Odisha Elections 2024

ଅବହେଳିତ ଅବସ୍ଥାରେ ବ୍ରିଟିଶ ଅମଳର ବିଦ୍ୟାଳୟ, ଗୋଟିଏ କୋଠରିରେ ପଢୁଛନ୍ତି ୩ ଶ୍ରେଣୀ ପିଲା

ରାୟଗଡ଼ା,୨୪।୮(ଭାଗ୍ୟଶ୍ରୀ ମିଶ୍ର): ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅନେକ ସ୍ଥାନରେ ଏହାର ସୁଫଳ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ରାୟଗଡ଼ା ସହରର କଂଗ୍ରେସ ଭବନଠାରେ ବ୍ରିଟିଶ୍‌ ଅମଳରୁ ପ୍ରତିଷ୍ଠା ହୋଇଥିବା ଏହି ସରକାରୀ ବିଦ୍ୟାଳୟର ଶ୍ରେଣୀକକ୍ଷ ମରାମତି ଅଭାବରୁ ଏବେ ଅବହେଳିତ ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟ ସହିତ ଅନ୍ୟ ୨ଟି ସ୍କୁଲକୁ ମିଶ୍ରଣ କରାଯାଇଥିବାବେଳେ ଶ୍ରେଣୀଗୃହ ଅଭାବରୁ ଗୋଟିଏ କୋଠରିରେ ୩ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସି ପାଠ ପଢୁଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଗୋଟିଏ କ୍ଲାସ୍‌ ପିଲାଙ୍କୁ ପାଠ ପଢାଇବା ସମୟରେ ଅନ୍ୟ ଶ୍ରେଣୀ ପିଲାଙ୍କର ଅସୁବିଧା ହେଉଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ସେହିପରି ସାମାନ୍ୟ ବର୍ଷା ହେଲେ ଶ୍ରେଣୀକକ୍ଷ ଛାତରୁ ପାଣି ଗଳୁଛି l ସ୍କୁଲରେ ଷ୍ଟୋରରୁମ୍‌ ନ ଥିବାରୁ ଶ୍ରେଣୀକକ୍ଷରେ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଚାଉଳ ରଖାଯାଉଛି l ବର୍ଷା ହେଲେ ପାଣି ଗଳି ଚାଉଳ ନଷ୍ଟ ହୋଇଯାଉଥିବା ଶିକ୍ଷୟିତ୍ରୀ ଶିକ୍ଷକ ଅଭିଯୋଗ କରିଛନ୍ତି l ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଛାତ୍ରୀଛାତ୍ର ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ରାୟଗଡା ସହରରେ ଥିବା ଏକ୍ସ ବୋର୍ଡ ୟୁପି ସରକାରୀ ବିଦ୍ୟାଳୟ ବ୍ରିଟିଶ ଅମଳରେ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ କେଉଁଠି ଛାତ୍ରୀଛାତ୍ର ସଂଖ୍ୟା କମ୍‌ ତ କେଉଁଠି ଅନ୍ୟ ବିଦ୍ୟାଳୟର ସ୍ଥିତି ଠିକ୍‌ ନ ଥିବା ଦର୍ଶାଇ ୨୦୧୮ରେ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦ୍ବିଭାଷୀ ବିଦ୍ୟାଳୟ ଏବଂ ଏକ୍ସ ବୋର୍ଡ ୟୁପି ସ୍କୁଲକୁ ରାୟଗଡ଼ା କଂଗ୍ରେସ ଭବନଠାରେ ଥିବା ସରକାରୀ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି । ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଏବେ ୨୬୪ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଅନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଧୀରେ ଧୀରେ ଅଭିଭାବକମାନେ ନିଜ ପିଲାଙ୍କୁ ଅନ୍ୟ ସ୍କୁଲକୁ ନେଇଯାଉଥିବା ଜଣାପଡ଼ିଛି। ବିଦ୍ୟାଳୟର ଅବ୍ୟବସ୍ଥା ନେଇ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପଚାରିବାରୁ ପ୍ରତିବର୍ଷ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ୭୫ ହଜାର ଟଙ୍କା ଅନୁଦାନ ଆସୁଥିଲେ ବି ଏତେ କମ୍‌ ଟଙ୍କାରେ ବିଦ୍ୟାଳୟର ବିକାଶ କରିବା ସମ୍ଭବପର ହୋଇପାରୁ ନାହିଁ। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଅନୁସାରେ ସରକାରଙ୍କର କମ୍ପୋଜିଟ ଫଣ୍ଡ ଆସିଥାଏ। କିନ୍ତୁ ତାହାକୁ ମିଶ୍ରଣ କରାଯାଇଥିବା ବିଦ୍ୟାଳୟରେ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ବିଦ୍ୟାଳୟ ପାଇଁ ଆଉ ୫ଟି ଅତିରିକ୍ତ କ୍ଲାସ୍‌ରୁମ୍‌ର ଆବଶ୍ୟକତା ଥିବା ଏବଂ ଶ୍ରେଣୀକକ୍ଷ ତୁରନ୍ତ ମରାମତି କରାଯିବା କଥା ବୋଲି ସେ କହିଛନ୍ତି l ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅନେକ ଥର ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନ ଥିବା ସେ କହିଛନ୍ତି l ଅନ୍ୟପକ୍ଷେ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବାକୁ ପ୍ରତିମାସରେ ସିଆର୍‌ସି ବିଦ୍ୟାଳୟ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହେଉଛି। ସହର ମୁଖ୍ୟ ଛକ ବଜାରରେ ଥିବା ବିଦ୍ୟାଳୟର ସ୍ଥିତି ଯଦି ଏଭଳି ତେବେ ଗ୍ରାମାଞ୍ଚଳ ସ୍ଥିତି କ’ଣ ନ ହୋଇଥିବା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ବିଦ୍ୟାଳୟ ପ୍ରତି ଉଚିତ ପଦକ୍ଷେପ ନେଇ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଏ ନେଇ ଜିଲା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖୁବଶୀଘ୍ର ବିଇଓଙ୍କୁ ଉକ୍ତ ସ୍କୁଲକୁ ପଠାଇ ସମସ୍ୟାର ଅନୁଧ୍ୟାନ କରାଯିବ । ପରେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri