Posted inଜାତୀୟ

ଗଣମାଧ୍ୟମ ସ୍ବାଧୀନତା: ୧୫୧ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୩ା୫: ବୈଶ୍ୱିକ ଗଣମାଧ୍ୟମ ସ୍ବାଧୀନତା ୨୦୨୫ରେ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଥିବା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ବାର୍ଷିକ ର଼୍ୟାଙ୍କିଙ୍ଗ୍‌ ରିପୋର୍ଟରେ କୁହାଯାଇଛି। ଇଣ୍ଟରନ୍ୟାଶନାଲ ପ୍ରେସ୍‌ ଫ୍ରିଡମ୍‌ ଡେ’ର ଦିନକ ପୂର୍ବରୁ ଫ୍ରାନ୍ସର ଅଣଲାଭଦାୟକ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତ ସମେତ ବିଶ୍ୱର ଅର୍ଦ୍ଧାଧିକ ଜନସଂଖ୍ୟା ରହୁଥିବା ଦେଶଗୁଡ଼ିକରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ୧୮୦ଟି ଦେଶ ମଧ୍ୟରେ ଭାରତର ସୂଚକାଙ୍କ ୧୫୧ ରହିଛି। ୨୦୨୪ରେ ଭାରତ ୧୫୯ତମ ସ୍ଥାନରେ ଥିଲା। ଗତ ୨୩ ବର୍ଷ ହେଲା ଆର୍‌ଏସ୍‌ଏଫ୍‌ ପ୍ରେସ୍‌ ସ୍ବାଧୀନତାର ଅନୁଧ୍ୟାନ କରିଆସୁଥିବାବେଳେ ଚଳିତ ବର୍ଷ ଏହାର ମୁଖ୍ୟ ସୂଚକାଙ୍କ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି।
ପ୍ରତ୍ୟେକ ଦେଶରେ ଖବରଦାତାମାନଙ୍କ ଉପରେ ହିଂସାକାଣ୍ଡ ସଂଖ୍ୟା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟାବଳୀକୁ ବିଚାରକୁ ନେଇ ବିଶେଷଜ୍ଞମାନେ ଉକ୍ତ ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି। ସେମାନେ କୌଣସି ଦେଶ ବା ଅଞ୍ଚଳର ସ୍ଥିତିକୁ ୫ଟି ବର୍ଗ ଯଥା ରାଜନୈତିକ, ଆଇନଗତ, ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ଏବଂ ସୁରକ୍ଷାଗତ ଦୃଷ୍ଟିକୁ ବିଚାରକୁ ନେଇ ଆକଳନ କରିଛନ୍ତି। ଗତ ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଆମେରିକାର ପ୍ରେସ୍‌ ସ୍ବାଧୀନତା ଅତ୍ୟନ୍ତ ଖରାପ ସ୍ଥିତିକୁ ଖସିଆସିଥିବା ରିପୋର୍ଟରେ କୁହାଯାଇଛି। ଟ୍ରମ୍ପ୍‌ ପ୍ରଶାସନ ଅନୁଷ୍ଠାନଗୁଡ଼ିକୁ ଅସ୍ତ୍ର କରିବା ସହ ସ୍ବାଧୀନ ଗଣମାଧ୍ୟମକୁ ସହାୟତା ହ୍ରାସ କରିଛି ଓ ଖବରଦାତାମାନଙ୍କୁ ଅଣଦେଖା କରୁଛି। ଆମେରିକା ସୂଚକାଙ୍କ ୨୦୨୪ ତୁଳନାରେ ୨ ସ୍ଥାନ ତଳକୁ ଖସି ୫୭ରେ ରହିଛି, ଯାହା ପଶ୍ଚିମ ଆଫ୍ରିକାର ସିଏରା ଲିଓନ୍‌ ପଛରେ ରହିଛି। ୟୁରୋପ୍‌ରେ ସାମ୍ବିଦିକମାନେ ସର୍ବାଧିକ ସ୍ବାଧୀନତା ପାଉଥିବାବେଳେ ୧୮୦ଟି ଦେଶ ମଧ୍ୟରେ ଚାଇନା, ଉତ୍ତରକୋରିଆ ଏବଂ ଇରିଟ୍ରିଆ ସର୍ବନିମ୍ନ ର଼୍ୟାଙ୍କ୍‌ରେ ରହିଛି। ପ୍ରେସ୍‌ ସ୍ବାଧୀନତାରେ ଶୀର୍ଷ ୧୦ଟି ସ୍ଥାନରେ ରହିଥିବା ଦେଶଗୁଡ଼ିକ ହେଲେ ନରଓ୍ବେ, ଇଷ୍ଟୋନିଆ, ନେଦରଲାଣ୍ଡସ୍‌, ସୁଇଡେନ୍‌, ଫିନ୍‌ଲାଣ୍ଡ, ଡେନ୍‌ମାର୍କ, ଆୟର୍ଲାଣ୍ଡ, ପର୍ତ୍ତୁଗାଲ, ସୁଇଜରଲାଣ୍ଡ ଏବଂ ଚେକ୍‌ ଗଣରାଜ୍ୟ। ପୂର୍ବବର୍ଷ ଜର୍ମାନୀ ୧୦ମ ସ୍ଥାନରେ ଥିବାବେଳେ ଏଥର ୧୧ତମ ସ୍ଥାନକୁ ଖସିଛି।
ଇସ୍ରାଏଲ୍‌ର ଗାଜା ଆକ୍ରମଣ ଯୋଗୁ ପାଲେଷ୍ଟିନୀୟ ଖବରଦାତାମାନେ ସର୍ବାଧିକ ଅସୁବିଧା ମଧ୍ୟରେ ରହିଛନ୍ତି। ଇସ୍ରାଏଲୀ ସେନା ଅନେକ ନ୍ୟୁଜ୍‌ରୁମ୍‌କୁ ଧ୍ୱଂସ କରିଦେଇଥିବାବେଳେ ପ୍ରାୟ ୨୦୦ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ୧୮ ମାସରୁ ଊର୍ଦ୍ଧ୍ୱ ହେଲା ଗାଜା ଷ୍ଟ୍ରିପ୍‌କୁ ଇସ୍ରାଏଲ୍‌ ଅବରୋଧ କରି ରଖିଥିଲା। ଇସ୍ରାଏଲ୍‌ର ମଧ୍ୟ ପ୍ରେସ୍‌ ସ୍ବାଧୀନତା ର଼୍ୟାଙ୍କ ୧୧ରୁ ୧୧୨ତମ ସ୍ଥାନକୁ ଖସିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri