Posted inଜାତୀୟ

ଭାରତୀୟ ଜଳବାୟୁରେ ଆଧାର ବାୟୋମେଟ୍ରିକ ନିର୍ଭରଯୋଗ୍ୟ ନୁହେଁ

ନୂଆଦିଲ୍ଲୀ,୨୬ା୯:ଆଧାର କାର୍ଯ୍ୟକ୍ରମ ଗୋପନୀୟତା ଏବଂ ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବାବେଳେ ଏହାର ବାୟୋମେଟ୍ରିକ୍‌ ପ୍ରଯୁକ୍ତି ଭାରତର ଉତ୍ତପ୍ତ ଏବଂ ଆର୍ଦ୍ର ଜଳବାୟୁରେ ନିର୍ଭରଯୋଗ୍ୟ ନୁହେଁ ବୋଲି ରେଟିଂ ସଂସ୍ଥା ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ଏକ ରିପୋର୍ଟରେ କହିଛି। ସମାଜର ଅବହେଳିତ ବର୍ଗଙ୍କୁ ଏକତ୍ର କରି କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁବିଧା ସେମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାର ପରିଚୟପତ୍ର ପ୍ରଚଳନ କରିଥିଲା। ତେବେ ଏହି ବ୍ୟବସ୍ଥା ବେଳେବେଳେ କେତେକଙ୍କୁ ସେବାରୁ ବଞ୍ଚତ୍ତ କରୁଥିବାବେଳେ ଉତ୍ତପ୍ତ ଏବଂ ଆଦର୍‌ର ଜଳବାୟୁରେ ମୁଖ୍ୟତଃ ଶ୍ରମିକ ଶ୍ରେଣୀଙ୍କ କ୍ଷେତ୍ରରେ ବାୟୋମେଟ୍ରିକ୍‌ ଟେକ୍‌ନୋଲୋଜିର ନିର୍ଭରଯୋଗ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଡିସ୍‌ର ‘ଡିସେଣ୍ଟ୍ରାଲାଇଜ୍‌ଡ ଫାଇନାନ୍ସ ଆଣ୍ଡ ଡିଜିଟାଲ ଆସେଟ୍ସ’ ରିପୋର୍ଟରେ ଏହା କୁହାଯାଇଛି।
ଆଧାର ବିଶ୍ୱର ସର୍ବବୃହତ୍‌ ଡିଜିଟାଲ ପରିଚୟ କାର୍ଯ୍ୟକ୍ରମ ଭାବେ ରିପୋର୍ଟରେ ସ୍ବୀକାର କରାଯାଇଛି। ତେବେ ଅଧିକାର ସାବ୍ୟସ୍ତ କରିବାରେ ଏହା ପ୍ରତିବନ୍ଧକର ସମ୍ମୁଖୀନ ହେବା ସହ ବାୟୋମେଟ୍ରିକ୍‌ ନିର୍ଭରଯୋଗ୍ୟତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦ୍ରୀକୃତ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହକୁ ନେଇ ଆଶଙ୍କା ଦେଖାଦେବା ସହ ବ୍ୟବହାରକାରୀମାନଙ୍କର କ୍ୱଚିତ୍‌ ନିୟନ୍ତ୍ରଣ ରହୁଛି। ସେଣ୍ଟ୍ରାଲାଇଜ୍‌ଡ ସିଷ୍ଟମ୍‌ରେ ବ୍ୟାଙ୍କ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ କିମ୍ବା ସରକାରଙ୍କ ଭୋଟର ତାଲିକା ଭଳି ଏକକ ସଂସ୍ଥା ଜଣେ ବ୍ୟବହାରକାରୀଙ୍କ ପରିଚୟ ଗୋପନୀୟତାକୁ ନିୟନ୍ତ୍ରଣ ଓ ପରିଚାଳନା କରିବା ସହ ଅନ୍‌ଲାଇନ୍‌ ଉତ୍ସଗୁଡ଼ିକୁ ଏହା ଉପଲବ୍ଧ କରାଇଥାଏ। ଏହି ସଂସ୍ଥା ଜଣେ ବ୍ୟକ୍ତିଙ୍କ ନାମ, ଠିକଣା, ସାମାଜିକ ସୁରକ୍ଷା ନମ୍ବର ଆଭ୍ୟନ୍ତରୀଣ କିମ୍ବା ତୃତୀୟ ପକ୍ଷ ପ୍ରୋଫାଇଲିଂ ଉଦ୍ଦେଶ୍ୟରେ ଦେଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଲାଭ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଆଧାରକୁ ନିର୍ଭରଯୋଗ୍ୟ ଭାବେ ଗ୍ରହଣ କରିଥିବାବେଳେ ମୁଡିସ୍‌ ରିପୋର୍ଟ ପରେ ଏହା ଉପରେ ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri