ଦାରିଙ୍ଗବାଡିରେ କଫି ଚାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ, ହଳଦୀ ପରି ଦେଶ ବିଦେଶରେ…

ଦାରିଙ୍ଗବାଡି, ୨୭।୧ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିଠାରେ ଅନନ୍ୟା ଓ ପିଟୁସି କମ୍ୟୁନିକେଶନ ତରଫରୁ ଜାତୀୟ ସ୍ତରୀୟ ଦିନିକିଆ ମସଲା ଜାତୀୟ ଓ କଫି ଚାଷ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବାଲିଗୁଡା ଉପଜିଲାପାଳ ଡ. ରୀନା ପ୍ରଧାନ ,ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ,ଓଡ଼ିଶା କଫି ବୋର୍ଡ ତରଫରୁ ବିଶ୍ୱରଂଜନ ଭୋଇ ,କୋରାପୁଟ କଫି ଫାର୍ମର ସଭାପତି ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ। ସେହିପରି ଆପେଡା ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଓୟୁଏଟିରୁ ଡ଼. ପ୍ରଭୁ ଚରଣ ଲେଙ୍କା ,ସ୍ପାଇସ ବୋର୍ଡ ସହକାରୀ ନିର୍ଦ୍ଦେଶକ ଭିଜେନ୍ସି.ଭି ଏବଂ ଉଚ୍ଚ ପତନ ଗବେଷଣା କେନ୍ଦ୍ରର ଡ. ପର୍ଶୁରାମ ସିଆଳ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମିଳନୀରେ ମୁଖ୍ୟତଃ ମସଲା ଜାତୀୟ ଚାଷ ଅଦା ,ହଳଦୀ, ଗୋଲ ମରିଚ, ଡାଲ ଚିନି , ଅଳେଇଚ ଭଳି ଦାରିଙ୍ଗବାଡିରେ କଫି ଚାଷ କରିବା ପାଇଁ ସମ୍ମିଳନୀରେ ଉପସ୍ଥିତ ଥିବା ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଦାରିଙ୍ଗବାଡିରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଛି ତେଣୁ ଏଠାରେ କଫି ଚାଷ କଲେ ଏଠାକାର ଚାଷୀମାନେ ବହୁତ ଲାଭବାନ ହେବେ ଓ ହଳଦୀ ପରି ଦାରିଙ୍ଗବାଡିର କଫିକୁ ମଧ୍ୟ ଦେଶ ବିଦେଶରେ ସ୍ବତନ୍ତ୍ରତା ମିଳିପାରିବ ବୋଲି ଆଲୋଚନା କରାଯାଇଛି। ଏହି ଅବସରରେ କନ୍ଧମାଳ ଏମ୍‌ପି ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି , ଅଦା ହଳଦୀଠୁ ଆରମ୍ଭ କରି ଗୋଲ ମରିଚ, ଡାଲଚିନି, ଗୁଜୁରାତି, ଅଳେଇଚ ମସଲା ଜାତୀୟ ଖାଦ୍ୟ ଭଳି କଫି ଚାଷକୁ କିଭଳି କିପରି ଆଗକୁ ବଢ଼ାଇ ହେବ, ସେନେଇ ଆଲୋଚନା ହୋଇଛି। ସେହିଭଳି କୋରାପୁଟ କଫି ବୋର୍ଡ ବରିଷ୍ଠ ସମ୍ପର୍କ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦାରିଙ୍ଗବାଡିରେ କଫି ଚାଷ ପାଇଁ ପରିବେଶ ବହୁତ ସନ୍ତୁଳିତ, ସଠିକ୍‌। ଦେଖାରଖା ଓ ପରିଚାଳନା କଲେ ଚାଷୀ ବହୁତ ଲାଭବାନ ହେବେ। ଦାରିଙ୍ଗବାଡି କଫି ବାବଦରେ ପଚାରିବାରୁ ସେ କହିଛନ୍ତି, ଏହାର ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି ଧୀରେ ଧୀରେ ଏହାକୁ ଯଦି ଟେକ୍ନିକାଲ ଗାଇଡାନ୍ସ ଲୋକ ଓ ଚାଷୀଙ୍କ ପାଖରେ ପହଞ୍ଚାଇ ଦେବା ତେବେ ଏହା ନିହାତି ଭାବେ ଦାରିଙ୍ଗବାଡି ତଥା କନ୍ଧମାଳ କଫି ଆଗକୁ ବଢ଼ିବ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri