ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ। ଅତିକମ୍ରେ ପ୍ରତିଦିନ ୩ କିଲୋମିଟର ଏବଂ ସପ୍ତାହକୁ ୫ ଦିନ ପ୍ରାତଃ ଭ୍ରମଣ କଲେ ଶରୀର ନିରୋଗ ରୁହେ ବୋଲି ଆମେରିକାର ମିଶିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜଣାପଡିଛି। ପ୍ରାତଃ ଭ୍ରମଣ ସମୟରେ ଆରାମଦାୟକ ଜୋତା ପିନ୍ଧି ଚାଲିଲେ ପାଦକୁ କଷ୍ଟ ଅନୁଭବ ହୋଇ ନ ଥାଏ। ପ୍ରାତଃ ଭ୍ରମଣ ପାଇଁ ଶାନ୍ତ ବାତାବରଣ ଓ ପ୍ରାକୃତିକ ଦୃଶ୍ୟରାଜିରେ ଭରପୂର ସ୍ଥାନ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ମାନସିକ ଚିନ୍ତାରୁ ମିଳିଥାଏ ମୁକ୍ତି। ଏହି ସମୟରେ ଜୋର ଶ୍ୱାସ ନେଇ ଧୀରେ ଧୀରେ ଛାଡ଼ିଲେ ଅନେକ ଉପକାର ମିଳେ। ପ୍ରାତଃ ଭ୍ରମଣ ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ପରେ ଚାଲିବା ଆବଶ୍ୟକ। ଏହି ସମୟରେ ହାତକୁ ତଳକୁ ରଖି ବାରମ୍ବାର ହଲାଇଲେ ଶରୀରରେ ରକ୍ତସଞ୍ଚାଳନ ସ୍ବାଭାବିକ ହୋଇଥାଏ ।


