Posted inଜାତୀୟ

ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ…

ନୂଆଦିଲ୍ଲୀ,୨୧।୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଅତୁଲଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆ ଉତ୍ତରପ୍ରଦେଶର ଜୈନପୁର ଫ୍ୟାମିଲି କୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ମୁଁ ମୋର ବିବାହରେ ଖୁସିଥିଲି, କିନ୍ତୁ ମୋର ଶାଶୁଙ୍କ ବିରୁଦ୍ଧରେ ମୋତେ ଉସକା ଯାଉଥିଲା। ସୂଚନାଯୋଗ୍ୟ, ଉଭୟଙ୍କ ମଧ୍ୟରେ ଛାଡପତ୍ର ମାମଲା ଜୈନପୁରର ଫ୍ୟାମିଲି କୋର୍ଟରେ ଚାଲିଥିଲା।

ଅମର ଉଜାଲାଙ୍କ ରିପୋର୍ଟ ଅନୁଯାୟୀ ନିକିତା ସିଙ୍ଗାନିଆ କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ବିବାହ ତାଙ୍କ ମାତାପିତାଙ୍କ ଚାପରେ ହୋଇଥିଲା। ସେ କହିଛନ୍ତି ଯେ ତାଙ୍କ ପିତା ଗତ ୧୦ ବର୍ଷ ଧରି ହୃଦଘାତରେ ପୀଡିତ ଥିଲେ ଏବଂ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପିତାଙ୍କ ଅସୁସ୍ଥତା ହେତୁ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ନିକିତା କହିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ତାଙ୍କୁ ତାଙ୍କ ଶାଶୁ ଘରେ ନିର୍ଯ୍ୟାତନା ଦିଆଯାଇଥିଲା। ନିକିତା ତାଙ୍କ ମା’ ନିଶା ସିଙ୍ଗାଣିଆଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେ ଦିନକୁ ୫-୬ ଥର ତାଙ୍କୁ ଫୋନ କରୁଥିଲେ। ମୋ ମା’ ତାଙ୍କ ଶାଶୁଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଉଥିଲେ।
ଅତୁଲ ଏବଂ ନିକିତା ୨୬ ଜୁନ ୨୦୧୯ରେ ବାରାଣାସୀର ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ହୋଟେଲରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ହନିମୁନରେ ମରିସସକୁ ଯାଇଥିଲେ, ଯାହାର ଖର୍ଚ୍ଚ ଅତୁଲ ବହନ କରିଥିଲେ। ନିକଟରେ ଏଆଇ ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ବିବାହ ଏବଂ ଛାଡପତ୍ରକୁ ନେଇ ଅନେକ ଆଲୋଚନା ହୋଇଛି। ଛାଡପତ୍ର ଏବଂ ଗୁଜରାଣ ଭତ୍ତାକୁ ନେଇ ମଧ୍ୟ ଅନେକ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ପୋଲିସ ନିକିତା ସିଙ୍ଗାଣିଆ, ତାଙ୍କ ମା’ ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗ ସିଙ୍ଗାଣିଆଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri