Posted inଫୁରସତ

କଟାମୁଣ୍ଡରେ ୧୮ ମାସ ବଞ୍ଚିଲା ଗଞ୍ଜା

ମଣିଷ ହୁଅନ୍ତୁ କିମ୍ବା ପଶୁପକ୍ଷୀ। ଭାବିଲେ କାହାର ମୁଣ୍ଡ କଟିଗଲେ ସେ ଦୀର୍ଘଦିନ ଧରି ବଞ୍ଚି ରହିପାରେ କି? ମାତ୍ର ଏକ ଗଞ୍ଜା ସହିତ ଏପରି ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାଂସ ବିକ୍ରି କରିବା ପାଇଁ ମାଲିକ ଗଞ୍ଜାକୁ ହତ୍ୟା କରିଥିଲେ, କିନ୍ତୁ ଏହା ବିନା ମୁଣ୍ଡରେ ଜୀବନ୍ତ ରହିଲା। ଏହା ଶୁଣିବା ଏକ ଚମତ୍କାରଠାରୁ କମ୍‌ ନୁହେଁ।

bizarre death, chicken that lived for 18 months without head, chicken that lived without head, headless chicken lived 18 months, headless rooster lived for 18 months, rooster survived without head, rooster without head became famous

ଯେଉଁମାନେ ମାଂସ ଖାଇବାକୁ ଭଲ ପାଆନ୍ତି, ଆଜି ଆମେ ସେମାନଙ୍କୁ ଏକ ଗଞ୍ଜାର କାହାଣୀ କହିବୁ; ଯାହାକୁ ମାଂସ ପାଇଁ ହତ୍ୟା କରାଯାଇଥିଲା। କିନ୍ତୁ ଏହା ସହିତ ଯାହା ଘଟିଲା, ତାହା ଏକ ଚମତ୍କାର ହୋଇଗଲା। ଗଞ୍ଜାର ମୁଣ୍ଡ କଟାଯାଇଥିଲେ ମଧ୍ୟ ଏହା ମରି ନ ଥିଲା। ଏପରିକି ଏହାର ମାଲିକ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କାହାଣୀ ନୁହେଁ, ସତ ଘଟଣା।

ରିପୋର୍ଟ ଅନୁଯାୟୀ, ଏହି ମାମଲା ଆମେରିକାର କଲରାଡୋରୁ ଆସିଛି। ଯେଉଁଠାରେ ଲୟଡ଼ ଓଲସେନ ଏବଂ କ୍ଲାରା ନାମକ ଦମ୍ପତି ରହୁଥିଲେ। ଥରେ ସେ ମାଂସ ପାଇଁ ସମୁଦାୟ ୫୦ଟି କୁକୁଡ଼ା ମାରିଦେଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଗଞ୍ଜା ଜୀବିତ ଏବଂ ସକ୍ରିୟ ଥିବା ଦେଖି ଦମ୍ପତି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏହି ମୁଣ୍ଡବିହୀନ କୁକୁଡ଼ାକୁ ରାତିସାରା ଏକ ଆପଲ ବାକ୍ସରେ ରଖିଥିଲେ। ସେମାନେ ଭାବିଲେ ଯେ, କମ୍‌ ସମୟ ମଧ୍ୟରେ ସେ ନିଶ୍ଚିତ ଭାବରେ ମରିଯିବ। ତା’ ପରଦିନ ଯେତେବେଳେ ସେମାନେ ବାକ୍ସ ଖୋଲିଲେ ଗଞ୍ଜାଟି ଜୀବିତ ଥିଲା।

ସବୁଠାରୁ କୌତୂହଳର ବିଷୟ ହେଉଛି, ସେ କେବଳ ୨-୪ ସପ୍ତାହ ନୁହେଁ ବରଂ ମୋଟ୍‌ ୧୮ ମାସ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିଥିଲା। ଜଣେ ବ୍ୟକ୍ତି ଏହାକୁ ଦେଖିବା ପାଇଁ ୩୦୦ ମାଇଲରୁ ଆସିଥିଲେ ଏବଂ ସେ ଏହ ଗଞ୍ଜା ଉପରେ ଏକ ସ୍ଲାଇଡ୍‌ ଶୋ’ ତିଆରି କରି ମଧ୍ୟ ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri