ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଏକ ସରକାରୀ ସଭାରେ ଉଦ୍‌ବୋଧନ ଦେବା ଅବସରରେ ପୂର୍ବ ବିଜେଡି ସରକାର ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଶାହା ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବିତାଇଥିବା ପାଖାପାଖି ୧ ଘଣ୍ଟା ବିଷୟକୁ ନେଇ ବିଶେଷ ଆଲୋଚନା ହେଉଛି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶାହା ସିଧାସଳଖ ଦଳୀୟ କାର୍ଯ୍ୟାଳୟ ଯାଇଥିଲେ। ସେଠାରେ ତାଙ୍କୁ ଦଳ ପକ୍ଷରୁ ବହୁ ନେତା ଓ କର୍ମୀମାନେ ସ୍ବାଗତ କରିବା ପାଇଁ ପୂର୍ବରୁ ଉପସ୍ଥିତ ଥିଲେ। ଶାହା ଏହି ସମୟରେ ରାଜ୍ୟ ସଭା ନିର୍ବାଚନ ଏବଂ ଦଳର ଅନ୍ୟାନ୍ୟ ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ଶାହା ଆସିଲା ପରେ ରାଜ୍ୟ ସଭାର ୩ଟି ଆସନ ଭାଜପାର ବୋଲି ତାଙ୍କ ଦଳ ନେତାମାନେ ଦମ୍ଭୋକ୍ତି ଦେଖାଇଲେଣି।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସରକାର ଏବଂ ସଙ୍ଗଠନ ନେଇ ଆଲୋଚନା ହୋଇଛି। ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ କହିଛନ୍ତି, ରାଜ୍ୟ ସଭାରେ ଭାଜପା ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଦିଲୀପ ରାୟ ନିଶ୍ଚିତ ବିଜୟୀ ହେବେ। ସରକାର, ସଙ୍ଗଠନ ଏବଂ ରାଜ୍ୟ ସଭା ନିର୍ବାଚନ ନେଇ ଆଲୋଚନା ହେଲା। ଏମ୍‌ପି ଏବଂ ବିଧାୟକମାନଙ୍କ ସହ ଭାଜପା କୋର୍‌ କମିଟି ବୈଠକ ହେଲା। ୩ ରାଜ୍ୟ ସଭା ପ୍ରାର୍ଥୀ କିପରି ବିଜୟୀ ହେବେ ସେନେଇ ଶାହା ପରାମର୍ଶ ଦେଲେ ବୋଲି ପୁରୋହିତ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ବିଧାୟକ,ଏମ୍‌ପି ଓ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଶାହା ପ୍ରଥମେ ଭେଟିଥିଲେ। ଏହି ସମୟରେ ସେମାନଙ୍କ ପରିଚୟ ପଚାରି ବୁଝିବା ପରେ ଓଡ଼ିଶାର ଶାସନ ବ୍ୟବସ୍ଥା କିଭଳି ଠିକ୍‌ ଭାବେ ଚାଲିବ ସେକଥା କହିଥିଲେ। ଏହାପରେ ଶାହା ୩ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ବୈଠକରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରାଜ୍ୟ ସଭା ନିର୍ବାଚନ, ନିଗମ ଓ ବୋର୍ଡର ଖାଲି ପଦବୀ ପୂରଣ ଏବଂ ଅନ୍ୟ କେତେକ ସାଂଗଠନିକ ବିଷୟ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଏବଂ ସଙ୍ଗଠନ ଏକାଠି କିପରି କାର୍ଯ୍ୟ କରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟ ସଭା ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଦିଲୀପ ରାୟ ଭାଜପା କାର୍ଯ୍ୟାଳୟରେ ଶାହାଙ୍କୁ ଭେଟିଛନ୍ତି। ଭାଜପା ପାଖରେ ୪ର୍ଥ ଆସନ ଲାଗି ୨୨ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ରହିଛି। ବିଜେଡିରୁ ବିଦାହୋଇଥିବା ୨ ବିଧାୟକଙ୍କ ସମର୍ଥନ ଦିଲୀପଙ୍କୁ ମିଳିପାରେ ବୋଲି କୁହାଯାଉଛି। ହେଲେ ବଳକା ଭୋଟ କିପରି ମିଳିବ ସେ ବିଷୟରେ ଶାହା କ’ଣ ଗୁରୁମନ୍ତ୍ର ଦେଇଛନ୍ତି, ସେକଥା ବାହାରକୁ ଜଣାପଡ଼ି ନାହିଁ। ଶାହା କିନ୍ତୁ ଆସିବା ପରେ ରାଜ୍ୟ ସଭାର ୩ୟ ପ୍ରାର୍ଥୀ ନିଶ୍ଚିତ ଜିତିଯିବେ ବୋଲି ତାଙ୍କ ଦଳର ନେତାମାନେ କହୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri