Odisha Elections 2024

କେନ୍ଦ୍ରାପଡ଼ା ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ କମ୍‌

କେନ୍ଦ୍ରାପଡ଼ା, ୨୦ା୩ (ଜଗନ୍ନାଥ ଧଳ): ଓଡ଼ିଶାରେ ୧୬ଥର ବିଧାନସଭା ଓ ୧୭ଥର ଲୋକ ସଭା ଆସନ ପାଇଁ ନିର୍ବାଚନ ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ସାଂସଦ ଓ ବିଧାୟିକା ଭାବେ ମହିଳାଙ୍କୁ କମ୍‌ ପ୍ରତିନିଧିତ୍ୱ ମିଳିଛି। ସ୍ବାଧୀନତା ସଂଗ୍ରାମ, କ୍ରୀଡ଼ା, ଲୋକକଳା, ସେବା, ସଙ୍ଗୀତ, ଅଭିନୟ, ସାହିତ୍ୟ କ୍ଷେତ୍ରରେ ଏହି ଜିଲାର ମହିଳାଙ୍କୁ ଦେଶ ବିଦେଶରେ ବହୁ ସମ୍ମାନ ମିଳିଛି। ମାତ୍ର ମହିଳା ଜନପ୍ରତିନିଧି କମ୍‌ ରହିଥିବା ଚର୍ଚ୍ଚା ହେଉଛି। ଓଡ଼ିଶା ଓ କେନ୍ଦ୍ର ସରକାରରେ ଜିଲାର ମାତ୍ର ୬ ଜଣ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିଛି।
ପ୍ରଥମ ନିର୍ବାଚନ ୧୯୫୨ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାର ଦୁଇ ବିଶିଷ୍ଟ ମହିଳା ସରସ୍ବତୀ ଦେବୀ ଓ ରାମରାଜ କୁମାରୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦୁଇ ମହିଳାଙ୍କର ସ୍ବାଧୀନତା ସଂଗ୍ରାମରେ ଭୂମିକା ଥିଲା ଅତୁଳନୀୟ। ରାଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସତ୍ୟାଗ୍ରହରେ ସାମିଲ ହୋଇଥିବା ରଘୁନାଥ ମହାନ୍ତିଙ୍କ ସ୍ତ୍ରୀ ସରସ୍ବତୀ ଦେବୀ ବିଜୟୀ ହୋଇଥିଲେ। ସେହିପରି କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ପ୍ରଥମ ମହିଳା ବିଧାୟିକା ଆଳି ରାଜବଂଶର ରାଜା ଚନ୍ଦ୍ରଭାନୁ ଦେବଙ୍କ ସ୍ତ୍ରୀ ରାଣୀ ରାମରାଜ କୁମାରୀ ବିଜୟୀ ହୋଇଥିଲେ। ଏହି ପ୍ରଥମ ନିର୍ବାଚନରେ ରାଜ୍ୟରେ ମାତ୍ର ୩ ଜଣ ବିଧାୟିକା ନିର୍ବାଚିତ ହୋଇଥିବା ବେଳେ ଦୁଇ ଜଣ କେନ୍ଦ୍ରାପଡ଼ାର ଥିଲେ। ଏହାପରେ ଏକ ଦୀର୍ଘ ବ୍ୟବଧାନ ଦେଖିବାକୁ ମିଳିଥିଲା। ୧୯୯୦ରୁ ୯୫ ପର୍ଯ୍ୟନ୍ତ ଆଳି ରାଜମାତା ତଥା ସ୍ବର୍ଗତ ଶରତ ଦେବଙ୍କ ସ୍ତ୍ରୀ ସୁଶ୍ରୀ ଦେବୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହାବ୍ୟତୀତ ସେ ବିଜେଡିରୁ ୨୦୦୨ ମସିହାରେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ। ନାରୀନେତ୍ରୀ ଅର୍ଚ୍ଚନା ନାୟକ ୧୯୯୫ରେ ପ୍ରଥମ ଥର ନିର୍ବାଚନ ରାଜନୀତିକୁ ଓହ୍ଲାଇଥିଲେ। କଂଗ୍ରେସ ପକ୍ଷରୁ ପାଟକୁରାରେ ବିଧାୟିକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ମାତ୍ର ୨୦୦୪ରେ କଂଗ୍ରେସ ପରିବର୍ତ୍ତେ ବିଜେଡିରୁ ଟିକେଟ ପାଇ ଲୋକ ସଭା ସଦସ୍ୟ ଭାବେ ସେ ବିଜୟୀ ହୋଇଥିଲେ। ଡ଼ା. ସିପ୍ରା ମଲ୍ଲିକ ହେଉଛନ୍ତି ଲୋକପ୍ରିୟ ନେତା ପ୍ରହ୍ଲାଦ ମଲ୍ଲିକଙ୍କ ଝିଅ। ୨୦୦୯ ମସିହାରେ ବିଜେଡି ପକ୍ଷରୁ ଟିକେଟ ପାଇ ସେ କେନ୍ଦ୍ରାପଡ଼ା ସଂରକ୍ଷିତ ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେ ଅଦ୍ୟାବଧି ରାଜନୀତିରେ ସକ୍ରିୟ ଅଛନ୍ତି। ଜିଲାର ଷଷ୍ଠତମ ମହିଳା ବିଧାୟିକା ଭାବେ ସାବିତ୍ରୀ ଅଗ୍ରୱାଲ ଅଦ୍ୟାବଧି କାର୍ଯ୍ୟରତ ଅଛନ୍ତି। ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ଭାବେ ସେ ପରିଚିତ। ୨୦୧୯ ନିର୍ବାଚନରେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବେଦପ୍ରକାଶ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ତାଙ୍କର ପରଲୋକ ହେବାରୁ ସ୍ତ୍ରୀ ସାବିତ୍ରୀଙ୍କୁ ବିଜେଡି ପକ୍ଷରୁ ଟିକେଟ ମିଳିଥିଲା।
ଲୋକସଂଖ୍ୟା ଅନୁଯାୟୀ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ କମ୍‌ ରହିଛି। ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରସଂସ୍ଥା ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଛି। ହେଲେ ଲୋକ ସଭା ଓ ବିଧାନସଭା ପାଇଁ ମହିଳାଙ୍କ ସଂରକ୍ଷଣ ନ ଥିବାରୁ ପ୍ରତିନିଧିତ୍ୱ କମ୍‌ ରହୁଛି। ଆସନ୍ତା ନିର୍ବାଚନରେ ବହୁ ମହିଳା ବିଧାୟିକା ଓ ଏମ୍‌ପି ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ସବୁ ରାଜନୈତିକ ଦଳ ମହିଳାଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବା ଦରକାର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri