Posted inଖେଳ

ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋ

ଭୁବନେଶ୍ୱର, ୨୮।୧୧(ତପନ ସ୍ବାଇଁ): ସ୍ବଦେଶୀ କ୍ରୀଡ଼ା ଖୋ ଖୋ’ର ରୋମାଞ୍ଚ ଖୁବ୍‌ଶୀଘ୍ର ଓଡ଼ିଶାରେ ଦେଖିବାକୁ ମିଳିବ। କାରଣ ଅଲ୍ଟିମେଟ ଖୋ ଖୋ (ୟୁକେକେ)ର ଦ୍ୱିତୀୟ ସଂସ୍କରଣ ଏଠାରେ ଆୟୋଜନ ହେବ। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୪ରେ ଏହା ଆରମ୍ଭ ହୋଇ ୨୦୨୪ ଜାନୁୟାରୀ ୧୩ରେ ଶେଷ ହେବ। ଗତବର୍ଷ ଏହାର ପ୍ରଥମ ସଂସ୍କରଣ ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାଭିତ୍ତିକ ଦଳ ଓଡ଼ିଶା ଜଗରନଟ୍ସ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ”ଓଡ଼ିଶାରେ ଆମେ ଅଲ୍ଟିମେଟ ଖୋ ଖୋ’ର ୨ୟ ସଂସ୍କରଣର ଆୟୋଜନ କରିବା ପାଇଁ ଖୁବ୍‌ ଉତ୍ସାହିତ ଅଛୁ। ଓଡ଼ିଶାର ଯୁବପିଢ଼ି ବହୁମାତ୍ରାରେ ଖୋ ଖୋ ଖେଳିବା ସହ ଏହାକୁ ଅନୁସରଣ କରିଥାନ୍ତି। ଏଠାରେ ଦ୍ୱିତୀୟ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବାରୁ ରାଜ୍ୟବାସୀଙ୍କୁ ଏହା ଚମତ୍କାର ଖେଳର ପ୍ରତ୍ୟକ୍ଷ ଅନୁଭୂତି ପାଇବା ପାଇଁ ଏକ ସୁଯୋଗ ଦେବ ଏବଂ ସେମାନଙ୍କୁ ଏହି ଖେଳ ଖେଳିବା ଓ ଏହାକୁ ଅନୁସରଣ କରିବା ପାଇଁ ଅନୁପ୍ରାଣିତ କରିବ। ଆମେ ସିଜନ-୨କୁ ସଫଳତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ“ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି।
ସ୍ବଦେଶୀ କ୍ରୀଡ଼ା ଖୋ ଖୋ’କୁ ପୁନର୍ଜୀବିତ ଓ ପ୍ରୋତ୍ସାହିତ କରିବା ପାଇଁ ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ଦ୍ୱାରା ପ୍ରୋତ୍ସାହିତ ୟୁକେକେ ଅଧିକ ନିୟୋଜିତ ଶୈଳୀରେ ଆୟୋଜନ ହେବାକୁ ଯାଉଛି। ଏ ସମ୍ପର୍କରେ ଅଲ୍ଟିମେଟ୍‌ ଖୋ ଖୋ’ର ସିଇଓ ତଥା ଲିଗ୍‌ କମିଶନର୍‌ ତେନ୍‌ଜିଂ ନିୟୋଗୀ କହିଛନ୍ତି ଯେ, ”ସିଜନ-୨ ଆୟୋଜନ ପାଇଁ ସହାୟତାର ହାତ ବଢ଼ାଇଥିବାରୁ ଆମେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ। ଉଦ୍‌ଘାଟନୀ ସଂସ୍କରଣର ଚମତ୍କାର ସଫଳତା ବ୍ରାଣ୍ଡ୍‌ଗୁଡ଼ିକୁ ବହୁମାତ୍ରାରେ ଆକର୍ଷିତ କରିଥିଲା ଏବଂ ଆମକୁ ନୂଆ ସହଯୋଗୀ ହାସଲ କରିବାରେ ସାହାଯ୍ୟ କରିଥିଲା। ସିଜନ-୨ ଭବିଷ୍ୟତର ସୁପରଷ୍ଟାରଙ୍କୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି“। ଏକ ଘରୋଇ ଇକ୍ୱିଟି ଇନ୍‌ଭେଷ୍ଟମେଣ୍ଟ ଫାର୍ମ ଫିନ୍‌ନେଷ୍ଟ (ଏକ ବିଏନ୍‌ପି ଗ୍ରୁପ୍‌ କମ୍ପାନୀ) ସ୍ବଦେଶୀ ବିକାଶର କାହାଣୀକୁ ସୁଦୃଢ଼ କରିବା ପାଇଁ ଅଲ୍ଟିମେଟ ଖୋ ଖୋ’ରେ ନିବେଶ କରିଥିଲା। ଏ ସମ୍ପର୍କରେ ବିଏନ୍‌ପି ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି ଯେ, ସ୍ବଦେଶୀ କ୍ରୀଡ଼ାକୁ ପୁନର୍ଜୀବିତ କରିବା ପାଇଁ ଏହି ଆନ୍ଦୋଳନର ଏକ ଅଂଶ ହୋଇଥିବାରୁ ବିଏନ୍‌ପି ଖୁବ୍‌ ଉତ୍ସାହିତ। ୟୁକେକେ ହେଉଛି ଆମର ବର୍ଦ୍ଧିତ ସ୍ପୋଟର୍‌ସ ଇନ୍‌ଭେଷ୍ଟମେଣ୍ଟ ପ୍ରୋଫାଇଲର ଏକ ଅଂଶବିଶେଷ।
‘ଦେଶ୍‌ କେମିଟି କା ଖେଲ୍‌’ ଭାବେ ୟୁକେକେକୁ ପ୍ରଥମ ସଂସ୍କରଣରେ ଅଦ୍ଭୁତପୂର୍ବ ସଫତଳା ମିଳିଥିଲା। ଟିଭି ଦର୍ଶକ ଦୃଷ୍ଟିରୁ ଏହା ତୃତୀୟ ସର୍ବାଧିକ ଅଣକ୍ରିକେଟ ଲିଗ୍‌ଭାବେ ଉଭା ହୋଇଥିଲା। ଅଲ୍ଟିମେଟ ଖୋ ଖୋ ସିଜନ-୨ରେ ଭାରତର ଶୀର୍ଷ ୧୪୫ ଖେଳାଳି ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଯୁବ ପ୍ରତିଭାଙ୍କ ବୟସ ୧୬ରୁ ୧୮ ବର୍ଷ। ୬ଟି ଫ୍ରାଞ୍ଚାଇଜ୍‌ ଦଳ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ (ଓଡ଼ିଶା ସରକାରଙ୍କ ମାଲିକାନା), ଚେନ୍ନାଇ କୁଇକ୍‌ ଗନ୍‌ସ (କେଏଲ୍‌ଓ ସ୍ପୋଟର୍‌ସ), ଗୁଜରାଟ ଜାଏଣ୍ଟ୍ସ (ଅଦାନି ସ୍ପୋଟର୍‌ସଲାଇନ୍‌), ମୁମ୍ବାଇ ଖିଲାଡିଜ୍‌ (ଜାହ୍ନବୀ ଧରିଓ୍ବାଲ ବାଲାନ, ପୁନିତ ବାଲାନ ଓ ବାଦଶାହ), ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍‌) ଓ ତେଲୁଗୁ ଯୋଦ୍ଧାସ (ଜିଏମ୍‌ଆର୍‌ ସ୍ପୋଟର୍‌ସ) ୨ୟ ସିଜନରେ ଟାଇଟଲ ପାଇଁ ଲଢ଼େଇ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri