ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ

ଲାଞ୍ଜିଗଡ,୨୭।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ  ସମିତି ସଭାଗୃହଠାରେ ଲାଞ୍ଜିଗଡ ବଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଳା ସଂସ୍କୃତି ଐତିହ ପରମ୍ପରା ଲୋକବାଦ୍ୟ ଓ ଲୋକ ଗୀତର ବାର୍ତ୍ତାବହ ହେଉଛି କଳାହାଣ୍ଡି ଉତ୍ସବ। କଳାହାଣ୍ଡି ଜିଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ ‘ଘୁମୁରା’। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଇ ଥାଏ ଓ ପରେ ବ୍ଲକ ସ୍ତରୀୟ ଏବଂ ଶେଷରେ ଜାନୁଆରୀ ୧୪ତାରିଖରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯାଇଥାଏ।
ପ୍ରସ୍ତୁତି ବୈଠକରେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଏହାର ପ୍ରଚାର ପ୍ରସାର ସୁଚାରୁ ରୂପେ ହେବ ଏବଂ କେମିତି ଉତ୍ସବ ଆୟୋଜନ କରାଯିବା ଏବଂ କାର୍ଯକ୍ରମ କିପରି ଅଧିକ ଆକର୍ଷଣୀୟ ହେବ ସେ ବିଷୟରେ ଆଲୋଚନା କରାଯାଇ ବିଡିଓ ଶଶାଙ୍କ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ସେହିପରି ଚଳିତ ମାସ ୨୪ ଠାରୁ ଜାନୁଆରୀ ୫ ତାରିଖ ଭିତରେ ବ୍ଲକର ୨୬ ଗୋଟି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ କରାଯିବ। ଜାନୁଆରୀ ୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ଘୁମୁରା କାର୍ଯକ୍ରମ ଅନୁଷ୍ଠିତ ହେବ।  ଏହାର ପରିଚାଳନା ପାଇଁ ମୂଖ୍ୟ କମିଟି ଓ ଉପକମିଟି ଚୟନ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦିପ କୁମାର ଘଢେଇ, ଅତିରିକ୍ତ ତହସିଲଦାର ସୁରେଶ ସାହୁ, ବ୍ଲକ କୃଷି ଅଧିକାରୀ ଦେବୀପ୍ରସାଦ ପୃଷ୍ଟି, ସମନୱିତ ଶିଶୁ ବିକାଶ ଅଧିକାରୀଣୀ ବିଜୟଶ୍ରୀ ସିଂ, ଏସିଏଫ ନରୋତ୍ତମ ମାଝୀ , ଜିପିଇଓ ପ୍ରଦିପ କୁମାର ଠାକୁର, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିୟାର ସିଂହ, ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆ, ସମ୍ପାଦକ ମନୋହର ହରପାଲ, ସରପଞ୍ଚ ସଂଘ ସଭାପତି ସାନ୍ଦୃ ମାଝୀ, ବିଆରସି ଭରତ ଭୂଷଣ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀବି ଏସଏସଓ ଅରବିନ୍ଦ ମହାପାତ୍ର, ବଳରାମ ବେହେରା, ରଘୁବୀର ନାଗ, ପିଇ ଡବଲ୍ୟୁ ମିଡ଼ିଆ ଆସୋସିଏଶନ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ ପ୍ରେସ କ୍ଲବ ସଭାପତି ସୁଶିଲ କୁମାର ବାଗ ସମେତ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି କଳାହାଣ୍ଡି ଉତ୍ସବ ପାଳନ ଉପରେ ଆଲୋଚନା କରି ମୂଖ୍ୟ କମିଟି ଓ ଉପକମିଟିଙ୍କୁ ବିଭିନ୍ନ ଦାୟିତ୍ ଦିଆଯାଇଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri