ଅରଖପୁର ଗୁଳିକାଣ୍ଡ: ଅଭିଯୋଗକାରୀ ହିଁ ନିଜେ ସୂତ୍ରଧର, ରଚିଥିଲେ ହାଇ-ଭୋଲଟେଜ୍‌ ନାଟକ, ପର୍ଦ୍ଦାଫାଶ କଲା…

ପୁରୁଷୋତ୍ତମପୁର, ୫।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଚାଞ୍ଚଲ୍ୟ ଖେଳାଇଥିବା ଗୁଳିକାଣ୍ଡ ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଯେଉଁ ଯୁବକ ଜଣକ ଗୁଳିମାଡ଼ର ଶିକାର ହୋଇଥିବା ଅଭିଯୋଗ କରିଥିଲେ, ସେ ନିଜେ ହିଁ ଏହି ସମଗ୍ର କାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି। ପୋଲିସ ଏହି ମାମଲାରେ ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ ବାଇକ ଜବତ କରିଥିବା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୁଜିତ କୁମାର ନାୟକ କହିଛନ୍ତି।

ଅଭିଯୋଗକାରୀ ସାଗର ବେହେରା ପୋଲିସକୁ କହିଥିଲେ ଯେ, ଶିକୁଳା ରାସ୍ତାର ଶୁଣ୍ଡିବାଙ୍କ ନିକଟରେ ଦୁଇଜଣ ମୁଖାଧାରୀ ଯୁବକ ତାଙ୍କୁ ଗୁଳିମାଡ଼ କରିଛନ୍ତି। ତେବେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଏବଂ ଆଇଆଇସି କୁଳମଣୀ ସେଠୀଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ଟିମ ତଦନ୍ତ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା।

ସାଗର ବେହେରା ନିଜେ ଏକ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ଏବଂ ତାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ବ୍ରହ୍ମପୁର ପୋଲିସ ଜିଲାର ଏକ ସ୍ଥାନରେ କୌଣସି ଅପରାଧ ଘଟାଇବା ପାଇଁ ବନ୍ଧୁକ ସଜାଡୁଥିବା ବେଳେ ହଠାତ ଗୁଳି ଫୁଟି ତାଙ୍କ ଗୋଡ଼ରେ ବାଜିଥିଲା। ନିଜର ଅପରାଧକୁ ଲୁଚାଇବା ଏବଂ ଅନ୍ୟ ଉପରେ ଦୋଷ ଲଦିବା ପାଇଁ ସେ ମୁଖାଧାରୀ ଯୁବକଙ୍କ ଗୁଳିମାଡ଼ର କପୋଳକଳ୍ପିତ କାହାଣୀ ରଚିଥିଲେ।

ପୋଲିସ ଏହି ମାମଲାରେ ସାଗରଙ୍କୁ ସହଯୋଗ କରିଥିବା ଅରଖପୁର ଗ୍ରାମର ରାହୁଲ ପ୍ରଧାନ (୨୩)ଙ୍କୁ ଗିରଫ କରିଛି। ଏଥିସହ ଘଟଣା ସହ ସମ୍ପୃକ୍ତ ନାବାଳକକୁ ସୁଧାର ଗୃହକୁ ପଠାଯାଇଛି। ଚିକିତ୍ସା ପରେ ମୁଖ୍ୟ ଅଭିଯୁକ୍ତ ସାଗରଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ପୂର୍ବରୁ ଗଣମାଧ୍ୟମ (ଧରିତ୍ରୀ) ପକ୍ଷରୁ ଏହି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରାଯାଇଥିଲା। ସ୍ପଷ୍ଟ ଦିବାଲୋକରେ ଏଭଳି ଗୁଳିକାଣ୍ଡ ଘଟିଥିଲେ ହେଁ କିଭଳି କିଏ ଜାଣିପାରିଲେ ନାହିଁ ତାହା ପ୍ରକାଶ ପାଇଥିଲା। ଏବେ ତାହା ବାସ୍ତବ ରୂପ ନେବା ସହ ପ୍ରକୃତ ଘଟଣା ଉପରୁ ପରଦା ଉଠିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri