ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଶ୍ରୀ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ(ଏସ୍‌ଭିକେଏମ୍‌) ସହିତ ଏକ ଐତିହାସିକ ସହଭାଗିତା ଆଧାରରେ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଲୋକସେବା ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରଓ୍ବାଲ ଏବଂ ଟ୍ରଷ୍ଟର ଅବୈତନିକ ସମ୍ପାଦକ ଜୟନ୍ତ ଗାନ୍ଧୀ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଖୋର୍ଦ୍ଧାସ୍ଥିତ ଇନ୍‌ଫୋ ଭ୍ୟାଲିଠାରେ ଭୁବନେଶ୍ୱରରେ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ନାମରେ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଦ୍ୱାରା ଉଚ୍ଚଶିକ୍ଷା ବିଭାଗ ତଥା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଶିକ୍ଷାରେ ସହଭାଗିତା, ଅଭିବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତିପୋଷଣ ଲାଗି ଏହି ଏମ୍‌ଓୟୁ ସ୍ବାକ୍ଷର ଉତ୍ସର୍ଗୀକୃତ। ଏହି ସହଯୋଗ ବିଭିନ୍ନ ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ଦିରମାଳିନୀ ସହର ଭୁବନେଶ୍ୱର ନିକଟରେ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ନାମକ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ରାଜ୍ୟ ମଧ୍ୟରେ ଶିକ୍ଷାର ମାନ ବିସ୍ତାର କରିବାରେ ଏକ ରୂପାନ୍ତରଣ ପଦକ୍ଷେପକୁ ପ୍ରତିପାଦିତ କରୁଛି। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନର ସମ୍ପାଦକ ଗାନ୍ଧୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ଉପାଧ୍ୟକ୍ଷ ଅଶୋକ ଦାସ, ଅରୂପ ପଟ୍ଟନାୟକ, ଏସ୍‌ଭିକେଏମ୍‌ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ଜଗଦୀଶ ବିପାରିଖ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବେସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱର ନିକଟସ୍ଥ ଜଟଣୀର ଗୌଡ଼କାଶୀପୁରଠାରେ ୪୦ ଏକର ଜମି ଲିଜ୍‌ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି। ପୁନଃ ୩୦ ବର୍ଷ ପାଇଁ ଏହି ଅବଧି ବଢ଼ାଯିବା ନେଇ ଅନୁମୋଦନ କରାଯାଇପାରିବ। ଓଡ଼ିଶାର ମୂଳବାସିନ୍ଦା ହୋଇଥିବା ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଏହି ବିଶ୍ବବିଦ୍ୟାଳୟରେ ୩୦% ସିଟ୍‌ ସଂରକ୍ଷଣ ଦିଆଯିବ।
କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର(ପିଜି) ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ଅନ୍ତର୍ଭୁକ୍ତ ହେବ। ଓଡ଼ିଶା ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ। ପ୍ରାରମ୍ଭିକ ଭାବେ ୩୦୦ କୋଟି ଟଙ୍କା ପ୍ରଥମ ୫ ବର୍ଷ ପାଇଁ ୪୦ ଏକର ଜମିର ଦେୟ ବାବଦରେ ବିନିଯୋଗ କରାଯିବ। ଏହି ରାଶି ଉଚ୍ଚ ଶିକ୍ଷା ବିଭାଗ ଇଡ୍‌କୋକୁ ପ୍ରଦାନ କରିବ। ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍‌, ଯନ୍ତ୍ରପାତି ଏବଂ ମାନବ ସମ୍ବଳ ଖର୍ଚ୍ଚ ଏସ୍‌ଭିକେଏମ୍‌ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri