗ୍ନେଚର୍, ମାଷ୍ଟରକାର୍ଡ ବିଜନେସ୍ ୧.୫ ଲକ୍ଷ ଟଙ୍କା ୭୫,୦୦୦ ଟଙ୍କା

କାହିଁକି ଏହି ନିଷ୍ପତ୍ତି?
ବ୍ୟାଙ୍କିଙ୍ଗ ରିସ୍କ କମାଇବା, ଗ୍ରାହକଙ୍କ ଟଙ୍କାର ସୁରକ୍ଷା ବଢ଼ାଇବା ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ତେବେ ଅନଲାଇନ ଶପିଂ, POS ମେଶିନ ପେମେଣ୍ଟ ଏବଂ କଣ୍ଟାକ୍ଟଲେସ ଟ୍ରାଞ୍ଜାକଶନ ଲିମିଟ୍‌ ପୂର୍ବଭଳି ଅପରିବର୍ତ୍ତିତ ରହିବ।

ତେବେ ଗ୍ରାହକମାନେ PNB One ଆପ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କିମ୍ବା ହ୍ବାଟ୍‌ସଆପ୍‌ ବ୍ୟାଙ୍କିଂ ଜରିଆରେ ନିଜ କାର୍ଡର ଦୈନିକ ସୀମାକୁ ସେଟ କିମ୍ବା ରିସେଟ କରିପାରିବେ। ତେବେ ଏହା ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ସୀମା ମଧ୍ୟରେ ରହିବା ଆବଶ୍ୟକ।

ଯଦି ଆପଣ ନିଜ କାର୍ଡର ଲିମିଟ୍ ସେଟ୍ କରିବାକୁ ଚାହୁଁଛନ୍ତି, ତେବେ ବ୍ୟାଙ୍କ ନିମ୍ନଲିଖିତ ସୁବିଧା ଦେଇଛି:

  1. PNB One App: ‘ଡେବିଟ୍ କାର୍ଡ’ ସେକ୍ସନକୁ ଯାଇ ଲିମିଟ୍ ଅପଡେଟ୍ କରିପାରିବେ।
  2. Internet Banking: ବ୍ୟାଙ୍କ ୱେବସାଇଟ୍ ଜରିଆରେ।
  3. WhatsApp Banking & IVR: ଗ୍ରାହକ ସେବା ନମ୍ବର କଲ୍ କରି।

ସତର୍କତା: ଆପଣ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ସୀମା (ଯଥା: ୫୦ ହଜାର କିମ୍ବା ୭୫ ହଜାର) ରୁ ଅଧିକ ଟଙ୍କା ଲିମିଟ୍ ସେଟ୍ କରିପାରିବେ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri