ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼ କୁଢ଼ ମଇଳା, ଆବର୍ଜନା ପଡ଼ି ରହିଛି। ଏପରିକି ବିଭିନ୍ନ ସମୟରେ ସେଠାରେ ଅଗ୍ନି ସଂଯୋଗ ଯୋଗୁ ସମ୍ପୃକ୍ତ ଅଞ୍ଚଳ ଧୂଆଁମୟ ହୋଇ ପ୍ରଦୂଷିତ ହେଉଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ ସ୍ଥାନରେ ନିଆଁ ହୁତୁହୁତ ହୋଇ ଜଳୁଥିବା ଯୋଗୁ କୌଣସି ମୁହୂର୍ତ୍ତରେ ବଡ଼ ଅଗ୍ନିକାଣ୍ଡ ଘଟିବା ମଧ୍ୟ ଆଶଙ୍କା ରହିଛି। ଶୁକ୍ରବାର ବରଗଡ଼ ସହର ଗୌଡ଼ପଡ଼ା ଛକରୁ ବିଶିପଡ଼ାକୁ ଯାଇଥିବା ରାସ୍ତାର ସ୍ଥାନୀୟ ଟାଉନ ଥାନା ପଛପଟ ତଥା ସେଲ୍ସଟ୍ୟାକ୍ସ ଅଫିସ ସମ୍ମୁଖ ଏବଂ ଲେଙ୍ଗୁ ମିଶ୍ର ଛକଠାରୁ ଉମା ଟକିଜ ପଟକୁ ଯାଇଥିବା ରାସ୍ତାପାର୍ଶ୍ୱ ଆବର୍ଜନା ସ୍ତୁପରେ ଏଭଳି ନିଆଁ ଜଳିବା ସହିତ ଅଞ୍ଚଳ ଧୂଆଁମୟ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଏହି ୨ସ୍ଥାନ ନୁହେଁ, ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏଭଳି ନିଆଁ ସଂଯୋଗ କରି ଆବର୍ଜନାକୁ ପୋଡ଼ି ଦିଆଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ପଟେ ବରଗଡ଼ ସହର ବିକଶିତ ଏବଂ ସୌନ୍ଦର୍ଯ୍ୟକରଣ ଆଡ଼କୁ ମୁହାଁଉଥିବା କୁହାଯାଉଥିବାବେଳେ ଅନ୍ୟପଟେ ସହର ମଧ୍ୟରେ ଆବର୍ଜନା ସ୍ତୁପରେ ନିଆଁ ଯୋଗୁ ଅଞ୍ଚଳ ଧୂଆଁମୟ ହେବା ଚର୍ଚ୍ଚାର ବିଷୟ ହୋଇଛି।
ଗତ କିଛିଦିନ ହେଲା ସହରର ବିଭିନ୍ନ ଗଳିକନ୍ଦି ରାସ୍ତାରେ ଏଭଳି ସମସ୍ୟା ଅଧିକ ହୋଇ ପଡ଼ିଛି। ରାସ୍ତାପାର୍ଶ୍ୱ ଡମ୍ପିଂ ୟାର୍ଡ ଭଳି ଲାଗୁଛି। ଅନ୍ୟପଟେ ସହରରୁ ନିଷ୍କାସିତ ମଇଳା ଆବର୍ଜନା ପାଇଁ ଏପର୍ଯ୍ୟନ୍ତ ସ୍ଥାୟୀ ଡମ୍ପିଂୟାର୍ଡଟିଏ ନିର୍ମାଣ ହୋଇ ପାରି ନ ଥିବା ଯୋଗୁ ସହରରେ ଏଭଳି ସମସ୍ୟା ଉପୁଜିଛି। ପୂର୍ବରୁ ସହରରୁ ନିର୍ଗତ ଆବର୍ଜନାକୁ ସହର ଉପକଣ୍ଠ ମୁଣ୍ଡାପଡ଼ାରେ ପକାଇ ଦିଆଯାଉଥିଲା। ସ୍ଥାନୀୟ ଲୋକେ ଅଭିଯୋଗ ଆଣିବା ପରେ ଘଟଣାଟି ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା ଏବଂ ନ୍ୟାୟାଳୟର ଆଦେଶ ପରେ ସେହି ଡମ୍ପିଂୟାର୍ଡ ବନ୍ଦ ହୋଇ ଯାଇଛି। ଏହାପରେ ସହରର ଆବର୍ଜନା ପକାଇବା ପୌର ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କିଛିଦିନ ତଳେ ବରଗଡ଼ ବ୍ଲକ କଟାପାଲି ଅଞ୍ଚଳକୁ ଯାଇଥିବାବେଳେ ଆବର୍ଜନା ବୋଝେଇ ଟ୍ରାକ୍ଟର ଗୁଡ଼ିକୁ ଡି.ଜେ ବଜାଇ ସ୍ବାଗତ କରି ଗ୍ରାମବାସୀ ଅଭିନବ ପ୍ରତିବାଦ କରିଥିଲେ ଏବଂ ସେହି ଆବର୍ଜନା ବୋଝେଇ ଗାଡ଼ିକୁ ଫେରାଇ ଦେଇଥିଲେ। ଏହାପରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପରିସରରେ ଥିବା ଏକ କୂଅରେ ଆବର୍ଜନା ପକାଯାଇଥିଲା। ଏଭଳି ସ୍ଥିତିରେ ସହରରୁ ନିର୍ଗତ ଆବର୍ଜନାକୁ କେଉଁଠାରେ ପକାଯିବ, ତାହା ପୌର ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ବିଭିନ୍ନ ଗଳିକନ୍ଦିକୁ କିଛିଦିନ ହେଲା ଗାଡ଼ି ମଧ୍ୟ ଆସୁ ନ ଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ସହରରୁ ଆବର୍ଜନା ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ କିମ୍ବା ସ୍ଥାୟୀ ଡମ୍ପିଂୟାର୍ଡ ନିର୍ମାଣ କରା ନ ଗଲେ ସାରା ସହର ଆବର୍ଜନାମୟ ହେବ। ଏଥିସହ ସହର ବିକଶିତ ବରଗଡ଼ ବଦଳରେ ବିଷକୁଣ୍ଡରେ ପରିଣତ ହେବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri