ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ। ହେଲେ ପ୍ରଥମେ ଜମି କିଣିବା, ତା’ପରେ ଘର ତିଆରି ଇତ୍ୟାଦିରେ ସ୍ବପ୍ନ ପୂରଣ ହୋଇପାରେନା। ବାଧ୍ୟହୋଇ ସେ ପରିବାର ସହ ଭଡା ଘରେ ରହିବାକୁ ନିଷ୍ପତ୍ତି ନେଇଥାଏ। କୌଣସି ପରିବାର କୁହନ୍ତୁ କି ଯୁବପିଢି କିମ୍ବା କୌଣସି ଛାତ୍ରୀଛାତ୍ର ବାହାରେ ରହି ପାଠ ପଢିବାକୁ ମେସ୍‌, ହଷ୍ଟେଲ ବା ଘରଭଡାକୁ ପ୍ରିଫର କରିଥାନ୍ତି। ହେଲେ କେଯଣସି ବ୍ୟକ୍ତିଙ୍କର ଘରଟିଏ ତୋଳି ରହିବାର ଇଛା ଏହି ଭଡାଘରେ ରହି ମରି ଯାଇଥାଏ। କାରଣ ବର୍ଷକୁ ବର୍ଷ ଘରର ଭଡା ଦେବା ସହ ଇଲେକ୍ଟ୍ରି,ପାଣି ଓ ମେଣ୍ଟେନାନ୍ସ ଫି ଦେବାବେଳେ ନୂଆଘର କିଣିବା ବା ତୋଳିବାର ଇଛା ପୂରଣ ହୋଇ ପାରେନା।

ଏବେର ମହଙ୍ଗା ଯୁଗରେ ଘରଭଡାର ମହଙ୍ଗା ମାଡ ସହ ସ୍ବାଧୀନ ଭାବରେ ଭଡାଘରେ କିଛି କରିବାର ଇଛା କାହାର ବା ନ ଥାଏ। ଘରଟିକୁ ନିଜ ଇଛା ମୁତାବିକ ସଜାଇବା ସହ ଡେକୋରେଟ କରିବା ନିଜ ଆତ୍ମୀୟ ଲୋକଙ୍କୁ ଆଣିବା ପାଇଁ କେତେକ କ୍ଷେତ୍ରରେ ବାରଣ କରାଯାଇଥାଏ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଭଡାଘରେ ରହୁଥିବା ଲୋକ ଖୁବ୍‌ଶୀଘ୍ର ବୁଢା ହୋଇଯାଆନ୍ତି। ‘ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଏପିଡେମୋଲୋଜି ଓ କମ୍ପ୍ୟୁନିଟି ହେଲଦ୍‌ ଜର୍ଣ୍ଣାଲ’ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଭଡା ଘରର ବିଭିନ୍ନ ସମସ୍ୟା ଯଥା ଶାରୀରିକ ବା ମାନସିକ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଯାହାଦ୍ୱାରା ଲୋକେ ଚାପଗ୍ରସ୍ତ ରହିଥାନ୍ତି। ମାନସିକ ଭାରସ୍ୟମରେ ରହିବା ଯୋଗୁ ଲୋକଙ୍କ ଠାରେ ମେଦ ବହୁଳତା, ଧୂମପାନ କରିବା ପରି ସମସ୍ୟା ଦେଖାଯାଇଥାଏ।
କେବଳ ଏତିକି ନୁହେଁ ଭଡା ଟଙ୍କା ଅଧିକ ହେବାରୁ ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ସହ ବ୍ୟକ୍ତି ଚାପଗ୍ରସ୍ତ ରହିଥାନ୍ତି। ଭଡା ଘରୁ ଅଫିସକୁ ଯିବାଅସିବା ଅସୁବିଧା ଇତ୍ୟାଦି ଅସୁବିଧା ଭୋଗି ବ୍ୟକ୍ତିଜଣକ ସବୁବେଳେ ଚାପଗ୍ରସ୍ତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri