Posted inଖେଳ

ନେପାଳକୁ ହରାଇ ଫାଇନାଲରେ ଭାରତ

ଢାକା, ୭ା୨(ପି.ଟି.): ନେହାଙ୍କ ଡବଲ୍‌ ଗୋଲ୍‌ ବଳରେ ଭାରତ ଏହାର ଶେଷ ଲିଗ୍‌ ମ୍ୟାଚରେ ନେପାଳକୁ ୪-୦ ଗୋଲ୍‌ରେ ପରାସ୍ତ କରି ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯିବାକୁ ଥିବା ଟାଇଟଲ ମୁକାବିଲାରେ ଭାରତ ଆୟୋଜକ ତଥା ଗତଥରର ଚାମ୍ପିୟନ ବାଂଲାଦେଶକୁ ଭେଟିବ। ପ୍ରତିଯୋଗିତାରେ ଭାରତ ଏହାର ପ୍ରଥମ ଲିଗ୍‌ ମ୍ୟାଚରେ ଭୁଟାନକୁ ୧୦-୦ ଗୋଲ୍‌ରେ ପରାସ୍ତ କରିବା ପରେ ବାଂଲାଦେଶଠାରୁ ୦-୧ ଗୋଲ୍‌ରେ ପରାଜିତ ହୋଇଥିଲା। ମଙ୍ଗଳବାର ପ୍ରଥମାର୍ଦ୍ଧ ଖେଳ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରି ୪ ଗୋଲ୍‌ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଦଳ ତରଫରୁ ନେହା ୫୪ତମ ଏବଂ ୮୦ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିବା ବେଳେ ସୁଲଞ୍ଜନା ରାଉଳ (୮୫ତମ ମିନିଟ) ଓ ରେମରୁଆଟପୁଇ କୋଲ୍‌ନୀ (୯୦+୩) ଅନ୍ୟ ଦୁଇଟି ଗୋଲ୍‌ ଦେଇଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ଦଳର ସହକାରୀ କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା

ଡେରାଡୁନ୍‌,୭ା୧: ହରିଦ୍ୱାରରେ ଥିବା ୧୦୫ଟି ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ସେହିପରି ହରିଦ୍ୱାର ଓ...

ପ୍ରେମ ପାଇଁ ଯୁବତୀଙ୍କୁ କାର ଭିତରେ ଦେଖାଇଲେ ବନ୍ଧୁକ

ଭୁବନେଶ୍ୱର,୭।୧ ଭୁବନେଶ୍ୱରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ। କାର ଭିତରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ।...

ଛେଳି ଧରି ଚମ୍ପଟ ମାରୁଥିଲା କାର୍‌: ଗାଡିକୁ ପିଛା କରି ଧାଇଁଲେ ଲୋକେ, ତା’ପରେ…

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କାଡଶପାଟା ଏବଂ ଡଲାବାଡି ଅଞ୍ଚଳରୁ ଛେଳି ଧରି ପଳାଉଥିବା କାର୍‌କୁ ପୋଲିସ ଜବତ କରିଛି...

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୨୩ ସହର

ଭୁବନେଶ୍ୱର,୭ା୧: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି।...

ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ...

ବଙ୍ଗୋପସାଗରରେ ଅବପାତ ରୂପ ନେଲା ଲଘୁଚାପ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୭।୧: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ...

ପୂର୍ବତନ ସମିତିସଭ୍ୟାଙ୍କ ପରଲୋକ, ରାଜନୈତିକ କ୍ୟାରିୟରରେ…

ପାଟଣା,୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ପୂର୍ବସମିତି ସଭ୍ୟା ଯଶୋଦା ସେଠୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ...

୬୦ବର୍ଷରେ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା ପେନଶନ! ଏବେଠୁ ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୭ା୧: ଭାରତରେ ଲକ୍ଷ ଲକ୍ଷ ଅସଂଗଠିତ ଶ୍ରମିକଙ୍କ ପାଇଁ, ବୃଦ୍ଧାବସ୍ଥାରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଆର୍ଥିକ ସୁରକ୍ଷା। ନିୟମିତ ଆୟ ଏବଂ ସାମାଜିକ ସୁରକ୍ଷାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri