ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ପକ୍ଷରୁ ଗତ କିଛିଦିନ ତଳେ ଡ୍ରେନ ସଫେଇ ସହ ଦାରିଙ୍ଗବାଡି ବଜାରକୁ ସଫେଇ କରାଯାଇଥିଲା। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ କାର୍ଯ୍ୟ କରାଯାଇଥିଲା। ସଫେଇ ପରେ ଯିଏ ଅଳିଆ ଆବର୍ଜନା ଏଣେତେଣେ ପକାଇବ ୫ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବ ବୋଲି ବିଡ଼ିଓ ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ବାସ୍ତବରେ ଦାରିଙ୍ଗବାଡିର ହାତଗଣତି କିଛି ଡ୍ରେନକୁ ସଫେଇ କରି ସମ୍ପୂର୍ଣ୍ଣ ଦାରିଙ୍ଗବାଡି ସହାରକୁ ସଫେଇ କରାଯାଇଥିବା ଦର୍ଶାଇ ମିଥ୍ୟା ବିଲ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ନଗ୍ନ ଉଦାହରଣ ହେଲା କୁମ୍ଭଜାରର ଡ୍ରେନେଜ ବ୍ୟବସ୍ଥା। କିଛି ବ୍ୟକ୍ତି ଏହାର ଫଟୋ ସହ ପଞ୍ଚାୟତ ଏବଂ ସ୍ଥାନୀୟ ପ୍ରଶାସନକୁ ତାତ୍ସଲ୍ୟ କରି ପୋଷ୍ଟ କରିଥିବା ଏବେ ମୋବାଇଲକୁ ମୋବାଇଲ ଘୁରିବୁଲୁଛି।

ଗ୍ରାମର ଦେବାଶିଷ ସାହୁ ଅଭିଯୋଗ କରିଛନ୍ତି ଯେ, କୁମ୍ଭବଜାରର ଡ୍ରେନ ଚୋକ ହୋଇ ଡ୍ରେନରୁ ଦୁର୍ଗନ୍ଧ ପାଣି ବାହାରି ରାସ୍ତା ଉପରେ ଯାଉଛି। ଫଳରେ ରାସ୍ତାରେ ଲୋକମାନେ ନାକ ଟେକି ଯାଉଛନ୍ତି। ସେହିପରି ଶିତିକାନ୍ତ ସାହୁ ଅଭିଯୋଗ କରିଛନ୍ତି, କେବଳ ଡ୍ରେନ ନୁହେଁ, କୁମ୍ଭବଜାରରେ ରାସ୍ତା ଉପରେ ଗାଡ଼ିମୋଟୋର ରଖାଯାଇ ରାସ୍ତାକୁ ଜାମ କରିଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଜୟ ଚନ୍ଦ୍ର ପଡ୍ରା ଅଭିଯୋଗ କରିଛନ୍ତି ଯେ, ଡ୍ରେନ ସଫେଇ ନାମରେ ଅର୍ଥ ହରିଲୁଟ କରାଯାଇଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଯୁବ ଆଇନଜୀବୀ ହରେନ କୁମାର ସାହୁ ଗ୍ରାମବାସୀଙ୍କୁ ପରିବେଶ ସ୍ବଚ୍ଛତା ରଖିବାକୁ ନିବେଦନ କରିଛନ୍ତି। ସେହିପରି ସତ୍ୟନାରାୟଣ ସାହୁ ପ୍ରଶାସନକୁ ତାତ୍ସଲ୍ୟ କରି କହିଛନ୍ତି, ଅତ୍ର ତତ୍ର ସର୍ବତ୍ର…ଦାରିଙ୍ଗବାଡ଼ିର ପରିମଳ ବ୍ୟବସ୍ଥା ଅତି ଦୟନୀୟ ଓ ବିପର୍ଯ୍ୟସ୍ତ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ଚନ୍ଦ୍ରିକା ମଲିକ କହିଛନ୍ତି ଯେ କୁମ୍ଭବଜାର ଡ୍ରେନ ସଫେଇ କରାଯାଇନାହିଁ କି କୌଣସି ବିଲ କରାଯାଇନାହିଁ ଏହା ମିଥ୍ୟା ଅଭିଯୋଗ। ଯେଉଁ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଡ୍ରେନ ଯାଇଛି ସେମାନେ ଡ୍ରେନକୁ ପୋତିଦେଉଛନ୍ତି ଅନେକ ଲୋକ ଘର କାମ କରୁଛନ୍ତି। ସେମାନେ ବାଲି, ଇଟା, ପଥର ଘର ଆଗରେ ଗଦା କରି ରଖିବାରୁ ଡ୍ରେନ ଜାମ ହେଉଥିବା ସେ କହିଛନ୍ତି। ସେ ଲୋକଙ୍କୁ ଡ୍ରେନ ଚୋକକୁ ହଟେଇବାକୁ କହିବା ପରେ କିଛି ଲୋକ ଡ୍ରେନରେ ପକାଇଥିବା ଅଳିଆ ବାହାର କରିବା ପରେ ବୁଧବାର ସକାଳ ଠାରୁ ଆଉ ପାଣି ରାସ୍ତାରେ ଯିବା ବନ୍ଦ ଅଛି। ବୋଲି ସେ କହିବା ସହ ପଞ୍ଚାୟତ ପକ୍ଷରୁ ଖୁବଶୀଘ୍ର ଡ୍ରେନ ସଫେଇ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri