ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର ୭.୫ ମିଲିୟନ ଟନ୍‌। ଏବେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୨୨ ଲକ୍ଷ ମେଟ୍ରିକ ଟନ୍‌। ବିଶ୍ୱର ପ୍ରଥମ ନାନୋ ତରଳ ସାର ଏହି କାରଖାନାରୁ ଉତ୍ପାଦନ ହେଉଛି। ଏବେ ବିଶ୍ୱର ଅନେକ ଦେଶକୁ ଇଫ୍‌କୋ ଏହି ନାନୋ ତରଳ ସାର ରପ୍ତାନି କଲାଣି। ଏହା ଆମ ଦେଶ ପାଇଁ ଗର୍ବର ବିଷୟ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ପାରାଦୀପ ଇଫ୍‌କୋ କାରଖାନା ପରିସରରେ ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ଶାହା ସଲ୍‌ଫ୍ୟୁରିକ ଏସିଡ୍‌ କାରଖାନା ୩ର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଜୟ ଜଗନ୍ନାଥରୁ ଶାହା ତାଙ୍କ ଅଭିଭାଷଣ ଆରମ୍ଭ କରି କହିଛନ୍ତି, ସାଧାରଣ ନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ସାର୍ବଜନିକ ଗସ୍ତ। ଏବେ ଡବଲ ଇଞ୍ଜିନ ସରକାର ଉନ୍ନତି ପଥରେ ଆଗେଇ ଚାଲିଛି। ଓଡ଼ିଶା ଦେଖୁଦେଖୁ ବିକଶିତ ହୋଇଯିବ ବୋଲି ସେ ଭରସା ଦେଇଛନ୍ତି।
ଶାହା ଆହୁରି କହିଛନ୍ତି ଯେ, ଓଡ଼ିଶାର ମାଟି ତଳେ ଅନେକ ସମ୍ପଦ ରହିଛି। ମହାନଦୀ ପାଖରେ ଉର୍ବର ଜମି, ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ଏବଂ ଚିଲିକା ରହିଛି। ନୂଆ ସରକାର ଏହାର ଭିତ୍ତିଭୂମିର ବିକାଶ ପାଇଁ ଖସଡ଼ା କଲେଣି। ଆସନ୍ତା ଦିନରେ ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବ। ସମବାୟ ଜରିଆରେ ଗ୍ରାମୀଣ ମହିଳା, ଜନଜାତି, ଓବିସି ଓ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯିବ। ଏହି ବ୍ୟବସ୍ଥାରେ ପ୍ରତି ଗାଁରେ ଡେଏରୀ ପହଞ୍ଚତ୍ବ। ଗୁଜରାଟ ଅମୁଲର ଉଦାହରଣ ଦେଇ ସେ କହିଥିଲେ ଯେ, ୩୬ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି ଏବଂ ବାର୍ଷିକ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛି। ସେହିଭଳି ଓଡ଼ିଶାର ଗ୍ରାମୀଣବର୍ଗଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧପରିକର ବୋଲି ଶାହା କହିଛନ୍ତି।
ଇଫ୍‌କୋ ପ୍ରସଙ୍ଗରେ ଶାହା କହିଛନ୍ତି, ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ବଡ଼ ସମବାୟ ସଂସ୍ଥା। ଏହା ଅଧୀନରେ ଥିବା ୩୬ ହଜାର ସମବାୟ ୟୁନିଟ୍‌ ଓ ୫ କୋଟି କୃଷକ ହେଉଛନ୍ତି ଅସଲ ମାଲିକ। ଏହି ସଂସ୍ଥାରୁ ମିଳୁଥିବା ବାର୍ଷିକ ୩୮ଶହ କୋଟି ଟଙ୍କାର ଲାଭାଂଶ ଦେଶର ୫ କୋଟି କୃଷକ ପାଇଥାନ୍ତି। ଏହା ହିଁ ଇଫ୍‌କୋର ଅସଲି ଶକ୍ତି। ଏବେ ଇଫ୍‌କୋ ସଲ୍‌ଫ୍ୟୁରିକ ଏସିଡ୍‌ ପାଇଁ ଆଉ ବିଦେଶ ଉପରେ ନିର୍ଭରଶୀଳ ହେବନାହିଁ। ଉକ୍ତ ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କା ବ୍ୟୟ ହୋଇଛି । ଆଗାମୀ ଦିନରେ ଇଫ୍‌କୋ ସମସ୍ତ ସାର କାରଖାନାର ସଲ୍‌ଫ୍ୟୁରିକ ଆବଶ୍ୟକତା ପୂରଣ କରିବ ବୋଲି ଶାହା ଆଶାବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ପାରାଦୀପ ପୋର୍ଟ ସହର ସ୍ବାଗତ କରୁଛି। ପାରାଦୀପ ହେଉଛି ଉଦୀୟମାନ ସହର ଓ ସମୃଦ୍ଧିର ପ୍ରତିବିମ୍ବ। ଦେଶର ପଣ୍ୟ କାରବାର କ୍ଷେତ୍ରରେ ଏବେ ପାରାଦୀପ ବନ୍ଦର ପ୍ରଥମ ସ୍ଥାନରେ ରହିଛି । ଆଗକୁ ଏହା ଏସିଆ ମହାଦେଶର ଗେଟ୍‌ ୱେ (ପ୍ରବେଶ ପଥ)ହେବାକୁ ଯାଉଛି। ପାରାଦୀପ ଓଡ଼ିଶା ବିକାଶର ପ୍ରୟୋଗଶାଳା। ଏଥିସହ ୟୁରିଆ ସାର ଉତ୍ପାଦନ କ୍ଷେତ୍ରରେ ଇଫ୍‌କୋ ଦେଶରେ ଅଗ୍ରଣୀ ଭୂମିକା ନେଉଥିବା ସେ ପ୍ରକାଶ କରିଥିଲେ। ଆଗକୁ ସମବାୟ ଯୁଗର ଆରମ୍ଭ ହେବାକୁ ଯାଉଛି ବୋଲି ମାଝୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପାରାଦୀପରୁ ତାଳଚେର ପର୍ଯ୍ୟନ୍ତ ନଦୀପଥ ବିକାଶ ସହ ଅନେକ ଯୋଜନା ହାତକୁ ନିଆଯାଇଛି। ସମବାୟ ଜରିଆରେ ସବୁ ବର୍ଗର ଲୋକଙ୍କୁ ଯୋଡ଼ାଯିବାକୁ ଯୋଜନା କରାଯାଇଛି। ଆଗକୁ ଗ୍ରାମୀଣ ଲୋକେ ସମବାୟ ମାଧ୍ୟମରେ ମାଲିକ ହେବେ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ, ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ, କେନ୍ଦ୍ର ସମବାୟ ସଚିବ ଆଶିଷ କୁମାର ଭୁଟାନୀ ପ୍ରମୁଖ ଉପସ୍ଥିତ ଥିଲେ। ଆରମ୍ଭରେ ଇଫ୍‌କୋ ପରିଚାଳନା ନିର୍ଦ୍ଦେଶକ କେ.ଜେ. ପଟେଲ ସ୍ବାଗତ ବକ୍ତବ୍ୟ ରଖିବା ସହ ଇଫ୍‌କୋ ସଲଫ୍ୟୁରିକ ଏସିଡ୍‌ କାରଖାନା ସମ୍ପର୍କରେ ସୂଚନା ଦେଇଥିଲେ। ଇଫ୍‌କୋ ଅଧ୍ୟକ୍ଷ ଦିଲୀପ ସାଂଘାନୀ ଇଫ୍‌କୋର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ। ଶେଷରେ ପାରାଦୀପ ୟୁନିଟ୍‌ ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଇଫ୍‌କୋ ନିର୍ଦ୍ଦେଶକ ମଣ୍ଡଳୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri