Posted inଜାତୀୟ

ବର୍ଷକରେ ଗଲାଣି ୪୪ ଜୀବନ

ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ ଜମ୍ମୁର ସୀମାନ୍ତ ଜିଲା ରାଜୌରୀ ଏବଂ ପୁଞ୍ଚ୍‌ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ୟ ୬ ଜିଲାକୁ ବ୍ୟାପିଲାଣି। ଏପ୍ରିଲ-ମେ’ରୁ ରେଆସି, ଡୋଡା, କସ୍ତଓ୍ବାର, କଠୁଆ, ଉଧାମପୁର ଏବଂ ଜମ୍ମୁରେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟିଲାଣି, ଯାହା ସୁରକ୍ଷା ବଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଜମ୍ମୁ-କଶ୍ମୀରର ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦର ପ୍ରସାର ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ଉଦ୍ୟମ ଚଳାଇଛନ୍ତି। ଏହାକୁ ପ୍ରତିହତ କରିବା ନିମନ୍ତେ ସେନା ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ପିଏପିଏଫ୍‌) ସହ ମିଶି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅଭିଯାନ ଚଳାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଆତଙ୍କବାଦୀ ଆକ୍ରମଣରେ ଡୋଡା, କଠୁଆ ଏବଂ ରେଆସି ଜିଲାରେ ଚଳିତବର୍ଷ ୯ ଜଣ ଲେଖାଏ ନିହତ ହୋଇଥିବାବେଳେ କିସ୍ତଓ୍ବାରରେ ୫, ଉଧାମପୁରରେ ୪, ଜମ୍ମୁ ଏବଂ ରାଜୌରୀରେ ୩ ଜଣ ଲେଖାଏ ଏବଂ ପୁଞ୍ଚ୍‌ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଆତଙ୍କବାଦୀ ଏବଂ ୧୪ ସାଧାରଣ ଲୋକ ରହିଛନ୍ତି। ୭ ଜଣ ତୀର୍ଥଯାତ୍ରୀ ଏବଂ ୩ ଗ୍ରାମ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ବେଳେ କଠୁଆରେ ୭ ସୁରକ୍ଷା ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଡୋଡାରେ ୫, କିସ୍ତଓ୍ବାରରେ ୩, ପୁଞ୍ଚ୍‌ରେ ୨ ଏବଂ ଉଧାମପୁରରେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ଜମ୍ମୁ ଅଞ୍ଚଳର ଅଖନୁରରେ ତଲାସି ଅଭିଯାନ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ ଡୋଡାରେ ୪, କଠୁଆ, ଉଧାମପୁର ଏବଂ ରାଜୌରୀରେ ଏନ୍‌କାଉଣ୍ଟର ବେଳେ ୨ ଜଣ ଲେଖାଏ ନିହତ ହୋଇଥିଲେ।
ଜମ୍ମୁର ଅନ୍ୟ ଅଞ୍ଚଳଗୁଡ଼ିକ ଭଳି ରାଜୌରୀ-ପୁଞ୍ଚ୍‌ ବେଲ୍ଟରେ ୧୦ ବର୍ଷ ପୂର୍ବରୁ ଆତଙ୍କବାଦ ପ୍ରାୟତଃ ବନ୍ଦ ହୋଇଯାଇଥିବାବେଳେ ୨୦୨୧ ଅକ୍ଟୋବର ପରଠୁ ଆକ୍ରମଣ ବଢ଼ିଛି। ସେନା ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ ଘଟାଉଥିବାରୁ ୪୭ ଯବାନ, ୪୮ ଆତଙ୍କବାଦୀ ଏବଂ ୭ ସାଧାରଣ ଲୋକଙ୍କ ସମେତ ଶତାଧିକ ପ୍ରାଣ ହରାଇଲେଣି। ୨୦୨୧ରେ ରାଜୌରୀରେ ୧୯ ଜଣ ନିହତ ହୋଇଥିବାବେଳେ ୨୦୨୨ରେ ୧୪ ଏବଂ ୨୦୨୩ରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ପୁଞ୍ଚ୍‌ରେ ଆକ୍ରମଣ ଯୋଗୁ ୨୦୨୧ରେ ୧୫, ୨୦୨୨ରେ ୪ ଏବଂ ୨୦୨୩ରେ ୨୪ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଫଳରେ ଉକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବଳ ବଢ଼ାଇ ଦିଆଯିବା ସହ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତ ଗ୍ରାମଗୁଡ଼ିକରେ ରାତ୍ର ପାଟ୍ରୋଲିଂକୁ ଜୋର୍‌ଦାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri