କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ ଅଭିଯୁକ୍ତ ପିଅନ ଶିବପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି। ପରେ ଅଭିଯୁକ୍ତ ପିଅନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଖବର ମିଳିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରି ଆମକୁ ହସ୍ତାନ୍ତର କର ଓ ଆମେ ଅଭିଯୁକ୍ତକୁ ଦଣ୍ଡଦେବୁ ବୋଲି ଗ୍ରାମବାସୀ ଓ ପୀଡ଼ିତାଙ୍କ ପରିବାର ଜିଦ୍‌ ଧରି ବସିଛନ୍ତି। ଉତ୍ତ୍ୟକ୍ତ ଲୋକେ ପୋଲିସର ୨ଟି ବୋଲେରୋ ଓ ଗୋଟିଏ ବସ୍‌କୁ ଭଙ୍ଗାରୁଜା କରିବା ସହ ଅନ୍ୟ ଏକ ବସ୍‌ରେ ନିଆଁ ଲଗାଇ ପୋଡିଦେଇଛନ୍ତି। ଏହି ଘଟଣାରେ ପୋଲିସ ବହୁ ଗ୍ରାମବାସୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ତଦନ୍ତ ସରିବା ପରେ ହିଂସାରେ ଜଡ଼ିତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି । ଅନ୍ୟପକ୍ଷରେ ନାବାଳିକା ବଳାତ୍କାର ଘଟଣାରେ ଏସ୍‌ଡିପିଓ ବିଦ୍ୟାଳୟ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି। ଅପରପକ୍ଷରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଥିବା ଏବଂ କଡ଼ା ସୁରକ୍ଷା ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଉଥିବା ଏସ୍‌ପି କହିଛନ୍ତି। ଡଙ୍ଗାସିଲ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୋଲିସ ଛାଉଣୀ ମାରିଛି । ଅତିରିକ୍ତ ଏସ୍‌ପି ବିଷ୍ଣୁପ୍ରସାଦ ପାତ୍ର ଏବଂ ଏସ୍‌ଡିପିଓ ରଶ୍ମିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ଜିଲାରେ ଆଦିବାସୀ ଛାତ୍ରୀ ଅସୁରକ୍ଷିତ ଘଟଣାକୁ କଂଗ୍ରେସ ଓ ଭାଜପା ତୀବ୍ର ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ନ୍ୟାୟ ଲଢ଼େଇ ପରିବାର ସଭାପତି ସୁବ୍ରତ କୁମାର ଦାସ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଶନିବାର ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ପ୍ରକାଶ ଥାଉକି, ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ଶୁକ୍ରବାର ମଧ୍ୟାହ୍ନଭୋଜନ ପରେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଏହି ସମୟରେ ପିଅନ ତାଙ୍କୁ ଏକ ରୁମ୍‌କୁ ନେଇ ବଳାତ୍କାର କରିଥିଲେ। ଏହା ଜଣାପଡିବା ପରେ ନାବାଳିକାଙ୍କ ପରିବାର ଲୋକେ ଡଙ୍ଗାସିଲ ଫାଣ୍ଡିରେ ଅଭିଯୋଗ କରିବା ପାଇଁ ଯିବାରୁ ପୋଲିସ ଶୁଣି ନ ଥିବା ପୀଡ଼ିତାଙ୍କ ବାପା ଗ୍ରାମବାସୀଙ୍କୁ ଜଣାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେବାରୁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri