ଭୁବନେଶ୍ୱରରେ ଅମିତ ଶାହା, ସ୍ବାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୩: ଭୁବନେଶ୍ୱର ବିମାନବନ୍ଦରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ପହଞ୍ଚିଛନ୍ତି। ଶାହା ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ବାଗତ କରିଥିଲେ। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ଶାହାଙ୍କୁ ସ୍ବାଗତ କରିଛନ୍ତି। ଆଜି କଟକ, ଭୁବନେଶ୍ୱର, ପାରାଦୀପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏଥିସହିତ ମୁଣ୍ଡଳିରେ ସିଆଇଏସ୍‌ଏଫ୍‌ର ୫୭ତମ ପ୍ରତିଷ୍ଠା ଉତ୍ସବରେ ଶାହା ମଧ୍ୟ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି।

ଗୁରୁବାର ଗୃହ ବିଭାଗ ଅତିରିକ୍ତ ସଚିବ ଭବେଶ କୁମାର ନାୟକ ଏ ସଂକ୍ରାନ୍ତରେ ରାଜ୍ୟ ଉନ୍ନୟନ ଆୟୁକ୍ତ, ପୋଲିସ ମହାନିର୍ଦେଶକଙ୍କ ସମେତ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଥିଲେ। ବିଭାଗ ପକ୍ଷରୁ ଜାରି ସଂଶୋଧିତ ସୂଚୀ ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ବିଏସ୍‌ଏଫ୍‌ ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରଠାରୁ କଟକ ମୁଣ୍ଡୁଳି ଅଭିମୁଖେ ଯିବେ। ସେଠାରେ ୧୦ଟା ୫୫ ମିନିଟରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟ୍‌ ଫୋର୍ସର ରାଇଜିଂ ଡେ’ ତଥା ସ୍ଥାପନ ଦିବସରେ ଯୋଗଦେବେ। ଏହାପରେ ଅପରାହ୍ନ ୧ଟା ୩୫ମିନିଟରେ ମୁଣ୍ଡୁଳିରୁ ପ୍ରତ୍ୟାବର୍ତ୍ତନ କରି ପାରାଦୀପ ଇଫ୍‌କୋ ୟୁନିଟ୍‌କୁ ଗସ୍ତ କରିବେ। ସେଠାରେ ସଲ୍‌ଫ୍ୟୁରିକ୍‌ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ଏହାପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୩ଟା ୫୫ମିନିଟରେ ଏନ୍‌ଏଫ୍‌ଏସ୍‌ୟୁର ସ୍ଥାୟୀ ଏବଂ ପରେ ସିଏଫ୍‌ଏସଏଲ ଭବନର ଶିଳାନ୍ୟାସ କରିବେ। ଏହି ଅବସରରେ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ୩ଟି ନୂତନ ଆଇନ ଉପରେ ରାଜ୍ୟସ୍ତରୀୟ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି। ସନ୍ଧ୍ୟା ୭ଟା ୩୦ମିନିଟରେ ଦିଲ୍ଲୀ ଅଭିମୁଖେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ…

ଟାଙ୍ଗିଆ ଚୋଟରେ ବାପା ମୃତ, ପୁଅ ଗୁରୁତର

ଖଜୁରୀପଡ଼ା,୧୧।୯(ବିଦୁର ବେହେରା): ଜମିଜମା ବିବାଦକୁ କେନ୍ଦ୍ର କରି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତ ସର୍କେସରୁ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଆକ୍ରମଣରେ ବାପାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?