ପୁଟିନଙ୍କୁ ଧୋକା: ରୁଷିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୨୯ା୮: ଜାଲିଆତି ଅଭିଯୋଗରେ ରୁଷିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପାଭେଲ ପୋପୋଭ୍‌ଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ଦୋଷୀସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲରେ ରହିପାରନ୍ତି ବୋଲି ରୁଷିଆ ସରକାରୀ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି। ଗତ କିଛିମାସ ମଧ୍ୟରେ ଜାଲିଆତି, ଲାଞ୍ଚ କାରବାର ଏବଂ କ୍ଷମତାର ଦୁରୁପଯୋଗ ଅଭିଯୋଗରେ ଗିରଫ ହେବାରେ ପୋପୋଭ ହେଉଛନ୍ତି ରୁଷିଆର ଅଷ୍ଟମ ଶୀର୍ଷ ସାମରିକ ଅଧିକାରୀ। ଗତ ଏପ୍ରିଲରେ ଲାଞ୍ଚ ମାମଲାରେ ଉପପ୍ରତିରକ୍ଷା ମନ୍ତ୍ରୀ ଟିମୁର ଇଭାନୋଭଙ୍କୁ ଗିରଫ କରାଯିବା ସହ ପଦବୀରୁ ବହିଷ୍କୃତ କରାଯାଇଥିଲା। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୀର୍ଘଦିନର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ହଟାଇ ତାଙ୍କ ସ୍ଥାନରେ ଅର୍ଥନୀତିଜ୍ଞ ଆଣ୍ଡ୍ରେଇ ବେଲୁସୋଭ୍‌ଙ୍କୁ ଦାୟିତ୍ୱ ଦେବା ପରେ ଟିମୁର ଗିରଫ ହୋଇଥିଲେ।

ରୁଷିଆର ମିଲିଟାରୀ ଡିସ୍‌ନିଲ୍ୟାଣ୍ଡ ଭାବେ ଜଣାଶୁଣା ମସ୍କୋର ବିସ୍ତୃତ ପାଟ୍ରିଅଟ୍‌ ପାର୍କର ବ୍ୟବସାୟିକ କାରବାରରେ ଜାଲିଆତି ନେଇ ପୋପୋଭଙ୍କ ନାଁରେ ମାମଲା ରୁଜୁ ହୋଇଛି। ରୁଷିଆର ଯୁବପିଢ଼ିଙ୍କୁ ଦେଶପ୍ରେମ ପ୍ରତି ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କର ଏହା ପୋଷ୍ୟ ପ୍ରକଳ୍ପ ଥିଲା। ସୋଭିଏତ ଏବଂ ରୁଷିଆର ଅସ୍ତ୍ରଶସ୍ତ୍ର ସେଠାରେ ପ୍ରଦର୍ଶିତ ହୋଇଥାଏ। ସେଠାରେ ଫାୟାରିଂ ରେଞ୍ଜ, ଏୟାରବେସ୍‌, ମ୍ୟୁଜିୟମ, କନ୍‌ଫେରେନ୍ସ ସେଣ୍ଟର ଏବଂ ରୁଷିଆ ସଶସ୍ତ୍ର ବଳର କାଥେଡ୍ରାଲ ରହିଛି। ଉକ୍ତ ଚର୍ଚ୍ଚର ମୁଖ୍ୟ ପ୍ରତିମା ନିର୍ମାଣ ଲାଗି ପୁଟିନ୍‌ ବ୍ୟକ୍ତିଗତ ଭାବେ ଅର୍ଥ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri