Posted inଖେଳ

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର ଯାଦବ। ମ୍ୟାଚ୍‌ ପୂର୍ବରୁ ଅଧିନାୟକଙ୍କ ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟବାଦିତା ଭାରତୀୟ ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି।

ଜିତିବା ପାଇଁ ରଣହୁଙ୍କାର ଭରି ସୂର୍ଯ୍ୟା କହିଛନ୍ତି, “ଆମେ ଭଲ କ୍ରିକେଟ ଖେଳିବୁ ଏବଂ ଜିତିବା ଲକ୍ଷ୍ୟରେ ଓହ୍ଲାଇବୁ। ମୁଁ ସାମାନ୍ୟ ନର୍ଭସ ଅଛି, କାରଣ ଯଦି ଆପଣ ନର୍ଭସ ହେବେ ନାହିଁ, ତେବେ ନିଜ ଭିତରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବାହାର କରିପାରିବେ ନାହିଁ।” ପିଚ ବିଷୟରେ ସେ କହିଛନ୍ତି ଯେ କଳା କିମ୍ବା ନାଲି ମାଟି, ଯେକୌଣସି ପିଚ ହେଉ ଆମକୁ କିଛି ଫରକ ପଡ଼େନି।

ବରୁଣ ଚକ୍ରବର୍ତ୍ତୀଙ୍କ ଖରାପ ଫର୍ମକୁ ନେଇ ପଚରାଯାଇଥିବା ପ୍ରଶ୍ନର ଜବାବରେ ଅଧିନାୟକ କହିଛନ୍ତି, “ସେ ଦୁନିଆର ନମ୍ବର ୱାନ୍‌ ବୋଲର। ଏହା ଏକ ଦଳଗତ ଖେଳ, ଜଣଙ୍କର ଖରାପ ପ୍ରଦର୍ଶନ ସତ୍ତ୍ୱେ ଆମେ ମ୍ୟାଚ ଜିତୁଛୁ।” ସେହିଭଳି ନ୍ୟୁଜିଲାଣ୍ଡ ଅଧିନାୟକ ସାଣ୍ଟର୍ନର ଦେଇଥିବା ଭାରତକୁ ୨୫୦ ରନ ତଳେ ରୋକିବା ବୟାନକୁ ନେଇ ସୂର୍ଯ୍ୟା ହସି ହସି କହିଛନ୍ତି ଯେ, ସେ ମିଛ କହୁଛନ୍ତି। ପରିସ୍ଥିତି ଅନୁଯାୟୀ ସେ ରନ ସଂଗ୍ରହ କରିବେ।

ଟିମ୍‌ର ରଣନୀତିକୁ ନେଇ ସୂର୍ଯ୍ୟା କହିଛନ୍ତି ଯେ ସେ ଏବଂ କୋଚ ଗୌତମ ଗମ୍ଭୀର ମିଶି ବଡ଼ ନିଷ୍ପତ୍ତି ନିଅନ୍ତି। ଗମ୍ଭୀରଙ୍କ ମନ୍ତ୍ର ସ୍ପଷ୍ଟ  “ଦଳ ପାଇଁ ଖେଳ, ବ୍ୟକ୍ତିଗତ ରେକର୍ଡ (Personal Milestone) ପାଇଁ ନୁହେଁ।” ଅକ୍ଷର ପଟେଲଙ୍କୁ ଦଳରୁ ବାହାର କରିବା ଭଳି କଠୋର ନିଷ୍ପତ୍ତି ମଧ୍ୟ ଦଳର ସ୍ବାର୍ଥ ପାଇଁ ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଏହାଛଡ଼ା ଡ୍ରେସିଂ ରୁମ୍‌ରେ ଜୁନିୟର ଖେଳାଳିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସୂର୍ଯ୍ୟା ମଜାରେ କହିଛନ୍ତି, “ଡ୍ରେସିଂ ରୁମ୍‌ରେ ମୋ କଥା କେହି ଶୁଣନ୍ତି ନାହିଁ। ସେମାନେ ହିଁ ମୋ ଉପରେ ଦାଦାଗିରି କରନ୍ତି। କିନ୍ତୁ ମୁଁ ବୁଝିଛି ଯେ ସେମାନଙ୍କୁ ଖୋଲା ଛାଡ଼ିଦେଲେ ହିଁ ଶ୍ରେଷ୍ଠ ପ୍ରଦର୍ଶନ ମିଳିଥାଏ। ସେମାନଙ୍କ ଉପରେ ବଡ଼ ଭାଇ କିମ୍ବା ବାପା ହେବାକୁ ଚେଷ୍ଟା କଲେ କିଛି ଲାଭ ହେବନି।”

ମ୍ୟାଚ ସୂଚନା:
କେବେ: ୮ ମାର୍ଚ୍ଚ, ୨୦୨୬ (ରବିବାର)
କେଉଁଠି:ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ
ସମୟ: ସନ୍ଧ୍ୟା ୭:୦୦ (IST)

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri