ଗୁମାଡ଼ି ନଦୀ ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣା: ମେଳି ବାନ୍ଧିଲେ ୩ ପଞ୍ଚାୟତବାସୀ, ସମସ୍ୟା ସମାଧାନ ନ ହେଲେ…

ଦାରିଙ୍ଗବାଡ଼ି,୧୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୧୦ ଦିନରୁ ଅଧିକ ସମୟ ବିତିଲାଣି ହେଲେ ମରାମତି ହୋଇପାରିନାହିଁ। ଫଳରେ ବ୍ଲକ ହେଡ୍‌କ୍ୱାର୍ଟରଠାରୁ ତିଲୋରୀ, ବୁଡ଼ାଗୁଡ଼ା ଏବଂ ଗୁମିକିଆ ପଞ୍ଚାୟତ ବିଛିନ୍ନ ହୋଇପଡ଼ିଛି। ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରବିବାର ୩ ପଞ୍ଚାୟତବାସୀ, ଲୋକପ୍ରତିନିଧି ବ୍ୟବସାୟୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସବୁ ମେଳି ବାନ୍ଧି ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ତିଲୋରୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ତିଲୋରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଏବେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ଗୁମିକିଆ ସରପଞ୍ଚ ତ୍ରିନାଥ ପ୍ରଧାନ, ବୁଡ଼ାଗୁଡା ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ତିଲୋରୀ ସମିତିସଭ୍ୟ ଦିଲୀପ ପ୍ରଧାନ ଏବଂ ଗୁମିକିଆ ସମିତିସଭ୍ୟ ସପନ ମଲିକ ପ୍ରମୁଖ ଯୋଗଦେଇ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ, ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଅନ୍ୟ ଅଧିକାରୀଙ୍କୁ ଭେଟି ଶୀଘ୍ର ଉକ୍ତ ଡାଇଭର୍ସନ ରାସ୍ତା ମରାମତି ସହ ସେଠାରେ ନିର୍ମାଣ କରାଯାଉଥିବା ପୋଲ କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ କରିବାକୁ ନିବେଦନ କରାଯିବ ଏବଂ ଆସନ୍ତା ବୁଧବାର ୩ ପଞ୍ଚାୟତର ଶହଶହ ମହିଳା, ପୁରୁଷ, ଶିଶୁ, ବୁଦ୍ଧିଜୀବୀ ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ପଞ୍ଚାୟତ କାରିପାଙ୍ଗାଠାରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବୁଡ଼ାଗୁଡ଼ା ସରପଞ୍ଚ କହିଛନ୍ତି। ଆନ୍ଦୋଳନ ତୀବ୍ରତର କରାଯିବ ବୁଧବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହେଲେ ରାସ୍ତା ମରାମତି ନ ହେବା ପର୍ଯ୍ୟନ୍ତ ଜୋରଦାର ତଥା ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ସିମନବାଡ଼ି-ବୁଡ଼ାଗୁଡ଼ା ବିଚ୍ଛିନ୍ନ ହୋଇଯିବା ପରେ ୩ ପଞ୍ଚାୟତ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଗାଡ଼ିମୋଟର ଚଳାଚଳ ବନ୍ଦ ଯୋଗୁ ଦରଦାମ ବୃଦ୍ଧି ହେବା ସହ ଜରୁରିକାଳୀନ ସ୍ବାସ୍ଥ୍ୟସେବା ବ୍ୟାଙ୍କ ସେବା ସରକାରୀ ଓ ବେସରକାରୀ ସେବା ସବୁ ବନ୍ଦ ହୋଇଯାଇଛି ବୋଲି ବୈଠକରେ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଗୋଟିଏ ଦିନ ବନ୍ଦ ହୋଇଗଲେ ଅଞ୍ଚଳ ପ୍ରଭାବିତ ହେଉଥିବା ବେଳେ ଗୋଟିଏ ମାସରେ ଦୁଇ ଦୁଇ ଥର ଡାଇଭର୍ସନ ରାସ୍ତା ଧୋଇ ହୋଇଯିବା ଓ ଏବେ ଦିତୀୟଥର ଧୋଇହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ମରାମତି ହୋଇ ନ ପରିବା ଅଞ୍ଚଳ ପାଇଁ ଚିନ୍ତା ବଢ଼ାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri