Odisha Elections 2024

ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ

ବଲାଙ୍ଗୀର, ୭ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ମଦଭାଟିକୁ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ତାକୁ ନେଇ ଏବେ ଘନ ଘନ ଚର୍ଚ୍ଚା ଜାରି ରହିଛି। ଟିକସ ଫାଙ୍କି ସନ୍ଦେହରେ ବୁଧବାରଠାରୁ ବଲାଙ୍ଗୀର ଓ ଟିଟିଲାଗଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ବିଭାଗର ଏହି ଚଢ଼ାଉ ଅଭିଯାନ ଗୁରୁବାର ମଧ୍ୟ ଜାରି ରହିଛି। ବୁଧବାର ରାତି ସୁଦ୍ଧା ଆୟକର ବିଭାଗ ବଲଙ୍ଗୀର ସହରର ସୁଦପଡା ଦେଶୀ ମଦଭାଟି ଏବଂ କ୍ଳବ୍‌ପଡା କାର୍ଯ୍ୟ କାର୍ଯ୍ୟାଳୟ ସମେତ ଟିଟିଲାଗଡ ସହରର ତିନୋଟି ସ୍ଥାନରୁ ବସ୍ତା ବସ୍ତା ଟଙ୍କା ଜବତ କରିଥିବା ଜଣାପଡିଥିଲା।

ଆୟକର ବିଭାଗ ଅଧିକାରୀମାନେ ଏହି ଚଢ଼ାଉ ସମ୍ପର୍କରେ ମୁହଁ ଖୋଲୁ ନ ଥିଲେ ମଧ୍ୟ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସୁଦପଡା ମଦଭାଟି ଏବଂ କ୍ଳବ୍‌ପଡା ମଦ କାର୍ଯ୍ୟାଳୟରୁ ୧୫୬ଟି ବ୍ୟାଗ୍‌ ଓ ବସ୍ତାଭର୍ତ୍ତି ଟଙ୍କା ଟ୍ରକ୍‌ ଯୋଗେ ବଲାଙ୍ଗୀର ଏସ୍‌ପି ଅଫିସ ସମ୍ମୁଖ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖା ଓ କ୍ଷେତ୍ରୀୟ ବ୍ୟବସାୟିକ ଶାଖାକୁ ଆଣିଥିଲେ। ଗୁରୁବାର ସକାଳୁ ୫ଟି ଟଙ୍କାଗଣା ମେଶିନ୍‌ରେ ଜବତ ଟଙ୍କା ଗଣିବା ଆରମ୍ଭ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ପ୍ରଥମ ଗୋଟିଏ ବ୍ୟାଗ୍‌ରୁ ଅଢ଼େଇ କୋଟି ଟଙ୍କା ବାହାରିଥିବା ଜଣାପଡିଛି। ଗୁରୁବାର ଆୟକର ବିଭାଗ ଆଡିସନାଲ ଡାଇରେକ୍ଟର ଗୁରପ୍ରୀତ ସିଂ ବଲାଙ୍ଗୀର ଏସବିଆଇ ଶାଖାକୁ ପହଞ୍ଚତ୍ ଟଙ୍କା ଗଣତି ପ୍ରକ୍ରିୟା ତଦାରଖ କରିଥିବା ଜଣାପଡିଛି। ମଦଭାଟି ଭିତରେ ୯ଟି ଆଲମିରା ଓ କିଛି ବସ୍ତା ଭର୍ତ୍ତି ଟଙ୍କା ଜବତ କରାଯାଇଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆୟକର ବିଭାଗ ଜବତ କରିଥିବା ଜଣାପଡିଛି। ତେବେ ଏହି ମଦଭାଟିରେ ଆଉ କ’ଣ ଜିନିଷ ପତ୍ର ରହିଛି ଓ ଅନ୍ୟ କେଉଁଠି ଟଙ୍କା ରହିଛି କି ନାହିଁ ତାକୁ ନେଇ ତନାଘନା ଚାଲିଛି। ସୁଦପଡା ମଦଭାଟି ଏବଂ କ୍ଳବପଡା ଅଫିସକୁ ଆୟକର ବିଭାଗ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ନିଜ ଅଧୀନରେ ରଖିଛନ୍ତି। ସେଠାରେ କାମ କରୁଥିବା ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମଧ୍ୟ କେହି କୁଆଡେ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁଦପଡା ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଗୁରୁବାର ବ୍ୟାଙ୍କକୁ ଅଣାଯାଇ ତାଙ୍କରି ଉପସ୍ଥିତିରେ ଟଙ୍କା ଗଣା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ବଲାଙ୍ଗୀର ଆଡିସନାଲ ଏସ୍‌ପି ସୁରେଶ ନାଏକ, ଡିଏସ୍‌ପି ଯୋଗେଶ୍ୱର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ସୁଦ୍ଧା ମାତ୍ର ୧୦ଟି ବ୍ୟାଗ୍‌ର ଟଙ୍କା ଗଣାଯାଇଥିବା ଜଣାପଡିଛି। ବୁଧବାର ଭୁବନେଶ୍ୱରର ୩୦ ଜଣିଆ ଆୟକର ଟିମ୍‌ ବଲାଙ୍ଗୀର ଓ ଟିଟିଲାଗଡର ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଟିଟିଲାଗଡର ଜଣାଶୁଣା ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ ପରେ ବଲାଙ୍ଗୀର ସୁଦପଡା ମଦଭାଟି ଓ କ୍ଳବ୍‌ପଡା ମଦ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଝାରଖଣ୍ଡର ବଲଦେବ ସାହୁ ଆଣ୍ଡ ସନ୍ସ କମ୍ପାନୀ ପରିଚାଳିତ ମଦଭାଟି ଗୁଡିକରେ ଟିକସ ଫାଙ୍କିକୁ ନେଇ ଆୟକର ବିଭାଗର ଏକକାଳୀନ ଚଢ଼ାଉ ପରେ ଶତାଧିକ କୋଟି ଟଙ୍କା ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଆହତ

ପୁରୀ,୨୯।୫: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ...

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳାଙ୍କ ଜୀବନ ଗଲା, ବଞ୍ଚାଇବାକୁ ଯାଇ ସ୍ବାମୀ-ପୁଅ ଆହତ

ଖଲ୍ଲିକୋଟ,୨୯ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଜଣେ ମହିଳା ଗ୍ୟାସ୍‌ଚୁଲାରୁ ନିଆଁ ଲାଗି ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ

ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ...

‘ଋତୁସ୍ରାବ ପରିଚ୍ଛନ୍ନତାକୁ ନେଇ ବ୍ୟାପକ ସଚେତନତା ଜରୁରୀ’

ଭୁବନେଶ୍ୱର,୨୯ା୫: ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ...

ଗଛତଳେ ଆଶ୍ରୟ ନେଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

କୋକସରା,୨୯ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ପଞ୍ଚାୟତ ତେନ୍ତୁଳିପଡ଼ାରେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ଜୀବନ ଯାଇଛି। ଧଅଁରପୁର ଗ୍ରାମକୁ ମିସ୍ତ୍ରୀ...

ଜୁନ୍‌ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍‌ ବ୍ୟବହାର ନିଷେଧ

କଟକ,୨୯ା୫ (କାର୍ତ୍ତିକ ସାହୁ): ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ ତାରିଖ ଭୋଟ ପାଇଁ କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର...

ପୁଣି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଫେରାଦ ହେଲା ଭାଜପା

ନୂଆଦିଲ୍ଲୀ,୨୯।୫: ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ପୁଣି ଫେରାଦ ହୋଇଛି ଭାରତୀୟ ଜନତା ପାର୍ଟି(ଭାଜପା)। ଅବାଧ...

ହସରେ ଉଡାଇ ଦେଲେ ନବୀନ, କହିଲେ-ମୋଦିଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍‌ ଚିନ୍ତା…

ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମିଟି ଗଠନ କରାଯିବ ବୋଲି କହିଥିଲେ। କଡ଼ା ଭାଷାରେ ଏହା ଜବାବ ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri