ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା’ କୋଳରୁ ଶିଶୁପୁତ୍ର ହୋଇଛି ଚୋରି, ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ।
ସୂଚନାରୁ ଜଣାପଡିଛି, ନୟାଗଡ଼ ଜିଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ସ୍ତ୍ରୀ ଚିନୁଲତା ପରିଡା ଓ ତାଙ୍କର ୪ ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ପ୍ରଥମେ କାଳୁପଡାଘାଟ ଷ୍ଟେଶନରେ ପହଞ୍ଚିଥିଲେ ପରେ ସେଠାରୁ ଡିଏମୟୁ ଟ୍ରେନ ଯୋଗେ ନିରାକାରପୁର ଷ୍ଟେଶନ ଆସିଥିଲେ। ସକାଳ ହୋଇଥିଲେ ଟ୍ରେନ ଯୋଗେ ତାମିଲନାଡୁ ଯାଇଥାନ୍ତେ। ପ୍ରଶାନ୍ତ ସ୍ତ୍ରୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ଉଭୟ ପିତା ମାତାଙ୍କୁ ନିଦ ଆସି ଯାଇଥିଲା ସେହି ସୁଯୋଗରେ ମା’ କୋଳରୁ ଶିଶୁପୁତ୍ରକୁ କୌଣସି ଦୁର୍ବୁତ୍ତ ଉଠାଇ ନେଇଯାଇଛନ୍ତି।

ଉଭୟ ପିତା ମାତା ଅନେକ ଖୋଜାଖୋଜି କରିବା ପରେ ଶିଶୁ ପୁତ୍ରଙ୍କୁ ନ ପାଇ ନିରାକାରପୁର ଆରପିଏଫ ପୋଲିସର ସହାୟତା ମାଗିଥିଲେ। ହେଲେ ତାଙ୍କୁ ଆରପିଏଫ ପୋଲିସ କୌଣସି ସହଯୋଗ ନ କରି ଓଲଟା ଗାଳିଗୁଲଜ କରି ପ୍ଲାଟଫର୍ମରୁ ବାହାରି ଯିବାକୁ ଧମକ ଦେଇଥିଲେ। ପରେ ସେମାନେ ବିଳମ୍ବିତ ରାତିରେ ନିରାକାରପୁର ଥାନାରେ ପହଞ୍ଚିଥିଲେ। ସେମାନେ ସୂଚନା ଦେଲେ ନିରାକାରପୁର ରେଳବାଇ ଥାନା ଅଞ୍ଚଳରେ ଘଟଣା ଘଟିଛି। ସେଠାରେ ଅଭିଯୋଗ କର ସେମାନେ ମଧ୍ୟ ଶୁଣି ନ ଥିଲେ ସେମାନେ ସେଠାରୁ ନିରାଶ ହୋଇ ଫେରିଲେ। ରାତିସାରା ନିରାକାରପୁର ଥାନାକୁ ନିରାକାରପୁର ରେଳବାଇ ସୁରକ୍ଷାବଳଙ୍କ ପାଖକୁ ଦୌଡ଼ିଦୌଡ଼ି ସକାଳ ହୋଇଥିଲା,ସକାଳ ସ୍ଥାନୀୟ ଅଞ୍ଚଳରେ ଘଟଣା ପ୍ରଘଟ ହେଲା। ପରେ ସ୍ଥାନୀୟ ଲୋକଙ୍କ ଚାପରେ ରେଳବାଇ ଜିଆରପି ପୋଲିସରେ ଉଭୟ ଦମ୍ପତି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୋଲିସ ଅଭିଯୋଗ ରଖି ୩୧/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ନିରାକାରପୁର ଅଞ୍ଚଳରେ ଏହା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଆଲୋଡନାର ବିଷୟ ପାଲିଟିବା ସହିତ ଅଞ୍ଚଳବାସୀଙ୍କୁ ଆଲର୍ଟ କରାଯାଇଛି। ଯଦି ସାହି ପଡିସା ଘରେ କେହି ଛୋଟପିଲା କାନ୍ଦେ ତେବେ ସାଙ୍ଗେ ସାଙ୍ଗେ ତାଙ୍କ ଘର ଚେକ୍‌ କର ବୋଲି କୁହାଯାଇଛି। ଶିଶୁପୁତ୍ରକୁ ଖୋଜି ଆଣିବାକୁ ମାତାପିତା ଗୁହାରି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?