କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ମାମଲାରେ କାର ଚାଳକ ଓ ସହଯାତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନନ୍ଦପୁର ଥାନାଧିକାରୀ ତ୍ରିନାଥ ତୋଟାପାଡିଆଙ୍କ ସୂଚନା ମୁତାବକ ଗୁଇନ୍ଦା ସୂଚନା ଆଧାରରେ ନନ୍ଦପୁର ପୋଲିସ ଏମଡିଆର ୫୫ ରାସ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଯାଞ୍ଚ କରିବାରେ କାରରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। କାରରେ ଥିବା ପଟାଙ୍ଗି ରେଣୁ ଗ୍ରାମର ଅଜିତ୍‌ ଧଡକା (୨୧) ଓ ଲମତାପୁଟ ବ୍ଲକ ବାଲେଲ ଗ୍ରାମର କିରଣ ଖରା (୨୨) ଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରାଯିବାରୁ ୨୧ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା। ନନ୍ଦପୁର ଥାନାରେ କେସ ନ ୫୨/୨୦୨୬ ରେ ମାମଲା ରୁଜୁ କରି ବୁଧବାର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ ଓ କାରକୁ ଜବତ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଚିଠି ଲେଖିଲେ ମୋଦି,କହିଲେ ନାରୀ ଦେଶର ପ୍ରଗତିର ମୂଳଦୁଆ

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ମହିଳାମାନଙ୍କୁ ସମ୍ବୋଧିତ କରି ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ବିଧାନସଭା ସଂସ୍ଥା (ସଂସଦ, ବିଧାନସଭା ଏବଂ ବିଧାନସଭା ପରିଷଦ)ରେ…

ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ…

‘ସଂଘର୍ଷର ସମାଧାନ ସାମରିକ ବ୍ୟବସ୍ଥା ନୁହେଁ’, ଆମେରିକା-ଇରାନ ଯୁଦ୍ଧବିରତି ଉପରେ ଗୁଟେରେସଙ୍କ ବଡ଼ ବୟାନ

ଜେନେଭା,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ, ଜାତିସଂଘର…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…

ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକୋ କଲେ ଗ୍ରାମବାସୀ

ମୋରଡା/ରାସଗୋବିନ୍ଦପୁର,୧୪।୪(ସ୍ମାରକ ମାଜୀ/ସତ୍ୟବାଦୀ ପରିଡା): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କାକବନ୍ଧ ଅନୁସୂଚିତ ଜାତି ଓ଼ ଜନଜାତି ଆଶ୍ରମ ବିଦ୍ୟାଳୟର ୧୪୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ରବିବାର…

ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ହେଲେ ସାହେବ ଖିଲ, କହିଲେ ଦଳକୁ ମଜବୁତ କରିବାକୁ…

କୋରାପୁଟ, ୧୪।୪(ଅମିତାଭ ବେହେରା ): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଭାବେ ସାହେବ ଖିଲଙ୍କୁ ନିଯୁକ୍ତ କରିଛି। ଅନୁସୂଚିତ ଜାତି ମୋର୍ଚ୍ଚାର…

ହର୍ମୁଜରେ ଚାଇନା ଖେଳିଲା ବଡ଼ ଗେମ୍‌, ଅତି ଚତୁରତାର ସହ ସମୁଦ୍ର ପାର୍‌ କରି ନେଇଆସିଲା ଜାହାଜ, ଦେଖିକି ଟ୍ରମ୍ପ ସ୍ତବ୍ଧ

ଓ୍ବାଶିଂଟନ୍‌,୧୪।୪: ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଇରାନ ବନ୍ଦର ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଡୋନାଲ୍ଡ ଟ୍ରମ୍ପ ନଜର ରଖିଛନ୍ତି। ଆମେରିକା ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୧୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri