ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନରେ ବାଧା ଆଶଙ୍କା

ନବରଙ୍ଗପୁର,୪।୯(ସଦାଶିବ ପ୍ରହରାଜ):ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଇଛି ଜଳ ସଙ୍କଟ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ କାରଣରୁ ବିଗତ ବର୍ଷମାନଙ୍କ ତୁଳନାରେ ବହୁ ମାତ୍ରାରେ ବର୍ଷା କମ୍‌। ୬୪୧ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୬୩୧.୪୧ ମିଟର ଜଳ ରହିଛି। ଏହାଫଳରେ ଆଗାମୀ ଦିନରେ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନ ନେଇ ବଡ଼ ସମସ୍ୟା ଦେଖାଦେବା ନେଇ ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ।
ନବରଙ୍ଗପୁର ଜିଲା ସହ କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲା ସୀମାକୁ ଛୁଇଁଥିବା ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ୍ତମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ସଂରକ୍ଷିତ ଜଳ ଭଣ୍ଡାର ୧୧୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ବର୍ଷା ଅଭାବରୁ ଏହା ଏବେ ଜଳସଙ୍କଟ ଦେଇ ଗତି କରୁଛି। ଚଳିତବର୍ଷ ୪୦ ପ୍ରତିଶତରୁ କମ ବୃଷ୍ଟିପାତ କାରଣରୁ ଏହିଭଳି ସମସ୍ୟା ଦେଖାଦେଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଏହାର ଡେଡ୍‌ ଲେବେଲ ୬୨୫ ମିଟର ରହିଛି। ତେବେ ବର୍ତ୍ତମାନ ଜଳଭଣ୍ଡାରରେ ୬୩୧.୪୧ ମିଟର ଜଳ ରହିଛି। ଯାହା ସେପ୍ଟେମ୍ବର ୧ ସୁଦ୍ଧା ୬୪୦ ମିଟର ପାଣି ଗଚ୍ଛିତ ରହୁଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ମିଟର ପାଣି କମ ରହିଛି। ଜଳଭଣ୍ଡାର ମଧ୍ୟରେ ସେକେଣ୍ଡରେ ୭୧.୨୧ କ୍ୟୁମେକ ଜଳ ପ୍ରବେଶ କରୁଥିବାବେଳେ, ୮୯.୫୪ କ୍ୟୁମେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଇଯାଉଛି। ଏହାଦ୍ୱାରା ଦିନକୁ ଆଠ ସେଣ୍ଟିମିଟର ଜଳସ୍ତର କମିବାରେ ଲାଗିଛି। ଯଦି ଏପରି ଲାଗିରହେ ତାହେଲେ ଆଗାମୀ ଦିନରେ ବିଦ୍ୟୁତ୍‌ ଉତ୍ପାଦନ ସହ ଜଳସେଚନ ପାଇଁ ଡ୍ୟାମରୁ ପାଣି ଛାଡିବା ନେଇ ଆଶଙ୍କା ଦେଖାଦେଇଛି। ଭବିଷ୍ୟତରେ ଚାଷ ସହ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ପୃଥ୍ବୀରାଜ ପାଇକରାୟ ଓ ସଦାଶିବ ଜାନୀ କହିଛନ୍ତି। ଚଳିତବର୍ଷ ଅଗଷ୍ଟରେ ନବରଙ୍ଗପୁର ଜିଲାରେ ୪୧ ପ୍ରତିଶତ ନିଆଣ୍ଟିଆ ବର୍ଷା ହୋଇଥିବାବେଳେ ଚାଷଜମି ଫାଟି ଆଁ କଲାଣି। ମରୁଡି ଆଶଙ୍କା। ଅନ୍ୟପଟେ ସ୍ବଳ୍ପବୃଷ୍ଟି କାରଣରୁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ବିଦ୍ୟୁତ୍‌ ଉତ୍ପାଦନ ଉପରେ ଯଥେଷ୍ଟ ପ୍ରଭାବ ପଡିଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ଦୈନିକ ୧୪ ହଜାର ୪୦୦ ମେଗାୱାଟ ରହିଛି। ୨୦୨୨ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ତାରିଖରେ ୧ ଲକ୍ଷ ୬୩ ହଜାର ୫୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥିଲା। ଚଳିତବର୍ଷ ଅଗଷ୍ଟ ମାସରେ ୧ ଲକ୍ଷ ୬୧ ହଜାର ୪୧୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଛି। ଆଗାମୀ ମାସଗୁଡ଼ିକରେ ବିଦ୍ୟୁତ ଉତ୍ପାଦନରେ ଆହୁରି ଅଧିକ ପ୍ରଭାବ ପଡିବା ଆଶଙ୍କା ରହିଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ବାବଦକୁ ରାଜ୍ୟସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବାବେଳେ ଏବେ ସରକାରୀ ରାଜସ୍ବ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି ବୋଲି ପୋଡ଼ାଗଡ଼ ଡ୍ୟାମ ଡିଭିଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ତହସିଲଦାର କହିଛନ୍ତି। ଯଦି ଭବିଷ୍ୟତରେ ଉପରମୁଣ୍ଡରେ ବଡ଼ ଧରଣର ବର୍ଷା ନ ହୁଏ ତେବେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇପାରେ। ଏ ଦିଗରେ ସରକାର ଆଗୁଆ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri