ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର ପିଠିରେ ନିଜର ଭାବନା ଲେଖି ବିଦାୟ ଜଣାଇଥିଲେ । ଏହି ସମୟରେ ବରସ୍ପର ମଧ୍ୟରେ କିଛି ସମୟ ଭାବବିହ୍ବଳ ହୋଇ ପଡିଥିଲେ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା । କୋରାପୁଟ ଜିଲାର ପଙ୍ଖାରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ।
ସୂଚନା ମୁତାବକ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ସିବିଏସି ଦଶମ ପରୀକ୍ଷାରେ ପଟ୍ଟାଙ୍ଗି ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ୪୩ ଛାତ୍ରୀଛାତ୍ର ଉକ୍ତ ପରୀକ୍ଷା କେନ୍ଦ୍ରରେ ଦୀର୍ଘ ୬ ଦିନ ଧରି ପରୀକ୍ଷା ଦେଉଥିଲେ । ଯାହାକି ମାର୍ଚ୍ଚ ୭ ଶନିବାର ଦିନ ଏହା ଅନ୍ତିମ ଦିବସ ରହିଥିବା ବେଳେ ଛାତ୍ରୀଛାତ୍ର ସମସ୍ତ ବିଷୟ ସମ୍ପର୍କରେ ପରୀକ୍ଷା ଦେଇ ଖୁସି ପ୍ରକଟ କରିଥିଲେ ।
ଏହାରି ଭିତରେ ଉକ୍ତ ସମସ୍ତ ପରୀକ୍ଷାର୍ଥୀ ବିଦ୍ୟାଳୟରେ ଗତ ୪ ବର୍ଷ ଧରି ଏକାଠି ହୋଇ ପାଠପଢି ଥିବା ସମୟରେ ବିତିଯାଇଥିବା ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ପ୍ରତିଯୋଗିତା ବେଳର ଦୃଶ୍ୟକୁ ମନେ ରଖି ପାଠପଢାରେ ଆଗେଇ ଚାଲିଥିଲେ।
ମାତ୍ର ଉକ୍ତ ସିବିଏସି ଦଶମ ପରୀକ୍ଷା ପାର ବିଦ୍ୟାଳୟତର ଅନ୍ତିମ ଦିନ ହୋଇଥିବାରୁ ଏହା  ମନେ ରହିବ । ବର୍ତ୍ତମାନ ପରୀକ୍ଷା ପରେ ଯିଏ ଯାହା ପସନ୍ଦରେ ଉଚ୍ଚ ଶିକ୍ଷା ନିମନ୍ତେ ଚୟନ କରି ନିଜ ନିଜ ମଧ୍ୟରେ ଅଲଗା ହୋଇଯିବ ଏହିପରି କିଛି ସ୍କୃତି ସାଉଁଟି ପରୀକ୍ଷା କେନ୍ଦ୍ରର ମୁଖ୍ୟ ଫାଟକ ସମୁଖରେ ଭାବବହ୍ବଳ ହୋଇ ଉଭୟ ଉଭୟଙ୍କ ପିଠିରେ ଭାବନା ଲେଖି ନିଜ ସାଙ୍ଗମାନଙ୍କୁ ବିଦାୟ ଜଣାଇଥିଲେ ।
 ଏହି ପରୀକ୍ଷା ସମୟରେ କେନ୍ଦ୍ରର ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିବାରୁ ଛାତ୍ରୀଛାତ୍ର ସେମାନଙ୍କୁ ଧନ୍ୟବାଦ ଦେଇ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଶ୍ରେଣୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ଆମକୁ ଯେଉଁ ଭଳି ପାଠ ପଢାଉଥିଲେ ବା ବୁଝାଉଥିଲେ ଏହା ଆମ ପାଇଁ ସଦାସର୍ବଦା ଆଶୀର୍ବାଦ ହୋଇ ରହିବ ବୋଲି କହି ଭାବପ୍ରବଣ ହୋଇପଡିଥିଲେ । ଶେଷରେ ସମସ୍ତ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ସବୁବେଳେ ମନେରଖିବା ପାଇଁ ଉକ୍ତ କେନ୍ଦ୍ରର ମୁଖ୍ୟ ଫାଟକ ସମୁଖରେ ଫୋଟୋ ଉଠାଇ ବିଦାୟ ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri