Posted inଫୁରସତ

ଆଣ୍ଟାର୍କଟିକାର ବରଫାବୃତ ଅଞ୍ଚଳକୁ ଏକା ପାର କରିବେ

ଲଣ୍ଡନ: ଲୋକେ ନଁା କରିବାକୁ ବିଭିନ୍ନ ସ୍ତରକୁ ଯାଇପାରନ୍ତି। ତେବେ ବ୍ରିଟେନର ଜଣେ ବ୍ୟକ୍ତି ନିଜକୁ ଲୌହମାନବ ପ୍ରମାଣିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ପ୍ରାୟତଃ ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ପଣ କରିଛନ୍ତି। ସେ ଦୁନିଆର ସବୁଠୁ ଥଣ୍ଡା ସ୍ଥାନ ଅର୍ଥାତ୍‌ ଆଣ୍ଟାର୍କଟିକାର ବରଫାବୃତ୍ତ ଅଞ୍ଚଳକୁ ଏକା ଅତିକ୍ରମ କରିବାକୁ ଯାଉଛନ୍ତି। ଏହି ଯାତ୍ରା ତାଙ୍କ ପାଇଁ ବହୁତ ସଂଘର୍ଷମୟ ହେବ। ରିପୋର୍ଟ ମୁତାବକ, ବ୍ରିଟେନ ଡିଭୋନର ବାସିନ୍ଦା ୩୪ ବର୍ଷୀୟ ଶାମ୍‌ କକ୍ସ ଆସନ୍ତା ମାସରେ ଆଣ୍ଟାର୍କଟିକାର ବରଫାବୃତ୍ତ ଅଞ୍ଚଳକୁ ପାର ପାଇଁ ଯାତ୍ରା ଆରମ୍ଭ କରିବେ। ତାଙ୍କର ଏହି ଯାତ୍ରା ପ୍ରାୟ ୨ ହଜାର କି.ମି. ହେବ। ଯଦି ସେ ତାଙ୍କ ଯାତ୍ରାରେ ସଫଳ ହୋଇଯିବେ ତେବେ ସେ ଏରନେଷ୍ଟ ସାକଲେଟନ୍‌, ଡଗଲାସ ମଉସନ ଏବଂ ଲଉ ରୁଡ୍‌ଙ୍କ ଭଳି ଆଣ୍ଟାର୍କଟିକା ପାର୍‌ କରିଥିବା ବ୍ୟକ୍ତିଙ୍କ ରେକର୍ଡର ସମକକ୍ଷ ହେବେ। ହେଲେ ଏହି ଯାତ୍ରା ତାଙ୍କ ପାଇଁ ବହୁତ କଷ୍ଟକର ହେବ। ତାଙ୍କୁ ବିଯୁକ୍ତ ୫୦ ଡିଗ୍ରୀ ସେଲ୍‌ସିୟସ୍‌ରେ ଯାତ୍ରା କରିବାକୁ ପଡ଼ିବ। ସେ ତାଙ୍କ ସହିତ କେବଳ ତାଙ୍କ ଜରୁରୀ ଜିନିଷ ନେଇ ଯାଇପାରିବେ। ସେ ଆଣ୍ଟାର୍କଟିକାର ବର୍କନର ଦ୍ୱୀପରୁ ତାଙ୍କ ଯାତ୍ରା ଆରମ୍ଭ କରିବେ। ପରେ ସେ ଦକ୍ଷିଣ ଅକ୍ଷାଂଶକୁ ଯିବେ। ସେଠାରୁ ସେ ତାଙ୍କ ଲକ୍ଷ୍ୟସ୍ଥଳ ବେସ୍‌ ଅଫ୍‌ ଦି ରେଡି ଗ୍ଲାସିୟର୍‌ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ସେ ଏହି ଯାତ୍ରା ପାଇଁ ନିଜକୁ ଫିଟ୍‌ ରଖିବା ସହ ଟ୍ରେନିଂ ମଧ୍ୟ ନେଉଛନ୍ତି। ୨୦୧୬ରେ ବ୍ରିଟିଶ ଏକ୍ସପ୍ଲୋରର୍‌ ହେଲ୍‌ରୀ ଓର୍ସଲେ ପ୍ରଥମ ବ୍ୟକ୍ତି ଭାବେ ଆଣ୍ଟାର୍କଟିକାର ଏହି ବରଫାବୃତ୍ତ ଅଞ୍ଚଳକୁ ଏକା ପାର କରିବାରେ ସକ୍ଷମ ହୋଇଥିଲେ। ସେ ୯୧୩ ମାଇଲ ରାସ୍ତା ଯିବା ପରେ ଇନ୍ଦ୍ରୀୟ ନଷ୍ଟ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ବିବାହ କଲେ ଏହି ବ୍ୟକ୍ତି, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ,୩ା୬: ମିଡିଆ ଟାଇକନ୍ ରୁପର୍ଟ ମର୍ଡକ ୯୩ ବର୍ଷ ବୟସରେ ପଞ୍ଚମ ଥର ପାଇଁ ତାଙ୍କର ୬୭ ବର୍ଷିୟା ଗର୍ଲଫ୍ରେଣ୍ଡଙ୍କୁ କାଲିଫର୍ନିଆର ଫାର୍ମହାଉସରେ ବିବାହ କରିଛନ୍ତି।...

କନ୍ୟାକୁମାରୀରେ ସାଧନାରୁ ଜନ୍ମନେଲା ନୂଆ ସଂକଳ୍ପ

ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍‌ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନିଦିନର ଆଧ୍ୟାତ୍ମିକ ଯାତ୍ରା ପରେ...

ବିଶୁ ମହାରଣା ନୁହନ୍ତି, ଶିବେଇ ସାନ୍ତରା ଧର୍ମପଦଙ୍କ ବାପା

ପୂର୍ବ ଆଲୋଚନାଗୁଡ଼ିକରେ ଆମେ ଦୁଇଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଆସିଛୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଓଡ଼ିଶା ସାମ୍ରାଜ୍ୟର କେଉଁ କେଉଁ ପାହାଡ଼ରୁ କେଉଁ କିସମର...

ଖରାପ କିଡ୍‌ନୀ ବଦଳରେ କାଢ଼ି ନେଲେ ସୁସ୍ଥ କିଡ୍‌ନୀ, ତାପରେ…

ନୂଆଦିଲ୍ଲୀ,୨।୬: ଜଣେ ମହିଳାଙ୍କ ପେଟରୁ ଖରାପ କିଡନୀ ବଦଳରେ ସୁସ୍ଥ କିଡନୀ କାଢ଼ି ନେଇଛନ୍ତି ଡାକ୍ତର। ରାଜସ୍ଥାନ ଝୁନ୍‌ଝୁନ୍‌ର ମହିଳାଙ୍କ ପରିବାର ଡାକ୍ତରଙ୍କ ନାମରେ ଗୁରୁତର...

ଗରିବଙ୍କ ଅପେକ୍ଷା ଧନୀ ଲୋକମାନଙ୍କ ପ୍ରତି କର୍କଟ ରୋଗର ବିପଦ ଅଧିକ, ନୂତନ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ,୨ା୬: ସାଧାରଣରେ ବିଶ୍ୱାସ କରାଯାଏ ଯେ କମ୍ ରୋଜଗାର କରୁଥିବା ଲୋକମାନେ ଅଧିକ ଅର୍ଥ ଥିବା ଲୋକଙ୍କ ଅପେକ୍ଷା ଅଧିକ ରୋଗର ଶିକାର ହୁଅନ୍ତି। ତଥାପି,...

୧୧ ଥର ପରୀକ୍ଷା ଦେଇ ମାଟ୍ରିକ୍‌ ପାସ୍‌ କଲେ କୃଷ୍ଣ

ବିଡ୍‌: ମହାରାଷ୍ଟ୍ରର ବିଡ୍‌ ଜିଲା ପାର୍ଲୀ ସ୍ଥିତ ରତ୍ନେଶ୍ୱର ବିଦ୍ୟାଳୟର କୃଷ୍ଣ ନାମଦେବ ମୁଣ୍ଡେ ନାମକ ଜଣେ ଛାତ୍ର ଏକାଦଶତମ ପ୍ରୟାସରେ ଦଶମ ବୋର୍ଡ ପରୀକ୍ଷାରେ...

ନାକରେ ଟାଇପ୍‌ କରି ଗିନିଜ ୱାଲର୍‌ଡ ରେକର୍ଡ କଲେ ବିନୋଦ

ନୂଆଦିଲ୍ଲୀ: ୪୪ ବର୍ଷୀୟ ବିନୋଦ କୁମାର ଚୌଧୁରୀ ନାମକ ଜଣେ ଭାରତୀୟ ବ୍ୟକ୍ତି ହାତରେ ନୁହେଁ ବରଂ ନିଜ ନାକରେ ଟାଇପ୍‌ କରି ତୃତୀୟ ଥର...

ପ୍ରଥମ ଥର ପାଇଁ ମା’ଙ୍କୁ ଏଟିଏମ୍‌ରୁ ଟଙ୍କା ବାହାର କରିବା ଶିଖାଇଲେ ଝିଅ, ଦୃଶ୍ୟ ଦେଖି ଆଖିରେ ଆସୁଛି ଲୁହ-Video

ଆଜିକାଲିର ସମାଜକୁ ଦେଖିଲେ ଏଭଳି କହିବା ଠିକ ହେବ ଯେ ଆମମାନଙ୍କର ମା’ ହେଉଛନ୍ତି ଅନ୍ତିମ ଜେନେରେଶନ୍‌, ଯାହାଙ୍କୁ ମୋବାଇଲ ଏବଂ ଅନ୍ୟ ଆଧୁନିକ ଉପକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri