Odisha Elections 2024

୬ କ୍ଷେତ୍ରରୁ ବିଧାୟକ ହୋଇନାହାନ୍ତି ମହିଳା

ବ୍ରହ୍ମପୁର,୧୯ା୩(ନରସିଂହ ସାହୁ):ଗଞ୍ଜାମ ଜିଲାରେ ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ ଆସନରୁ ହୋଇନାହାନ୍ତି ମହିଳା ବିଧାୟକ। ସେଗୁଡ଼ିକ ହେଲା ଛତ୍ରପୁର, ଗୋପାଳପୁର, ପୋଲସରା, ହିଞ୍ଜିଳି, ଦିଗପହଣ୍ଡି ଓ ଭଞ୍ଜନଗର। ଅବଶିଷ୍ଟ ୭ କ୍ଷେତ୍ରରୁ ଅଣକଂଗ୍ରେସ ଓ କଂଗ୍ରେସରୁ ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟ ଆସନରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ। ୨୦୧୯ ନିର୍ବାଚନରେ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ଓ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ନିର୍ବାଚିତ ହୋଇଛନ୍ତି। ୧୯୭୭ ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ ରତ୍ନ ମଂଜରୀ ଦେବୀ, ଚିକିଟିରୁ ଉଷା ଦେବୀ ୬ ଥର ବିଧାୟିକା ହୋଇଥିବା ବେଳେ ସୋରଡ଼ାରୁ ଶାନ୍ତି ଦେବୀ ଓ ଉଷାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ। ପରେ ଆସିକାରୁ ପ୍ରଥମେ ଉଷାରାଣୀ ପଣ୍ଡା ଓ ପରେ ମଂଜୁଳା ସ୍ବାଇଁ ବିଧାନସଭାକୁ ଯିବାର ସୁଯୋଗ ପାଇଛନ୍ତି। ସାନଖେମୁ୍‌ଣ୍ଡିରୁ ୨୦୧୪ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ନନ୍ଦିନୀ ଦେବୀ।
ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାରେ ୧୫ ବିଧାନସଭା କ୍ଷେତ୍ର ଥିଲା। ସୀମା ନିର୍ଦ୍ଧାରଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ଗଞ୍ଜାମରେ ୧୨ ରୁ ୧୩ ଆସନ ହୋଇଥିଲା। ଗଜପତିର ୩ କ୍ଷେତ୍ରରୁ ୨କୁ ଖସିଥିଲା। ପୂର୍ବରୁ ମୋହନା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିଲା ଦିଗପହଣ୍ଡି ବ୍ଲକ ଓ ଏନ୍‌ଏସି। ୨୦୦୯ ନିର୍ବାଚନ ବେଳେ ଦିଗପହଣ୍ଡି ବ୍ଲକ ଓ କୁକୁଡ଼ାଖଣ୍ଡି ବ୍ଲକକୁ ନେଇ ଦିଗପହଣ୍ଡି କ୍ଷେତ୍ର ଗଠନ କରାଯାଇଛି। ୧୯୫୭ ନିର୍ବାଚନରେ ବଡ଼ଖେମୁଣ୍ଡି ତଥା ବର୍ତ୍ତମାନର ଦିଗପହଣ୍ଡି ଆସନରୁ ବଡ଼ଖେମୁଣ୍ଡି ରାଣୀ ଅନଙ୍ଗ ମଞ୍ଜରୀ ବିଧାୟିକା ହୋଇଥିବା ତଥ୍ୟ ରହିଛି। ମହିଳାମାନେ ବିଧାନସଭା ଦେଖି ନ ଥିବା ଜିଲାର ୬ ସେଗମେଣ୍ଟକୁ ବିଭିନ୍ନ ଦଳ ଉପେକ୍ଷା କରିଥିବା ଚର୍ଚ୍ଚା ହେଉଛି।
ଆଞ୍ଚଳିକ ଦଳ ବିଜେଡି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଉଛି। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବାକୁ ଅନେକ ଯୋଜନା ନବୀନ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି। ଉପରୋକ୍ତ ୬ କ୍ଷେତ୍ରରେ ଅନେକ ମହିଳା ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି। ସେମାନଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳୁ ନ ଥିବା ନାମ ଗୋପନ ରଖି ମହିଳା ବିଜେଡିର ଜଣେ ଟାଣୁଆ ନେତ୍ରୀ କ୍ଷୋଭର ସହ କହିଛନ୍ତି। ୨୦୨୪ ନିର୍ବାଚନ ଲାଗି ପ୍ରମୁଖ ଦଳଗୁଡ଼ିକ ପ୍ରୟାସ କରୁଛନ୍ତି। ବିଜେଡି ମହିଳାଙ୍କ ସଶକ୍ତୀକରଣ ବିଷୟରେ ଅନେକ ପଦକ୍ଷେପ ନେଉଥିବା କହୁଛି। ଏଭଳି ସ୍ଥଳେ ବିଧାୟିକା ହେବାର ସୁଯୋଗ ମିଳି ନ ଥିବା ଜିଲାର ନିର୍ବାଚନମଣ୍ଡଳୀଗୁଡ଼ିକରେ ଆଗାମୀ ନିର୍ବାଚନରେ ମୁଖ୍ୟତଃ ବିଜେଡି ମହିଳା ପ୍ରାର୍ଥୀ ଦେବ ବୋଲି ସେ ଆଶା ରଖିଥିବା ସମ୍ପୃକ୍ତା ନେତ୍ରୀ କହିଛନ୍ତି। ଏଥିସହିତ ଭାଜପା ଓ କଂଗ୍ରେସ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେଲେ ମହିଳା ବିଧାୟିକାରହିତ ନିର୍ବାଚନମଣ୍ଡଳୀରେ ସନ୍ତୁଳନତା ବଜାୟ ରଖିହୁଅନ୍ତା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

୧ ନଂ ଜୋନ୍‌ରେ ଜମୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ବୁଧବାର ୧ ନଂ ଜୋନ୍‌ରେ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ପ୍ରଥମେ କର୍ମୀମାନେ ଗହଲମୁଣ୍ଡା...

ଭାଜପା ସମର୍ଥକଙ୍କୁ ହତ୍ୟା: ଟାୟାର ଜାଳି ରାସ୍ତାରୋକୋ କଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଭାଜପା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri