ମଧ୍ୟବିତ୍ତଙ୍କୁ ଅପହଞ୍ଚ ଆବାସ ପ୍ରକଳ୍ପ

ରାଉରକେଲା,୨୯।୧୦(ସଙ୍ଗୀତା ଜେନା)ସ୍ମାର୍ଟସିଟି ରାଉରକେଲା ଆଧୁନିକ କୌଶଳ ସମ୍ପନ୍ନ ସହର ଭାବେ ଖ୍ୟାତି ଲାଭ କରିଛି। ଏଠାରେ ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ରହିଛି। ତେବେ ସହରରେ ସରକାରଙ୍କ ସେଭଳି ଆବାସ ପ୍ରକଳ୍ପ ନ ଥିବା ଯୋଗୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବାସଗୃହ ଅଭାବ ଦେଖାଦେଇଛି। ସେମାନଙ୍କ ପାଇଁ ଘର ଖଣ୍ଡେ କିଣିବା ସାତସପନ ହୋଇଛି।
ସୂଚନା ଅନୁସାରେ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡ଼ିଏ)ଙ୍କ ପକ୍ଷରୁ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ସହରରେ କୌଣସି ନୂତନ ବାସଗୃହ ପ୍ରକଳ୍ପ ହୋଇନାହିଁ। ଫଳରେ ବାସଗୃହ ସମସ୍ୟା ବଢ଼ିବାରେ ଲାଗିଛି। ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଶିଳ୍ପାଞ୍ଚଳରେ ବାସଗୃହ ପ୍ରକଳ୍ପ ସୁବିଧା ନାହିଁ। ସହରରେ ହାଉସିଂ ବୋର୍ଡ ପକ୍ଷରୁ ବାସନ୍ତୀ କଲୋନୀ, ଛେଣ୍ଡ ହାଉସିଂ ପ୍ରୋଜେକ୍ଟ ବ୍ୟବସ୍ଥା କରାଯାଇଥିଲା। ଛେଣ୍ଡ ପରେ ସହରରେ ଅନ୍ୟ କୌଣସି ପ୍ରକଳ୍ପ ନାହିଁ। ବେଦବ୍ୟାସ ଟିସିଆଇ, ବ୍ରାହ୍ମଣୀତରଙ୍ଗ, ଜଗଦା, ଶକ୍ତିନଗର, ବରଟୋଲି, ଦଲପୋଷ, ଜବାଘାଟ ସମେତ ଅନ୍ୟ କିଛି ଅଞ୍ଚଳରେ ବିଲ୍‌ଡରମାନେ ଆପାର୍ଟମେଣ୍ଟ ନିର୍ମାଣ କରି ଚଢ଼ାଦରରେ ବିକ୍ରି କରୁଛନ୍ତି। ଏପରିକି ଶକ୍ତିନଗର ଅଞ୍ଚଳରେ ୩ ବେଡ୍‌ରୁମ୍‌ ବିଶିଷ୍ଟ ବାସଗୃହ ୧ କୋଟି ୨୦ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ମିଳିଛି। ସେହିପରି ଛେଣ୍ଡ, ବାସନ୍ତୀ କଲୋନୀରେ ୧୨ଶହ , ୧୫ଶହ ବର୍ଗଫୁଟ ବିଶିଷ୍ଟ ଜମିକୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଉଛି। ଜମି ଦଲାଲ ସହର ନିକଟ ବିଶ୍ରା, ଲାଠିକଟା, କୁଆଁରମୁଣ୍ଡା ଓ ଅନ୍ୟ ବ୍ଲକ ଅଞ୍ଚଳରେ ଜମି କିଣି ଅକ୍ତିଆର କରି ରଖିଛନ୍ତି। ଲୋକଙ୍କ ନିକଟରେ ଥିବା ଅର୍ଥ ଅନୁପାତରେ ଗୃହ ଦର ଅଧିକ ହେଉଥିବା କିଛି ବରିଷ୍ଠ ନାଗରିକ ମତ ଦେଇଛନ୍ତି। ଏହି ସମସ୍ୟାରେ ଅଧିକ ପ୍ରଭାବିତ ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନାରୁ ଅବସରଗ୍ରହଣ କରୁଥିବା କର୍ମଚାରୀ ଓ ମଧ୍ୟବିତ୍ତ ପରିବାର। ଏ ସମ୍ପର୍କରେ ଆର୍‌ଏସ୍‌ପି ରିଟାୟାର୍ଡ ଆସୋସିଏଶନର ସଭାପତି ଇଂ. ଅଭୟ ଦାସ କୁହନ୍ତି, ସହରରେ ବାସଗୃହ ଅଭାବ ଏକ ବିରାଟ ସମସ୍ୟା ପାଲଟିଛି। ସରକାରଙ୍କ ବାସଗୃହ ପ୍ରକଳ୍ପ ନ ଥିବାରୁ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀମାନେ ସହର ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ନଚେତ୍‌ ଜୀବନର ଜମାପୁଞ୍ଜିକୁ ଘର ଭଡା ବାବଦରେ ଦେଉଛନ୍ତି। ସରକାରୀ ହାଉସିଂ ସ୍କିମ୍‌ରେ ପୂର୍ବତନ କର୍ମଚାରୀମାନଙ୍କ ପାଇଁ ସଂରକ୍ଷଣ ରହିବା କଥା। ସରକାରୀ ସ୍ତରରେ ମଧ୍ୟବିତ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ କରାଇବା ସହ ସହର ଆଖପାଖରେ ଜମି ଚିହ୍ନଟ କରି ନୂତନ ପ୍ରକଳ୍ପ କରିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ଦାସ କହିଥିଲେ। ସେହିପରି ଆର୍‌ଡିଏ ଯନ୍ତ୍ରୀ ଇପ୍ସିତା ବିଶ୍ୱାଳଙ୍କୁ ପଚରାଯିବାରୁ ସେ କହିଲେ, ୯୦ ଦଶକରେ ଛେଣ୍ଡ ହାଉସିଂ ପ୍ରୋଜେକ୍ଟ ପରେ ୨୦୨୦ରେ ଦୁର୍ବଳ ଆର୍ଥିକ ବର୍ଗ (ଇଆରଡ଼ବ୍ଲ୍ୟୁ)ଙ୍କ ପାଇଁ ଛେଣ୍ଡ ରିମ୍ସଠାରେ ଗୃହ ନିର୍ମାଣ କରାଯାଇଥିଲା। ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ବିଚାରଧୀନ ରହିଛି ବୋଲି ବିଶ୍ୱାଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri