ଚିଲିକା ଉପକୂଳରେ ନିଶା ଔଷଧ ଦେଇ ପକ୍ଷୀ ଶିକାର

କଣାସ,୩ା୬(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକର ଶେଷ ସୀମା ଚିଲିକା ଦୟାନଦୀର ମୁହାଁଣଠାରୁ ମକରାନଦୀ ମୁହାଁଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳରେ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କୁ ନିଶା ଔଷଧ ଦେଇ ଶିକାରୀମାନେ ଦୈନନ୍ଦିନ ଧରିନେଉଥିଲେ ମଧ୍ୟ ବନ ବିଭାଗ ନିଦାବିଷ୍ଣୁ ସାଜିଛି। ଶୀତଋତୁ ଆସିଲେ ବିଭିନ୍ନ ଦେଶରୁ ଲକ୍ଷାଧିକ ପକ୍ଷୀ ଚିଲିକାକୁ ଚାଲିଆସନ୍ତି ଏବଂ ଗ୍ରୀଷ୍ମର ଆଗମନ ହେବା ପରେ ନିଜ ଦେଶକୁ ଫେରିଯାଆନ୍ତି। ତେବେ କିଛି ବର୍ଷ ହେଲା ଅନେକ ବିଦେଶୀ ଓ ଦେଶୀ ପକ୍ଷୀ ଚିଲିକା ଉପକୂଳର ଗାଁଗଣ୍ଡାରେ ଧାନ ଖାଇବା ପାଇଁ ରହିଯାଉଛନ୍ତି। ବର୍ତ୍ତମାନ ବିଭିନ୍ନ ପ୍ରଜାତିର ପକ୍ଷୀ ଚିଲିକା ଉପକୂଳ ଗ୍ରାମ ଗୋପୀନାଥପୁର, ପାଇକମରା, ସାନଓରା, ବଡଓରା, ଓଗାଳପୁର, ଗଙ୍ଗାଧରପୁର, ଦୋଛିଆଁ, ଆଳିପଡ଼ା, ନୂଆଗାଁ, ଦେଇପୁର ମୌଜାର ଧାନଜମିରେ ଧାନ ଓ ପୋକଜୋକ ଖାଉଥିବା ଦେଖିବାକୁ ମିଳୁଛି। ସେହିପରି ଚିଲିକା ଉପକୂଳରେ ଜମା ହୋଇଥିବା କଲିକତି ଦଳ ଓ କଇଁଫୁଲ କେଶରକୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି। ତେଣୁ ଶିକାରୀମାନେ ଧାନଜମିରେ ଛିଟିକିଣି ବସାଇବା ସହିତ କଇଁଫୁଲ କେଶରରେ ସିରିିଞ୍ଜ ମାଧ୍ୟମରେ ନିଶାଯୁକ୍ତ ଔଷଧ ପୂରାଇ ଏବଂ ମାଛରେ ବିଷ ଦେଇ ପକ୍ଷୀମାନଙ୍କୁ ଶିକାର କରୁଛନ୍ତି। ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଟାଙ୍ଗୀ ବନ ବିଭାଗ, ସାତପଡ଼ା ଓ  ବାଲୁଗାଁ  ପକ୍ଷୀ ସୁରକ୍ଷା ବିଭାଗ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ବର୍ତ୍ତମାନ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଶିକାରୀମାନେ ଦୈନନ୍ଦିନ ଶହ ଶହ ପକ୍ଷୀ ଶିକାର କରି ନିବିଘ୍ନରେ ଫେରିଯାଉଛନ୍ତି। ପକ୍ଷୀ ସୁରକ୍ଷା ପ୍ରତି ବନ ବିଭାଗ ଦୃଷ୍ଟି ଦେବା ପାଇଁ ପକ୍ଷୀପ୍ରେମୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri