ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏଭଳି ସ୍ଥିତିରେ ଲୋକେ ମୁଣ୍ଡରେ ଗାମୁଛା ଘୋଡ଼ାଇ ଯାଉଥିବା ଦେଖିବାକୁ ମିଳୁଛି। ସେହିପରି ମହିଳାମାନେ ଓଢ଼ଣୀ ବାନ୍ଧି ଯାତାୟାତ କରୁଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ରାସ୍ତାପାର୍ଶ୍ୱ ପ୍ରଶସ୍ତୀକରଣରେ ଅନେକ ଗଛ କଟାଯାଇଥିବାବେଳେ ଅନେକ ଠେଲା ଦୋକାନ ମଧ୍ୟ ଉଚ୍ଛେଦ ହୋଇଛି। ଏଭଳି ସ୍ଥିତିରେ ତାତିରୁ ମୁକ୍ତି ପାଇଁ ଆଶ୍ରୟ ନେବାକୁ ବାଟୋଇଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେତେକ ଉଠା ଦୋକାନୀ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରାତାତିକୁ ଖାତିର ନ କରି ରାସ୍ତାପାର୍ଶ୍ୱରେ ଜୀବିକା ବଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି। ସେହିପରି ବିଭିନ୍ନ ସମୟରେ ବିଦ୍ୟୁତ କାଟ୍‌ ଏବଂ ସହର ଉପକଣ୍ଠ ଘୁଲିପାଲି ଭଳି ସ୍ଥାନରେ ଲୋ ଭୋଲଟେଜ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଇତିମଧ୍ୟରେ ଜିଲାରେ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାତ୍ର ଗ୍ରୀଷ୍ମ ମୁକାବିଲା ପାଇଁ ଏଥର ପ୍ରଶାସନ ତରଫରୁ କି କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇ ନ ଥିବା ଯୋଗୁ ତାକୁ ନେଇ ଲୋକେ ଏବେ ମଧ୍ୟ ଅନ୍ଧାରରେ ରହିଛନ୍ତି। ବୈଠକରେ ଜିଲାପାଳଙ୍କ ସମେତ ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ପ୍ରାଣୀ ସମ୍ପଦ ବିଭାଗର ଜିଲାସ୍ତରୀୟ ଅଧିକାରୀ ଏବଂ ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରୁହନ୍ତି। ବୈଠକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ ସମସ୍ୟାର ତ୍ୱରିତ୍‌ ସମାଧାନ, ଜଳଛତ୍ର, ଅଚଳ ପାନୀୟଜଳ ପ୍ରକଳ୍ପର ମରାମତି, ଖରାରେ ଶ୍ରମିକଙ୍କ କାର୍ଯ୍ୟ ସମୟ ଉପରେ କଟକଣା ଆଦି ଉପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡ଼ିକ ନିଆଯାଇଥାଏ ଏବଂ ସେହି ପଦକ୍ଷେପ ନେଇ ଗଣମାଧ୍ୟମ ଜରିଆରେ ଜିଲାବାସୀଙ୍କୁ ଅବଗତ କରାଯାଇଥାଏ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକ ଜାଣି ଲୋକେ ସ୍ବାସ୍ଥ୍ୟସେବା, ପାନୀୟଜଳ ସେବା ଆଦି କ୍ଷେତ୍ରରେ ସମସ୍ୟା ଦେଖାଗଲେ ନିଷ୍ପତ୍ତି ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଉପକୃତ ହୋଇଥାନ୍ତି। ମାତ୍ର ଏଥର ପ୍ରଥମଥର ପାଇଁ ସେ ନେଇ ଗଣମାଧ୍ୟମ କିମ୍ବା ଜିଲାବାସୀଙ୍କୁ କୌଣସି ସୂଚନା ଦିଆଯାଇ ନ ଯିବା ସମସ୍ତଙ୍କୁ ଚକିତ କରିଛି। ଏ ସମ୍ପର୍କରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲାଙ୍କୁ ପଚାରିବାରୁ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି ବୈଠକ ପ୍ରାୟ ୨ସପ୍ତାହ ଆଗରୁ ସରି ଯାଇଛି। ମାତ୍ର ସେହିଦିନ ଛୁଟିରେ ଥିଲେ ବୋଲି ସେ କହିଛନ୍ତି। ତେବେ ଜିଲାରେ ତାତି ଯେଭଳି ବଢ଼ି ଚାଲିଛି, ଆଗକୁ ଅଂଶୁଘାତ ଭୟ ମଧ୍ୟ ରହିଛି। ଫଳରେ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ କିଭଳି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଜିଲାବାସୀଙ୍କୁ ଜଣାଇବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ସ୍କୁଲ, କଲେଜରେ ସକାଳୁଆ ପଢ଼ା ହେଉଛି। ମାତ୍ର ଖରାରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଠେଲା ଦୋକାନ ସମେତ ଅନେକ ଦୋକାନ ଉଚ୍ଛେଦ ଯୋଗୁ ରାସ୍ତାପାର୍ଶ୍ୱ ଖାଁ ଖାଁ ଲାଗୁଛି। ଖରାରେ ଯେଉଁ ଦୋକାନ ସମ୍ମୁଖ ଏବଂ ଗଛତଳ ଦିନେ ଲୋକଙ୍କୁ ଆଶ୍ରୟ ଦେଉଥିଲା, ତାହା ରାସ୍ତା ପ୍ରଶସ୍ତୀକରଣ ଯୋଗୁ ହଟି ଯାଇଛି। ଫଳରେ ଆଶ୍ରୟ ନେବା ପାଇଁ ବାଟୋଇଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନ୍ୟପଟେ ଟାଣଖରା ସତ୍ତ୍ୱେ ରାସ୍ତାପାର୍ଶ୍ୱରେ ଆଖୁରସ, ସରବତ, ଦହିବରା, ତରଭୁଜ ଆଦି ଉଠାଦୋକାନୀ ବିକ୍ରି କରୁଛନ୍ତି। ମାତ୍ର ଏବେ ମଧ୍ୟ ବିଭିନ୍ନ ମୁଖ୍ୟଛକରେ ପୂର୍ବବର୍ଷ ଭଳି ଜଳଛତ୍ର ଖୋଲା ଯାଇନାହିଁ। ଫଳରେ ପାଣି ପାଇଁ ଲୋକେ ହଟହଟା ହେଉଛନ୍ତି। ଜିଲାରେ ଅଂଶୁଘାତ ଭୟ ରହିଥିବା ଯୋଗୁ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରଶାସନ ଏବେଠାରୁ ସଜାଗ ହୋଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?