ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ ଚଳିତ ମାସ ଗତ ଏପ୍ରିଲ ୧ରେ ଏକ ଖବର “ଧରିତ୍ରୀ” ଏବଂ “ଓଡିଶା ପୋଷ୍ଟ”ରେ ପ୍ରକାଶିତ ହୋଇଥିଲା।ଖବର ପ୍ରକାଶର ପରଦିନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଏକ ଅର୍ଡର ପ୍ରକାଶ କରିଛନ୍ତି। ଏଥିରେ ଅର୍ଡର ନଂ ୬୧୧/୯ ମାର୍ଚ୍ଚ ୨୦୨୬ ବୋଲି ଉଲ୍ଲେଖ ଥିବା ବେଳେ ୨୧ ଦିନ ପରେ ଅର୍ଥାତ ଚଳିତ ମାସ ଏପ୍ରିଲ ୨ରେ ମେଲ ଜରିଆରେ ଅଭିଯୋଗକାରୀଙ୍କୁ ପ୍ରେରଣ କରିଛନ୍ତି। ଅର୍ଡରରେ ଅଭିଯୋଗକାରୀଙ୍କୁ ଚାକିରୀରୁ ବିଦା କରାଯାଇ ନ ଥିବା ଏବଂ ବର୍ଦ୍ଧିତ ଦରମା ପାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଅନୁସାରେ ଆବେଦନ କରିବାକୁ ହେବ ବୋଲି ଉଲ୍ଲେଖ ରହିଛି ।
ସୂଚନା ଯୋଗ୍ୟ, ବର୍ଦ୍ଧିତ ଦରମା ମାଗିବାରୁ ଡିଏମଏଫ ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ବେନିୟମ ଏବଂ ମୌଖିକ ଭାବେ ଚାକିରୀରୁ ବିଦା କରି ଦେଇଥିଲେ ।ଏ ନେଇ ହାଇକୋର୍ଟଙ୍କ ଠାରେ ଏକ ମାମଲା( ଡବ୍ଲ୍ୟୁପିସି ନଂ -୩୫୧୭୭/୨୦୨୫) ଦାୟର ହୋଇଥିଲା l ୪ ସପ୍ତାହ ମଧ୍ୟରେ ଅଭିଯୋଗର ବିଚାର କରିବାକୁ ହାଇକୋର୍ଟ ୧୦ ଡିସେମ୍ବର ୨୦୨୫ ରେ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଫଳରେ ଜିଲାପାଳ ଅଭିଯୋଗ ଶୁଣାଣି ପାଇଁ ଚିଠି ନଂ ୮୪/୧୩ ଜାନୁୟାରୀ ୨୦୨୬ଦ୍‌ରେ ନୋଟିସ ଜାରି କରି ୧୭ ଜାନୁୟାରୀ ୨୦୨୬କୁ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ l ମାତ୍ର ଶୁଣାଣି ତାରିଖ ପରେ ୨ ମାସରୁ ଅଧିକ ଦିନ ବିତି ସାରିଥିଲେ ମଧ୍ୟ ଅଭିଯୋଗ ବିଚାରର ଫଳାଫଳ ପ୍ରକାଶ ପାଇ ନ ଥିଲା l ଫଳରେ କେନ୍ଦୁଝର ଜିଲାପାଳ ତଥା କେନ୍ଦୁଝର ଡିଏମଏଫ ଅଧକ୍ଷ ବିଶାଲ ସିଂଙ୍କ ନାମରେ ୨୬ ମାର୍ଚ୍ଚ ୨୦୨୬ ରେ ଓଡିଶା ହାଇକୋର୍ଟଙ୍କ ନିକଟରେ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା l କେସ ନଂ ସିଓଏନଟିସି – ୧୮୭୦/୨୦୨୬ ଅନୁଯାୟୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?