Posted inରାଜ୍ୟ

ବଜ୍ରପାତରେ ନାବାଳକ ସମେତ ୮ ମୃତ, ୩ ଆହତ

ଡେଲାଙ୍ଗ,୩ା୯(ରଶ୍ମିରଞ୍ଜନ ପ୍ରଧାନ)/ ଲୋଇସିଂହା, (ସୁଶାନ୍ତ ବାରିକ)/ ବଡ଼ଗଁା,(ଅଶୋକ ଷଡ଼ଙ୍ଗୀ)/ ବାଉଁଶୁଣୀ,(ଦେବାଶିଷ ନେପାକ)/ ବାଲିକୁଦା,(ତାପସ ସ୍ବାଇଁ)/ ବାଣପୁର(ଶଙ୍କର ବସ୍ତି)/ ଗମ୍ଭାରୀମୁଣ୍ଡା,(ଦିଲୀପ ସ୍ବାଇଁ)/ ଜଟଣୀ,(ରବୀନ୍ଦ୍ର ନାଥ ମହାକୁଡ଼)ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶନିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପଲ୍ଲୀଗ୍ରାମର ଗନ୍ଧର୍ବ ସାମନ୍ତରାୟ(୫୨)। ଅପରାହ୍ନ ୩ଟା ସମୟରେ ଗନ୍ଧର୍ବ ଧାନକ୍ଷେତରେ ପିଡ଼ିଆ ପକାଇବାକୁ ଯାଇଥିଲେ। ହଠାତ୍‌ ପବନ ବର୍ଷା ସହ ବଜ୍ରପାତ ହେବାରୁ ସେ କ୍ଷେତରୁ ସନ୍ନିକଟ ବରଗଛ ମୂଳକୁ ଯାଇ ଆଶ୍ରୟ ନେଇଥିଲେ। ବରଗଛରେ ବଜ୍ରପାତ ମାଡ଼ ହେବାରୁ ସେ ସେଠାରେ ଟଳି ପଡିଥିଲେ। ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଗଛମୂଳେ ମୁହଁମାଡ଼ି ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଲରେ କାମ କରୁଥିବାବେଳେ ବଜ୍ରପାତରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମର ସୁରେଶ ପାତ୍ର(୩୫)। ଲୋଇସିଂହା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି। ଚାଷ ଜମିରେ ସୁରେଶଙ୍କ ସମେତ ୧୦ରୁ ୧୨ ଜଣ ଶ୍ରମିକ କାମ କରୁଥିଲେ। ଅପରାହ୍ନରେ ବର୍ଷା ସହ ବଜ୍ରପାତ ହେବାରୁ ସୁରେଶ ସେଠାରେ ଟଳି ପଡିଥିଲେ। ସାଙ୍ଗରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁନ୍ଦରଗଡ଼ ଜିଲା ବଡ଼ଗଁା ଥାନା ଅନ୍ତର୍ଗତ ସିଙ୍ଗାରମୁଣ୍ଡା ବଡପଡା ଗ୍ରାମର ଜଣେ ଚାଷୀ ପରବଲ ସୋରେଙ୍ଗ(୪୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅପରାହ୍ନରେ ଚାଷ ବିଲରେ କାମ କରିବା ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଛନ୍ତି।
ବୌଦ୍ଧ ବ୍ଲକ ରାଉତବାହାଲ ଗ୍ରାମରେ ବଜ୍ରପାତ ଘଟି ପାନେଶ୍ୱରୀ ପୋଢ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ପାନେଶ୍ୱରୀ ବିଲରେ କାମ କରୁଥିବାବେଳେ ହଠାତ୍‌ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ସେହିପରି ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗଁାରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନିତ୍ୟାନନ୍ଦ ବାରିକ(୬୦)। ମଧ୍ୟାହ୍ନରେ ବିଲରେ ଥିବାବେଳେ ହଠାତ୍‌ ବର୍ଷା ସହ ବଜ୍ରପାତ ହୋଇଥିଲା। ସେ ଘରକୁ ଫେରି ଆସିବାବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜଗତ୍‌ସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଜଗତ୍‌ସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି।

ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳକଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଏହି ଥାନା ଅଧୀନ ଅରାଙ୍ଗ ଗ୍ରାମର ରଞ୍ଜିତ୍‌ ରଣସିଂହ(୨୨) ଓ କାଦମ୍ବଝୁଲା
ଗ୍ରାମର ଅମର ଶବର(୧୪)। ଆହତ ଅରାଙ୍ଗ ଗ୍ରାମର ନାଲ୍ଲା ନାୟକ, ପ୍ରଶାନ୍ତ ନାୟକ ଓ ପଞ୍ଚୁ ନାୟକଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଅପରାହ୍ନରେ ବର୍ଷା ସହ ବଜ୍ରପାତ ହେବାବେଳେ ଅମର ଛତା ଧରି ଘରକୁ ଫେରୁଥିବାବେଳେ ଅଚେତ୍‌ ହୋଇ ପଡ଼ିଥିଲେ। ଏହା ଦେଖି କେତେଜଣ ଗ୍ରାମବାସୀ ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅରାଙ୍ଗ ଗ୍ରାମର ରଞ୍ଜିତ୍‌, ନାଲ୍ଲା, ପ୍ରଶାନ୍ତ ଓ ପଞ୍ଚୁ ବିଲକୁ କାମ କରିବାକୁ ଯାଇଥିଲେ। ହଠାତ୍‌ ବର୍ଷା ହେବାରୁ ଏମାନେ ସେଠାରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ଘଟଣାସ୍ଥଳରେ ରଞ୍ଜିତ୍‌ଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହତ ହୋଇଥିଲେ। ଖବରପାଇ ଗ୍ରାମବାସୀ ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଜଟଣୀ ବ୍ଲକ ଅଧୀନ ପଞ୍ଚୁପଲି ପଞ୍ଚାୟତ ନୁଆଗଁା ଅଞ୍ଚଳରେ ବର୍ଷା ସହ ବଜ୍ରପାତ ହେବାରୁ ଚାଷୀ ହୃଦାନନ୍ଦ ପାଇକରାୟ(୪୫)ଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri