କୋହଳ ହେବ ଆଣବିକ ଆଇନ: ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ୍‌ ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୯ା୪(ରଏଟର୍ସ/ଏଜେନ୍ସି):ଭାରତ ନିଜ ଆଣବିକ ଉତ୍ତରଦାୟିତ୍ୱ ଆଇନରେ ସଂଶୋଧନ ଆଣି ଏହାକୁ କୋହଳ କରିବାକୁ ଯୋଜନା ଚଳାଇଛି। ପୂର୍ବରୁ ଦେଶର କୌଣସି ଆଣିବିକ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଲେ ଏହାର ପରିଚାଳକ ଓ ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାକୁ ଅସୀମିତ ଭାବେ ଦାୟୀ କରାଯାଉଥିଲା। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ସମ୍ପୃକ୍ତ କମ୍ପାନୀକୁ ଦେବାକୁ ପଡ଼ୁଥିଲା। କିନ୍ତୁ ନୂଆ ଆଇନ ବଳରେ ଦୁର୍ଘଟଣାଜନିତ କ୍ଷତିପୂରଣ ରାଶିକୁ ସୀମିତ ରଖାଯିବ ବୋଲି ୩ଟି ସରକାରୀ ସୂତ୍ରରୁ ପ୍ରକାଶ। ୨୦୪୭ ସୁଦ୍ଧା ଭାରତର ଆଣବିକ ଶକ୍ତି ଉତ୍ପାଦନ କ୍ଷମତାରେ ୧୨ ଗୁଣା ବୃଦ୍ଧି ଘଟାଇ ଏହାକୁ ୧୦୦ ଗିଗାଓ୍ବାଟ୍‌ରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଥିବାରୁ କେନ୍ଦ୍ର ସରକାର ଉକ୍ତ ଆଇନକୁ କୋହଳ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଆମେରିକା ସହ ବାଣିଜ୍ୟ ଚୁକ୍ତି ଏବଂ ଭାରତ ଉପରେ ଲଗାଯାଇଥିବା ଉଚ୍ଚ ଟାରିଫ୍‌ ନେଇ ଦେଶର ମୂଲଚାଲ କ୍ଷମତା ବୃଦ୍ଧିପାଇବ ବୋଲି ମଧ୍ୟ ଆଶା କରାଯାଉଛି।
ମିଳିଥିବା ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥିବା ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ଚିଠା ଆଇନ ପ୍ରସ୍ତୁତ କରାଯାଇଛି। ସେଥିରେ ସିଭିଲ୍‌ ନ୍ୟୁକ୍ଲିୟର ଲିଆବିଲିଟି ଡେମେଜ୍‌ ଆକ୍ଟ, ୨୦୧୦ର ଏକ ଗୁରୁତ୍ୱପୂର୍ଣ୍ଣ କ୍ଲଜ୍‌କୁ ବାଦ୍‌ ଦିଆଯାଇଛି। ଏହି କ୍ଲଜ୍‌ ଜରିଆରେ ପୂର୍ବରୁ ଦୁର୍ଘଟଣା
ଘଟିଲେ ଅସୀମିତ କ୍ଷତିପୂରଣ ଦେବାକୁ ସପ୍ଲାୟର୍ସଙ୍କୁ ବାଧ୍ୟ କରାଯାଉଥିଲା। ଗତ ୧୧ ତାରିଖରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ମନ୍ତ୍ରଣାଳୟ ସମର୍ଥିତ କାର୍ନେଜି ଇଣ୍ଡିଆ ଗ୍ଲୋବାଲ ଟେକ୍ନୋଲୋଜି ସମିଟ୍‌ରେ ଏନେଇ ସୂଚନା ଦେଇଥିଲେ। ଜୟଶଙ୍କର କହିଥିଲେ, ଭାରତକୁ ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ୍‌ ବେସାମରିକ ପରମାଣୁ ଶକ୍ତି ଉତ୍ପାଦନ କରିବାକୁ ହେଲେ ଆଣବିକ ଉତ୍ତରଦାୟିତ୍ୱ ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ। କାରଣ ପ୍ରଚଳିତ ଆଇନ ଭାରତରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ପରମାଣୁ ଉଦ୍ୟୋଗୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରି ନାହିଁ। ନୂଆ ଆଇନ ଅନେକ ବୈଶ୍ୱିକ ପ୍ଲେୟାର୍ସଙ୍କୁ ଭାରତକୁ ଆକର୍ଷିତ କରିବ। ସେହିପରି ଡେଲୋଇଟ୍ଟେ ସାଉଥ୍‌ ଏସିଆର ଚିଫ୍‌ ଗ୍ରୋଥ୍‌ ଅଫିସର ଦେବାଶିଷ ମିଶ୍ର କହିଛନ୍ତି, ଭାରତକୁ ସ୍ବଚ୍ଛ ଆଣବିକ ଶକ୍ତି ଆବଶ୍ୟକ। ଉତ୍ତରଦାୟିତ୍ୱକୁ ସୀମିତ କରାଗଲେ ଏଦିଗରେ ସଫଳତା ମିଳିପାରେ।
ଆଇନ ଓ ନିୟମଗୁଡ଼ିକ ସହ ତାଳଦେଇ ଏ ସଂକ୍ରାନ୍ତ ସଂଶୋଧିତ ବିଧେୟକ ଜୁଲାଇରେ ହେବାକୁ ଥିବା ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥାପନ କରାଯାଇପାରେ ବୋଲି କୁହାଯାଉଛି। କେନ୍ଦ୍ର ସରକାର ଏହି ବିଧେୟକ ଗୃହୀତ କରାଇବା ପାଇଁ ଆଶାବାଦୀ ଥିବା ସୂତ୍ରରୁ ଜଣାପଡ଼ିଛି। ବିଶ୍ଲେଷକମାନେ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ବାଣିଜି୍ୟକ କାରବାର ୨୦୩୦ ସୁଦ୍ଧା ୧୯୧ ବିଲିୟନ୍‌ ଡଲାରରୁ ୫୦୦ ବିଲିୟନ୍‌ ଡଲାରକୁ ବୃଦ୍ଧି ଘଟାଇବା ସକାଶେ ଟ୍ରେଡ୍‌ ଡିଲ୍‌ ସ୍ବାକ୍ଷର କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ। ଅନ୍ୟପକ୍ଷେ ଆଟମିକ୍‌ ଏନର୍ଜି ବିଭାଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଆଇନ ୧୯୮୪ରେ ଭୋପାଳ ଗ୍ୟାସ୍‌ ଟ୍ରାଜେଡି ଦ୍ୱାରା ପ୍ରଭାବିତ। ଏହି ଦୁର୍ଘଟଣାରେ ୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିୟନ୍‌ କାର୍ବାଇଡ୍‌ କର୍ପୋରେଶନ୍‌ ମାଲିକାନାରେ ଥିବା ଉକ୍ତ ଫ୍ୟାକ୍ଟ୍ରିରେ ଘଟିଥିବା ଟ୍ରାଜେଡି ବିଶ୍ୱର ସବୁଠୁ ଘାତକ ଶିଳ୍ପ ଦୁର୍ଘଟଣା ଭାବେ ପରିଚିତ। ଏହି ମାମଲାରେ ୟୁନିୟନ୍‌ କାର୍ବାଇଡ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୯୮୯ରେ ୪୭୦ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ରାଜି ହୋଇଥିଲା। ୨୦୦୮ରେ ଭାରତ ଓ ଆମେରିକା ଆଣବିକ ସହଯୋଗ ବୃଦ୍ଧି ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ପାଶ୍ଚାତ୍ୟର କମ୍ପାନୀଗୁଡ଼ିକ ପାଇଁ ବର୍ତ୍ତମାନ ଭାରତରେ ଏକ ବଡ଼ ମାର୍କେଟ ଥିବାରୁ ସରକାର ଆଇନରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ସଂଶୋଧନ ପରେ ଆଣବିକ ଶକ୍ତି ପ୍ରକଳ୍ପଗୁଡ଼ିକରେ ଭାରତୀୟ କମ୍ପାନୀଗୁଡ଼ିକର ସହଭାଗିତା ମଧ୍ୟ ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri