ମହିଳାଙ୍କୁ ଟାଙ୍କିଆରେ ହାଣି ହତ୍ୟା: ଜେଲ ଗଲେ ଅଭିଯୁକ୍ତ

କୋକସରା,୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା ଗ୍ରାମରେ ଏକୁଟିଆ ରହୁଥିବା ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି(୫୫)ଙ୍କୁ ତାଙ୍କ ପଡୋଶୀ ଶ୍ରୀକର ପୁଞ୍ଜି ପୂର୍ବ ଶତ୍ରୁତାରୁ ବୁଧବାର ଆକ୍ରମଣ କରିଥିଲେ। କାଳିନ୍ଦ୍ରୀ ଗାଁ ପୋଖରୀରୁ ଗାଧୋଇ ଫେରିବା ସମୟରେ ପୂର୍ବରୁ ଘର ନିକଟରେ ଛକି ରହିଥିବା ଶ୍ରୀକର ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ନେଇ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ କୋକସରା ପୋଲିସ ଏକ ମାମଲା (ନଂ.୧୬୦/୨୪) ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଶ୍ରୀକର ପୁଞ୍ଜିଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ରୋନିତା ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

ନୂଆଦିଲ୍ଲୀ,୭।୧: ୨୦୨୬ର ICC ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ମିଚେଲ ସାଣ୍ଟନରଙ୍କୁ କିୱି ଦଳର ଦାୟିତ୍ୱ ଦିଆଯାଇଛି। ମନୋନୀତ...

ଶୀତରେ ଥରୁଛି ରାଜଧାନୀ: ହାଡ଼ ଭଙ୍ଗା ଶୀତକୁ କୋହଲା ପାଗ

ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ...

ବାଂଲାଦେଶ କ୍ରିକେଟ ବୋର୍ଡକୁ ଝଟକା ଦେଲା ICC: ହରଡ଼ଘଣାରେ ପଡିଲା ବିସିବି, ଏବେ କରିବ କ’ଣ…

ନୂଆଦିଲ୍ଲୀ,୭।୧: ସୁରକ୍ଷା ଦୃଷ୍ଟିରୁ ୨୦୨୬ ଟି୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ଶୀତ ମହୋତ୍ସବ ଥିବାରୁ ଦାରିଙ୍ଗବାଡିକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ...

୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସ ଆକ୍ରାନ୍ତ: ଗାଁରେ ପହଞ୍ଚଲା ଡାକ୍ତରୀ ଟିମ୍‌

ମୋରଡ଼ା,୭ା୧(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଏହି ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ଖୁରୁଣ୍ଟିଆ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ପିଲା...

କାମରୁ ଚାଲି ଚାଲି ଆସୁଥିବାବେଳେ ଧକ୍କା ଦେଲା ଅଜଣା ଗାଡି, ଘଟଣାସ୍ଥଳରେ…

ମୋହନା,୭।୧( ମନ୍ମଥ ମିଶ୍ର ): ଗଜପତି ଗିଲା ଅଡବା ଥାନା ଅନ୍ତର୍ଗତ ରାଇଗଣ୍ଡା ଗାଁ ଆମ୍ବତୋଟା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ମୃତ...

ମୃତ ଦେହକୁ ମିଳିଲାନି ସମ୍ମାନ: ଖଟିଆରେ ବୁହାହେଲା …

ବାରିପଦା,୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମହାପାରାୟଣ ଗାଡ଼ ନ ମିଳିବାରୁ ମୃତଦେହକୁ ଖଟିଆରେ ବୋହିନେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛ।...

ବଣାଇଁରେ ହାଡ଼ଭଙ୍ଗା ଶୀତ: ପଡିଲା ଚଳିତ ବର୍ଷର ପ୍ରଥମ ତୁଷାରପାତ

ବଣାଇଁ, ୭।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୫ ଡିଗ୍ରୀ ଛୁଇଁଛି। ସାରା ବଣାଇଁ ବର୍ତ୍ତମାନ ଜାଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri