Posted inଜାତୀୟ

ଭାଜପା ପାଇଁ ନିଷ୍ପତ୍ତି ନେଉଛି କି ଆରଏସଏସ ? ଖୁଲାସା କଲେ ମୋହନ ଭାଗବତ

ନାଗପୁର,୨୮ା୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ସଂଘର ‘ସଂଘ ଯାତ୍ରାର ୧୦୦ ବର୍ଷ’ ଶୀର୍ଷକ ତିନି ଦିନିଆ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂଘର ଭୂମିକା ଉପରେ ନିଜର ମତ ରଖିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, “ଆରଏସଏସ ଭାଜପା ପାଇଁ ନିଷ୍ପତ୍ତି ନେଇଥାଏ ବୋଲି କଥା ସତ୍ୟ ନୁହେଁ। ଆରଏସଏସ ଏକ ସ୍ୱାଧୀନ ଓ ସ୍ୱୟଂଶାସିତ ସଂଗଠନ। ଆମେ ପ୍ରତ୍ୟେକ ସରକାରଙ୍କ ସହ ଭଲ ସମନ୍ୱୟ ରଖୁଛୁ, କେବଳ ଏହି ସରକାରଙ୍କ ସହିତ ନୁହେଁ।”

ମୋହନ ଭାଗବତ କହିଛନ୍ତି ଯେ, “ବ୍ରିଟିଶମାନେ ଭାରତରେ ନିଜର ଶିକ୍ଷା ବ୍ୟବସ୍ଥା ଲାଗୁ କରିଥିଲେ, ଯାହା ଫଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଲୁପ୍ତ ହୋଇଯାଇଥିଲା। ଶିକ୍ଷା କେବଳ ତଥ୍ୟ ସଂଗ୍ରହ ନୁହେଁ, ଏହା ଏକ ବ୍ୟକ୍ତିକୁ ସଂସ୍କାରୀ କରିବାର ମାଧ୍ୟମ। ଛାତ୍ରଛାତ୍ରୀମାନେ ନିଜର ଅତୀତ ବିଷୟରେ ଜାଣିବା ଆବଶ୍ୟକ।” ସେ ଜାତୀୟ ଶିକ୍ଷା ନୀତି (ଏନଇପି)କୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି ପ୍ରଶଂସା କରିଛନ୍ତି ଏବଂ ଏହା ପଞ୍ଚକୋଶୀୟ ଶିକ୍ଷା ପାଇଁ ବ୍ୟବସ୍ଥା ରଖିଥିବା କହିଛନ୍ତି।

ଭାଗବତ କହିଛନ୍ତି, “ଭାରତକୁ ବୁଝିବା ପାଇଁ ସଂସ୍କୃତ ଶିଖିବା ଆବଶ୍ୟକ। ମୁଖ୍ୟଧାରା ଶିକ୍ଷାକୁ ଗୁରୁକୁଳ ଶିକ୍ଷା ସହ ଯୋଡ଼ିବା ଉଚିତ।” ସେ ଆହୁରି କହିଛନ୍ତି, “ଇଂରାଜୀ ଶିଖିବାରେ କୌଣସି ସମସ୍ୟା ନାହିଁ, ଏହା କେବଳ ଏକ ଭାଷା। କିନ୍ତୁ ଓଲିଭର ଟ୍ୱିଷ୍ଟ ପଢ଼ି ପ୍ରେମଚାନ୍ଦଙ୍କୁ ଭୁଲିଯିବା ଠିକ୍‌ ନୁହେଁ। ଆମ ମୂଲ୍ୟବୋଧ ଓ ପରମ୍ପରା ଛାତ୍ରଛାତ୍ରୀଙ୍କୁ ଶିଖାଇବା ଦରକାର।”

ତେବେ ଦେଶରେ ବେକାରୀ ସମସ୍ୟା ଉପରେ ମୋହନ ଭାଗବତ କହିଛନ୍ତି, “ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି ପାଇବା ନୁହେଁ। ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି ସୃଷ୍ଟିକାରୀ ହେବାକୁ ଚେଷ୍ଟା କରନ୍ତୁ।”

ଭାଗବତ କହିଛନ୍ତି, “ବିଭିନ୍ନ ଦେଶରୁ ଆସିଥିବା ଲୋକେ ଆମ ସଂଘ ଶିକ୍ଷା ବର୍ଗ ଦେଖି କହିଛନ୍ତି ଯେ ସେମାନେ ନିଜ ଦେଶରେ ମଧ୍ୟ ଏପରି ସଂଗଠନ ଗଠନ କରିବାକୁ ଚାହାଁନ୍ତି।” ସେ ଆହୁରି କହିଛନ୍ତି, “ଜେପି ନାରାୟଣଙ୍କଠାରୁ ପ୍ରଣବ ମୁଖାର୍ଜୀଙ୍କ ପର୍ଯ୍ୟନ୍ତ ଅନେକେ ଆରଏସଏସ ବିଷୟରେ ନିଜ ମତ ବଦଳାଇଛନ୍ତି। ତେଣୁ ବିରୋଧୀଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନର ସମ୍ଭାବନାକୁ ଆମେ କେବେ ଅସ୍ୱୀକାର କରିବା ଉଚିତ ନୁହେଁ।”


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri