ଦୃଢ଼ ଇଚ୍ଛାଶକ୍ତି

ଉମାଶଙ୍କର ପ୍ରସାଦ

 

ଆମ ଗାଁ ଗହଳିରେ ଗୋଟିଏ ପ୍ରବାଦ ବାକ୍ୟାବଳୀ ଶୁଣିବାକୁ ମିଳିଥାଏ, ଯାହା ହେଉଛି ‘ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାକୁ ଚେଷ୍ଟା’! ଏ କଥାର ତାତ୍ପର୍ଯ୍ୟ ହେଲା ଦୀନ, ଦୁଃଖୀ, ଅସମର୍ଥ ବ୍ୟକ୍ତି ଯଦି ନିଜର ଅବସ୍ଥାକୁ ବିଚାର ନ କରି ଉଚ୍ଚ ଆଶା ଓ ଆକାଂକ୍ଷାର ସ୍ବପ୍ନ ଦେଖେ ସେତେବେଳେ ଅନେକ ବ୍ୟକ୍ତି ତା’ର ଏହି ଉଚ୍ଚ ଆଶାକୁ ଦେଖି ଉପରୋକ୍ତ ବାକ୍ୟାବଳୀଟି କହିଥାନ୍ତି। ଯଦି ପୃଥିବୀର ଇତିହାସ ପୃଷ୍ଠାକୁ ଅବଲୋକନ କରିବା ତେବେ ସ୍ପଷ୍ଟ ଅନୁମେୟ ହେବ ଯେ କେତେଜଣ ବାମନ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ନିଜର ଅଧ୍ୟବସାୟ, ଦୃଢ଼ ମାନସିକ ତଥା ଅଦମ୍ୟ ଚେଷ୍ଟା ବଳରେ ବାମନ ହୋଇ ସୁଦ୍ଧା ଚନ୍ଦ୍ରକୁ ହାତ ବଢ଼ାଇ ନିଜ ଜୀବନରେ ସଫଳତା ପାଇଛନ୍ତି। ସେଦିନ ବିଲାତରେ କୌଣସି ପିଲା ପରିବାରର ଅର୍ଥାଭାବ ଯୋଗେ ଚା’ ନ ପାଇ ଗରମପାଣି ପିଇ ଶୀତ ନିବାରଣ କରୁଥିଲା। କିନ୍ତୁ ସମୟର ଗତି ବଡ଼ ବିଚିତ୍ର। ସେହି ପିଲା ଦିନେ ବିଲାତର ପ୍ରଧାନମନ୍ତ୍ରୀ ହେଲା! ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ପିଲା ଘରେ ଆଲୁଅ ଜାଳିବାକୁ ପଇସା ନ ପାଇବାରୁ ସଡ଼କର ବତିଖୁଣ୍ଟ ଆଲୁଅରେ ବସି ପାଠ ପଢ଼ି ସେହି ଦେଶର ରାଷ୍ଟ୍ରପତି ହୋଇଥିଲେ। ସେହି ଯୁକ୍ତରାଷ୍ଟ୍ରର ଜଣେ ରାଷ୍ଟ୍ରପତିଙ୍କର ଉନ୍ନତି ଘଟିଥିଲା ‘ପତ୍ରକୁଡ଼ିଆରୁ ରାଜପ୍ରାସାଦକୁ’। ଆଉ ଜଣେ ଦରିଦ୍ର ବାଳକଟି ଗୋଟିଏ କାଠ କ୍ୟାବିନରେ ବାପା ଓ ସାବତ ମା’ଙ୍କ ସହ ବାସ କରୁଥିଲା। କାଠୁରିଆର ପୁଅ କୌଣସି ବ୍ୟବସାୟୀ ପାଖରେ ଚାକିରିକରି ପେଟ ପୋଷୁଥିଲେ। ସହରକୁ ଜିନିଷପତ୍ର ଡଙ୍ଗାରେ ବୋହିବା ତା’ର ନିତିଦିନିଆ କାର୍ଯ୍ୟ ଥିଲା। ଦିନେ କୌତୂହଳବଶତଃ ଦାସବଜାରକୁ ତାକୁ ଯିବାକୁ ପଡ଼ିଥିଲା। ଦାସମାନଙ୍କୁ କ୍ରୟକରି ତାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ଓ ଯନ୍ତ୍ରଣା ଦେଖି ପ୍ରତିଜ୍ଞା କରିଥିଲା, ” ଯଦି ଭବିଷ୍ୟତରେ ସେ କେବେ ଏହି ଅସହାୟ ଦୁର୍ଭାଗ୍ୟମାନଙ୍କୁ ମୁକୁଳାଇବାର ସୁବିଧା ପାଏ ତେବେ ସେ ତାକୁ ନିଶ୍ଚୟ ପାଳନକରିବ“। ସେ ଥିଲେ ମହାନ୍‌ ମାନବବାଦୀ ନେତା ଆବ୍ରାହମ ଲିଙ୍କନ୍‌। ପରବର୍ତ୍ତୀ ଜୀବନରେ ଆମେରିକାର ରାଷ୍ଟ୍ରପତି ହେବା ସହ ଦାସପ୍ରଥା ଲୋପକରିବାକୁ ଆଇନ ପ୍ରଣୟନ କରିଥିଲେ।
ସେହିପରି ସେଦିନ ବଙ୍ଗ ପ୍ରଦେଶକୁ ଜଣେ ଗୋରା ସାହେବ ଆସିଥିଲେ, ଯେ କି ଦିନେ କୁଲିଗିରି କରି ଜୀବିକାର୍ଜନ କରୁଥିଲେ। ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ‘ଚେକୋସ୍ଲୋଭାକିଆ’ ରାଜ୍ୟ ପ୍ରତିଷ୍ଠା କରିଥିଲେ ସେ ଜଣେ ସାମାନ୍ୟ କଚୱାନ୍‌ର ପୁଅ ଥିଲେ ଯାହାଙ୍କ ନାମ ଥିଲା ‘ଟୋମାସ ମାସରିକ୍‌’। ସେ ଅଧ୍ୟବସାୟ ବଳରେ ସେହି ରାଷ୍ଟ୍ରର ରାଷ୍ଟ୍ରପତି ହୋଇଥିଲେ। ସେହିପରି ସେ ଦିନର ଇଟାଲୀର ଭାଗ୍ୟବିଧାତା ମୁସୋଲିନ୍‌ ଦରିଦ୍ର କମାରଘରେ ଜନ୍ମ ଗ୍ରହଣ କରିଥିଲେ। ସେ ଦେଶକୁ ସାମ୍ୟବାଦୀ କବଳରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଫାସିଦଳ ସଙ୍ଗଠନକରି ଲକ୍ଷ୍ୟ ସାଧନ ଦିଗରେ ସଫଳତାର ପାହାଚ ଚଢ଼ିଥିଲେ। ସେହିପରି ପୃଥିବୀ ବିଖ୍ୟାତ ହିଟ୍‌ଲର ଇଟାଭାଟିରେ କାମ କରି ନିଜର ପେଟ ପୋଷୁଥିଲେ। କିନ୍ତୁ ତାଙ୍କର ପ୍ରତ୍ୟୁପତ୍ନ୍ନମତିତା , ବିଚକ୍ଷଣ ବୁଦ୍ଧି, ଅଦମ୍ୟ ସାହସ , ଦମ୍ଭ ଓ ବାଗ୍ମିତା ବଳରେ ସମାଜବାଦୀ ଦଳ ପ୍ରତିଷ୍ଠା କରିଥିଲେ, ଯାହାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜର୍ମାନୀ ଗଠନ ଓ ଜାତୀୟ ସମାଜବାଦର ପ୍ରବର୍ତ୍ତନ।
ରୁଷିଆର କର୍ଣ୍ଣଧାର ଷ୍ଟାଲିନ୍‌ ଜଣେ ଦୃଢ଼ ଓ ଦୁର୍ଦ୍ଦମ ନେତା ତଥା ବାସ୍ତବବାଦୀ ବିଚକ୍ଷଣ ରାଜନୀତିଜ୍ଞ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଭାରତର ସେହିପରି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ପିଲାଟି ଦିନରୁ ସଂଘର୍ଷ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସେମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଯାହାଙ୍କ ଜନ୍ମ ସାମାନ୍ୟ ପୂଜାରୀ ଘରେ। ବ୍ୟାସକବି ଫକୀର ମୋହନ ସେନାପତି ଥିଲେ ମାତୃହରା ଓ ରୋଗଣା। ଅନଟନ, ରୁଗ୍‌ଣ, ପେଟର ଭୋକକୁ ପଛରେ ପକାଇ ସେ ସମୟ ସହିତ ସଂଘର୍ଷ କରି ବ୍ୟାସକବି ହୋଇପାରିଥିଲେ। ଗଙ୍ଗାଧର ମେହେର ଅଳ୍ପ କିଛି ପାଠ ପଢ଼ିଥିଲେ। ଦାରିଦ୍ର୍ୟ ଯୋଗୁ ତାଙ୍କୁ ତନ୍ତ ପାଖରେ ବସି ଲୁଗା ବୁଣି ଗୁଜୁରାଣ ମେଣ୍ଟାଉଥିଲେ। ଜଣେ ପରମ ସାଧକ ଭାବରେ ନିଜର ସାଧନା ବଳରେ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ। ତେବେ ବାମନ ହୋଇ ଯିଏ ପ୍ରବଳ ଇଚ୍ଛାଶକ୍ତି, ଅଧ୍ୟବସାୟ,ଉଦ୍‌ଯୋଗ ବଳରେ ଚନ୍ଦ୍ରକୁ ହାତ ବଢ଼ାଇବାର ସ୍ବପ୍ନ ଦେଖୁଛନ୍ତି ତାଙ୍କର ସେ ସ୍ବପ୍ନ ସାକାର ହେଉଛି।
ଖୋର୍ଦ୍ଧା, ମୋ: ୬୩୭୦୬ ୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri