ପୁଣି ଓଡ଼ିଶା ଆସିବେ ମୋଦି; ଯାଜପୁର, ଭଦ୍ରକ ଉପରେ ଅମିତ ଶାହାଙ୍କ ନଜର

ଭୁବନେଶ୍ୱର,୨୨ା୫: ପୁଣି ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପା ଓଡ଼ିଶା ପ୍ରଭାରୀ ବିଜୟପାଲସିଂ ତୋମାର ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତରେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

ସେହିଭଳି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୫ରେ ଶାହା ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ନିର୍ବାଚନୀ ପ୍ରଚାର କରିବେ।

ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ମୋଦି ମେ’ ୬ରେ ଓଡ଼ିଶାରେ ପ୍ରଚାର ଆରମ୍ଭ କରିଥିଲେ। ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ବିଜେଡିର ଏକ୍ସପାଏରୀ ଡେଟ୍ ଘୋଷଣା କରିଥିଲେ ଏବଂ ଜୁନ୍ ୧୦ରେ ଭୁବନେଶ୍ୱରରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

ଏହାପରେ ଦ୍ୱିତୀୟ ଗସ୍ତରେ ବରଗଡ଼, କଳାହାଣ୍ଡି, ବଲାଙ୍ଗୀର ଆଦି ଜିଲା ଗସ୍ତ କରି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିସାରିଲେଣି। ଏହାପରେ ଗତ ସୋମବାର ତୃତୀୟ ପର୍ଯ୍ୟାୟରେ ଆସି ପୁରୀରେ ରୋଡ଼ ଶୋ’ କରିବା ପରେ ଅନୁଗୋଳ ଏବଂ କଟକରେ ଜନସମାବେଶକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଘନଘନ ଆଣାକ୍ରମଣ କରିଥିଲେ।

ଅନ୍ୟପଟେ ମଙ୍ଗଳବାର ଅମିତ ଶାହା ନୟାଗଡ ଗସ୍ତ କରି କହିଛନ୍ତି ଯେ, ‘ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ। କଥା ଦେଉଛୁ ଭାଜପା କ୍ଷମତାକୁ ଆସିଲେ ଓଡ଼ିଆ କହୁଥିବା ଲୋକ ଶାସନ କରିବେ।” ନୟାଗଡ଼ ଜିଲା ନୟାଗଡ଼ ବ୍ଲକ ଲାଠିପଡ଼ାର ଟାଙ୍ଗୀ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶାହା ବିଜେଡି ଉପରେ ବର୍ଷିବା ସହ ଓଡ଼ିଶାର ବିକାଶ ପାଇଁ ଭାଜପାକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଅନୁରୂପଭାବେ ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳର ପରଜଙ୍ଗଠାରେ ଆୟୋଜିତ ନିର୍ବାଚନ ସଭାରେ ଶାହା ତାମିଲ ପ୍ରସଙ୍ଗ ଉଠାଇବା ସହ ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଓଡ଼ିଆ କହୁଥିବା ଜଣେ ଯୁବନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି।

ତେବେ ନୟାଗଡ଼ଠାରେ ଅନୁଷ୍ଠିତ ସଭାରେ ଶାହା କହିଛନ୍ତି, ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ। ଏଥର ଓଡ଼ିଶାରେ ଭାଜପା ୭୫ ଆସନ ଦଖଲକରି ସରକାର ଗଠନ କରିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୩ କୋଟି ଲକ୍ଷପତି ଦିଦି ଓ ୪ କୋଟି ଗରିବଙ୍କ ପାଇଁ ଘର ତିଆରି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବକୁ ନଷ୍ଟ କରାଯାଇଛି। ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଓ ପୁରୀର ସମ୍ମାନ ପୁଣି ଫେରାଇ ଆଣିବା ଉପରେ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନବୀନବାବୁ, ତୁମ ବାବୁଙ୍କ ଉତ୍ତର ଦରକାର ନାହିଁ। ମୋ ପ୍ରଶ୍ନର ଉତ୍ତର ଆପଣ ଓଡ଼ିଆରେ ଦିଅନ୍ତୁ। ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଗଲା। ଡୁପ୍ଲିକେଟ୍‌ ଚାବିରେ ଭଣ୍ଡାର ଖୋଲାହୋଇଛି କି ନାହିଁ। ରତ୍ନଭଣ୍ଡାର ଯାଞ୍ଚ ଆୟୋଗ ରିପୋର୍ଟକୁ କାହିଁକି ଲୁଚାଇ ରଖିଛ। ଭାଜପା ସରକାର ଆସିଲେ ୧୦୦ ଦିନ ଭିତରେ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ସେହିପରି ନୟାଗଡ଼ ଜିଲାର ବନ୍ଦ ହୋଇ ପଡ଼ିଥିବା ଚିନିକଳ ୩ ମାସ ଭିତରେ ଚାଲୁ କରାଯିବ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି।

ଦେଶର ସବୁଠାରୁ ସମୃଦ୍ଧଶାଳୀ ରାଜ୍ୟ ଓଡ଼ିଶା। ହେଲେ ସେହି ରାଜ୍ୟ ପଛୁଆ ହୋଇ ରହିଯାଇଛି। ନବୀନବାବୁଙ୍କ ଶାସନରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ବିକାଶ ବ୍ୟବସ୍ଥା ଭୁଶୁଡି ପଡ଼ିଛି। ବିଜେଡିକୁ ରାଜ୍ୟବାସୀ ୨୫ ବର୍ଷ ଦେଇଥିଲେ ହେଁ ଦେଶର ମାନଚିତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଓଡ଼ିଶାବାସୀ ନବୀନବାବୁଙ୍କୁ ବହୁତ ସହିଲେଣି। ଓଡ଼ିଶାରେ ନବୀନବାବୁ କିଛି କରୁନାହାନ୍ତି। ତାଙ୍କ ବାବୁମାନେ ଶାସନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri