ଜାକଲିନଙ୍କ ଫଟୋରେ କମେଣ୍ଟ ଦେବା ମିକାଙ୍କୁ ପଡ଼ିଲା ମହଙ୍ଗା: ସୁକେଶ ପଠାଇଲେ ଆଇନଗତ ନୋଟିସ

ଅଭିନେତ୍ରୀ ଜାକଲିନ ଫର୍ନାଣ୍ଡିଜଙ୍କ ପ୍ରେମରେ ଏକପ୍ରକାର ଦିଓ୍ବାନା ହୋଇଯାଇଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଜେଲରୁ ଅନେକ ଥର ତାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିଗୁଡ଼ିକରେ ଜ୍ୟାକଲିନଙ୍କ ପ୍ରତି ତାଙ୍କର ପ୍ରେମ ସ୍ପଷ୍ଟ ଦେଖାଯାଏ। ବର୍ତ୍ତମାନ ସୁକେଶ ଏପରି କିଛି କରିଛନ୍ତି, ଯାହା ସହଜେ ବିଶ୍ୱାସ କରି ହେବନି। କାରଣ ଜ୍ୟାକଲିନଙ୍କ ଇନଷ୍ଟାଗ୍ରାମ ଫଟୋରେ କମେଣ୍ଟ ଦେବାରୁ ପ୍ରସିଦ୍ଧ ଗାୟକ-ସଂଗୀତଜ୍ଞ ମିକା ସିଂଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି ସୁକେଶ।
ନିକଟରେ ଜାକଲିନ ହଲିଉଡ ଅଭିନେତା ଜିନ କ୍ଲାଉଡ ୱାନ ଡାମଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ମିକା ସିଂ କମେଣ୍ଟ ଦେଇ ଲେଖିଛନ୍ତି, ତୁମେ ବହୁତ ସୁନ୍ଦର ଦେଖାଯାଉଛ …, ସେ ସୁକେଶଙ୍କ ଅପେକ୍ଷା ବହୁତ ଭଲ …। ଏହି ବିବାଦୀୟ ମନ୍ତବ୍ୟର କିଛି ସମୟ ପରେ ମିକା ସିଂ ତାଙ୍କ କମେଣ୍ଟକୁ ଡିଲିଟ କରିଦେଲେ। ତେବେ ସେତେବେଳକୁ ମିକା ସିଂଙ୍କ ଏହି ପୋଷ୍ଟ ଭାଇରାଲ ହୋଇଯାଇଥିଲା।
ମିକା ସିଂଙ୍କୁ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଚେତାବନୀ ଦେଇଛନ୍ତି ଏବଂ ଏକ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି। ସୁକେଶଙ୍କ ଓକିଲ ଅନନ୍ତ ମଲିକ ଏହି ନୋଟିସରେ କହିଛନ୍ତି, ଆପଣଙ୍କ ବିବୃତ୍ତି ସୁକେଶଙ୍କ ଚରିତ୍ର ଏବଂ ବ୍ୟକ୍ତିତ୍ୱକୁ ନେଇ ଜନ ଆଲୋଚନାର କାରଣ ହୋଇଛି, ଯେଉଁଥିପାଇଁ ତାଙ୍କୁ ଗଣମାଧ୍ୟମର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିବ। ଏହା କେବଳ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇ ନାହିଁ ବରଂ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଛି। ସୁକେଶଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri