ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ ନ କଲେ ଯୁଦ୍ଧର ପରିସମାପ୍ତି ପାଇଁ ଆଲୋଚନା କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯୁଦ୍ଧାବସାନ ପାଇଁ ପ୍ରଥମ କୂଟନୈତିକ ପ୍ରୟାସ ସ୍ବରୂପ କେତେକ ରାଷ୍ଟ୍ର ପକ୍ଷରୁ ମଧ୍ୟସ୍ଥତା ଉଦ୍ୟମ ଆରମ୍ଭ ହୋଇଥିବା ନେଇ ଇରାନ୍‌ ରାଷ୍ଟ୍ରପତି ମସୌଦ ପେଜେଶ୍‌କିଆନ୍‌ ଘୋଷଣା କରିବା ପରେ ଟ୍ରମ୍ପ୍‌ ଏହି ମନ୍ତବ୍ୟ ଦେଇଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ ଟ୍ରମ୍ପ୍‌ ଲେଖିଛନ୍ତି, ନିଃସର୍ତ୍ତ ଆତ୍ମସମର୍ପଣ ବିନା ଇରାନ୍‌ ସହ କୌଣସି ଡିଲ୍‌ ହେବନାହିଁ। ଆତ୍ମସମର୍ପଣ ପରେ ଇରାନ୍‌ରେ ସମସ୍ତଙ୍କ ପାଇଁ ଜଣେ ମହାନ୍‌ ଓ ଗ୍ରହଣୀୟ ନେତା ଅବସ୍ଥାପିତ ହେବେ। ସେହି ନେତା ଧ୍ୱଂସାଭିମୁଖୀ ଇରାନ୍‌କୁ ବିକାଶ ଦିଗରେ ଅଗ୍ରସର କରାଇବେ। ଇରାନ୍‌ ଆର୍ଥିକ ଦୃଷ୍ଟିରୁ ଆହୁରି ବଡ଼, ଉନ୍ନତ ଓ ଶକ୍ତିଶାଳୀ ହୋଇ ଉଭା ହେବ, ଯାହାକି ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଏହା ପୂର୍ବରୁ ଟ୍ରମ୍ପ୍‌ ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ପୁଅ ମୋଜ୍‌ତାବା ଖାମେନେଇଙ୍କୁ ସୁପ୍ରିମ ଲିଡର କରାଯିବା ପ୍ରସ୍ତାବକୁ ଖାରଜ କରିସାରିଛନ୍ତି।
ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ପକ୍ଷରୁ ଲେବାନନ୍‌ବାସୀଙ୍କୁ ବେରୁଟ୍‌ ଖାଲି କରିବାକୁ ଆହ୍ବାନ ଦେବା ସହ ସମ୍ପୃକ୍ତ ଅଞ୍ଚଳରେ ବଡ଼ଧରଣର ଆକ୍ରମଣ କରିଛି। ସେହିପରି ଇରାନ୍‌କୁ ମଧ୍ୟ ଆହୁରି ୫୦ ଯୁଦ୍ଧବିମାନ ପଠାଇଛି। ଇରାନ୍‌ ଆକ୍ରମଣର ଜବାବ ଦେବାକୁ ଯାଇ ଆମେରିକା ଓ ଇସ୍ରାଏଲ୍‌ ତେହରାନ୍‌ର ସାମର୍ଥ୍ୟ, ନେତୃତ୍ୱ ଓ ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରିଥିବାବେଳେ ଯୁଦ୍ଧର ପରିସୀମା ବଢ଼ିବାରେ ଲାଗିଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଅଁା ହୋଇଛି। ଏହା ବିଶ୍ୱର ବୃହତ୍‌ ଅର୍ଥନୀତିଗୁଡ଼ିକୁ ଧରାଶାୟୀ କରିଦେବ ବୋଲି କାତାର ଶକ୍ତିମନ୍ତ୍ରୀ ସାଦ୍‌ ଅଲ୍‌-କାବି ସତର୍କ କରାଇଛନ୍ତି। ଉପସାଗରୀୟ କ୍ଷେତ୍ରରୁ ଶକ୍ତି ରପ୍ତାନି ବନ୍ଦ ହୋଇଗଲେ ତୈଳ ବ୍ୟାରେଲ ପିଛା ୧୫୦ ଆମେରିକୀୟ ଡଲାରରେ ପହଞ୍ଚତ୍ବ। ଯୁଦ୍ଧ ତତ୍କାଳ ବନ୍ଦ ହେଲେ ମଧ୍ୟ ତୈଳ ଦର ସ୍ବାଭାବିକ ହେବା ପାଇଁ ୨ ସପ୍ତାହ ଲାଗିଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଇରାନ୍‌ ପକ୍ଷରୁ ଇସ୍ରାଏଲ୍‌ ସମେତ କୁଏଟ୍‌, କାତାର, ସାଉଦି ଆରବ ଓ ବାହାରିନ୍‌ରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକରେ ଡ୍ରୋନ୍‌ ଏବଂ ମିଶାଇଲ୍‌ ଆକ୍ରମଣ କରାଯାଇଛି। ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ୍‌ରେ ୧,୨୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଲେବାନନ୍‌ରେ ମୃତ୍ୟୁସଂଖ୍ୟା ୧୨୦ରୁ ଅଧିକ ରହିଛି। ଏଥିରେ ୬ ଆମେରିକୀୟ ସୈନ୍ୟ ନିହତ ହୋଇଛନ୍ତି। ଏଭଳି ସ୍ଥିତିରେ ଜାତିସଂଘ ମାନବ ଅଧିକାର ହାଇକମିଶନ୍‌ ଭୋଲ୍‌କର ତୁର୍କ ଉତ୍ତେଜନା ହ୍ରାସ ସହ ସଂଯମ ହେବାକୁ ସବୁ ସମ୍ପୃକ୍ତ ଦେଶକୁ ପରାମର୍ଶ ଦେଇଛନ୍ତି। ଏହି ଅଗ୍ନି ତୁରନ୍ତ ନିର୍ବାପନ ହେବା ବିଶ୍ୱ ତତ୍କାଳ ଦେଖିବାକୁ ଚାହେଁ ବୋଲି ସେ କହିଛନ୍ତି। ଇରାନରେ ଏକ ବଡ଼ ଧରଣର ମାନବୀୟ ସଙ୍କଟପୂର୍ଣ୍ଣ ସ୍ଥିତି ଉପୁଜିଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି (ୟୁଏନ୍‌ଏଚ୍‌ସିଆର୍‌) ପକ୍ଷରୁ ଘୋଷଣା କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri